ବାମରା ସରସ୍ୱତୀ ଶିଶୁ ମନ୍ଦିର ରେ ହିନ୍ଦୁ ନବବର୍ଷ ପାଳିତ


ବାମରା: ସମ୍ବଲପୁର ଜିଲ୍ଲା ବାମରା ସରସ୍ୱତୀ ଶିଶୁ ମନ୍ଦିର ବୌଦ୍ଧିକ ମଣ୍ଡପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି ।ଖଣ୍ଡ କାର୍ଯ୍ୟବାହ ଅନନ୍ତ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଜୋତି କୁମାର ଲାଠ୍ ମୁଖ୍ୟ ଅତିଥି ଭାବ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ସଂଘର ସମ୍ବଲପୁର ଜିଲ୍ଲା ( ଗ୍ରାମୀଣ) ସଂପର୍କ ପ୍ରମୁଖ ଲକ୍ଷ୍ମୀଧର ମିଶ୍ର ଯୋଗ ଦେଇ ହିନ୍ଦୁ ନବ ବର୍ଷର ମହତ୍ତ୍ୱ , ବିଶେଷତ୍ତ୍ୱ ସଂପର୍କରେ ଆଲୋଚନା କରିଥିଲେ । ହିନ୍ଦୁ ସମାଜକୁ ଏକ ସୂତ୍ରରେ ବାନ୍ଧିବା ପାଇଁ ଡକ୍ଟର କେଶବ ବଳିରାମ ହେଡଗେଓର ୧୯୨୫ ମସିହାରେ ଆର୍ ଏସ୍ ଏସ୍ ର ସ୍ଥାପନ କରିଥିଲେ ବୋଲି ଅତିଥିଗଣ ସୂଚନା ଦେଇଥିଲେ ।ବାମରା ଶାଖା ମୁଖ୍ୟ ଶିକ୍ଷକ ଦୀପକ ଖଣ୍ଡେଲବାଲ କାର୍ଯ୍ୟକ୍ରମ ପରିଚାଳନା ସହ ପ୍ରାର୍ଥନା ଗାନ କରିଥିଲେ ।ସଞ୍ଜୟ ଗୁରୁଜୀ ଗୀତ ଗାନ କରିଥିଲେ । ଏହି ଉତ୍ସବ ପରିଚାଳନାରେ ବିଷ୍ଣୁ ଅଗ୍ର୍ୱାଲ , ସନ୍ତୋଷ ଶୁକ୍ଳା , ଗୋପାଳ ଖଣ୍ଡେଲବାଲ , ବିନୟ ପଣ୍ଡା, ସୁଜିତ ନାୟକ , ସୁଦୀପ୍ତ ପଟେଲ ,ଯୋଗେଶ୍ୱର ଭାଇ ପ୍ରମୁଖ ସହଯୋଗ କରିଥିଲେ ।ପୁରୁଖା ସ୍ୱଂୟସେବକ ପ୍ରମୋଦ କୁମାର ନାୟକ ଓ ବିନୋଦ ବିହାରୀ ନାୟକ ଉପସ୍ଥିତ ଥିଲେ ା

Leave a Reply

Your email address will not be published. Required fields are marked *