ଗୋ ଚାଲାଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କ ଅଫିସ୍ ଚେତାବନୀ


କୋରେଇ – ବହୁ ଚର୍ଚ୍ଚିତ ପାଣିକୋଇଲି ଥାନାର ଗୋ ଚାଲାଣ ଓ ଗାଡି ହାଇଜାକ କରି ଅର୍ଥ ମାଗିବା ମାମଲାର ଗିରଫ ହୋଇ ୩ ଅଭିଯୁକ୍ତ ଜେଲରେ ଅଛନ୍ତି । ତେବେ ଏହି ର‌୍ୟାକେଟରେ ୨୦ରୁ ଉର୍ଦ୍ଧ୍ୱ ଗୋ ମାଫିଆ ମାନଙ୍କ ସଂପୃକ୍ତି ସହିତ ପାଣିକୋଇଲି ଥାନାର କିଛି ଅସାଧୁ କର୍ମଚାରୀ ମାନେ ସଂଶ୍ଳିଷ୍ଟ ଥିବାର ଅଭିଯୋଗ ଆଣି ସେମାନଙ୍କୁ ତୁରନ୍ତ ଗିରଫ କରାନଗଲେ ଆଗାମୀ ଦିନରେ ବଜରଙ୍ଗ ଦଳ ତରଫରୁ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ଲାଗି ଚେତାବନୀ ଦେଇଛନ୍ତି ଯାଜପୁର ଓ କେନ୍ଦ୍ରାପଡ଼ା ବିଭାଗର ବଜରଙ୍ଗ ଦଳର ସଂଯୋଜକ ଚନ୍ଦ୍ରକାନ୍ତ କର । ଏଥି ପୁର୍ବରୁ ଚନ୍ଦ୍ରକାନ୍ତ ପାଣିକୋଇଲି ଥାନା ଅଂଚଳରେ ବେଆଇନ ଗୋ ଚାଲାଣ ସହିତ ଥାନାର କିଛି ଅସାଧୁ କର୍ମଚାରୀ ମାନଙ୍କୁ ମୋଟା ଅଙ୍କର ଭାଗ ଦେଇ ଗୋଚାଲାଣ କରାଯାଉଛି ବୋଲି ବାରମ୍ବାର ପୁର୍ବତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ସେ କୈାଣସି ପଦକ୍ଷେପ ନେଇନଥିଲେ । ଫଳରେ ପୁଲିସ ଠାରୁ ଅଭୟ ବାଣୀ ପାଇ ମାଫିଆ ମାନେ ସେମାନଙ୍କ ର‌୍ୟାକେଟ ସୁରୁଖୁରୁରେ ଚଳାଇ ଆସି କୋଟି କୋଟି ଟଙ୍କା ଉପାର୍ଜନ କରିପାରିଲେ । ତେବେ ଗତ ୬ ତାରିଖ ଦିନ ଭୁବନେଶ୍ୱରର ଏକ ଗୋଶାଳାରୁ ୨୦ଟି ଗୋରୁ ଝାଡ଼ଖଣ୍ଡ ଚାଲାଣ ହେଉଥିବା ବେଳେ ପାଣିକୋଇଲି ଥାନା ପଥରପଦା ନିକଟରେ ସଂପୃକ୍ତ ଗୋ ମାଫିଆ ମାନେ ଉକ୍ତ ଗାଡ଼ିକୁ ହାଇଜାକ କରି ନେବା ସହିତ ଗୋଶାଳାର ମୁଖ୍ୟ ଜୀବନ ବଳ୍ଲଭ ଦାସଙ୍କୁ ତିରିଶ ହଜାର ଟଙ୍କା ଦାଦାବଟି ମାଗିଥିଲେ ଯାହାକି ସେମାନଙ୍କର ମୁଖା ଖୋଲିଦେଇଥିଲା ।

Leave a Reply

Your email address will not be published. Required fields are marked *