ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ୱାଶିଂଟନ : ଆମେରିକା ତିନୋଟିଚାଇନିଜ୍ ଏବଂ ଗୋଟିଏ ବେଲାରୁଷକମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର

କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତିଯୋଗାଇବାକୁ ବାରଣ କରିଛି ।ଆମେରିକା ବୈଦେଶିକ ବିଭାଗକହିଛି, ମଞ୍ଜୁର ହୋଇଥିବାକମ୍ପାନୀଗୁଡିକ ମଧ୍ୟରେ ମିନସ୍କ ହ୍ୱିଲ୍‌ଟ୍ରାକ୍ଟର ପ୍ଲାଣ୍ଟ, ସିଆନ ଲଙ୍ଗଡେଟେକ୍ନୋଲୋଜି ଡେଭ୍‌ଲପମେଣ୍ଟକମ୍ପାନୀ ଲିମିଟେଡ, ତିଆଞିନକ୍ରିଏଟିଭ ସୋର୍ସ ଇଣ୍ଟରନ୍ୟାଶନାଲଟ୍ରେଡ କମ୍ପାନୀ ଲିମିଟେଡ ଏବଂଗ୍ରାନପେକ୍ଟ କମ୍ପାନୀ ଲିମିଟେଡଅନ୍ତର୍ଭୁକ୍ତ । ଏହି କମ୍ପାନୀଗୁଡିକ ବହୁଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ଉତ୍ପାଦନକରିଥାନ୍ତି । ବିବୃତ୍ତିରେ କୁହାଯାଇଛି,ଆମେରିକା ଏହାରସହଯୋଗୀମାନଙ୍କ ସହ ବହୁଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ଉତ୍ପାଦନ ତଥାବିସ୍ତାରକୁ ରୋକିବା ପାଇଁ ପ୍ରତିବଦ୍ଧ ।ଆମେରିକାର ବୈଦେଶିକ ବିଭାଗରସୂଚନାନୁସାରେ, ଚାଇନା ଭିତ୍ତିକସିଆନ ଲଙ୍ଗ୍‌ଡେ ଟେକ୍ନୋଲୋଜିଡେଭଲପମେଣ୍ଟ କୋ । ସେହିଭଳିଚାଇନାସ୍ଥିତ ତିଆଞ୍ଜିନ କ୍ରିଏଟିଭସୋର୍ସ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌କମ୍ପାନୀ ଲିମିଟେଡ୍ ପାକିସ୍ତାନକୁ ଷ୍ଟିଲୱେଲଡିଂ ଉପକରଣ ଯୋଗାଇଦେଇଛି । ସ୍ପେସ୍ ଲଞ୍ଚ ଯାନରେବ୍ୟବହୃତ ପ୍ରୋପେଲାଣ୍ଟ ଟ୍ୟାଙ୍କତିଆରିରେ ଏହା ବ୍ୟବହାରକରାଯାଇପାରିବ । ଅନ୍ୟ ଏକଚାଇନିଜ କମ୍ପାନୀ ଗ୍ରାନପେକ୍ଟକମ୍ପାନୀ ଲିମିଟେଡ ବୃହତ ବ୍ୟାସ ରକେଟ ମୋଟର ପରୀକ୍ଷା ପାଇଁ ପାକିସ୍ତାନକୁ ଯନ୍ତ୍ରପାତିଯୋଗାଉଥିଲା । ଏଥିସହ ଗ୍ରାନପେକ୍ଟପାକିସ୍ତାନର ନ୍ୟାଶନାଲ ଡେଭଲପମେଣ୍ଟ କମ୍ପେ୍ଲକ୍ସ (ଏନଡିସି)କୁ ବୃହତ ବ୍ୟାସ ରକେଟ ମୋଟର ପରୀକ୍ଷା ପାଇଁ ଉପକରଣ ଯୋଗାଇଥାଏ । ସେହିଭଳି ବେଲାରୁଷ କମ୍ପାନୀ ମିନସ୍କ ହ୍ୱିଲ୍ ଟ୍ରାକ୍ଟର ପ୍ଲାଣ୍ଟ ପାକିସ୍ତାନର ବାଲିଷ୍ଟିକକ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଯାନ ଚାସି ଯୋଗାଉଥିଲା । ଏହାକୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ପାଇଁ ପାକିସ୍ତାନର ନ୍ୟାଶନାଲ ଡେଭଲପମେଣ୍ଟ କମ୍ପେ୍ଲକ୍ସ (ଏନଡିସି) ଦ୍ୱାରା ବ୍ୟବହାର କରାଯାଇଥାଏ ।

Leave a Reply

Your email address will not be published. Required fields are marked *