ପତିତପାବନ ସାହିତ୍ୟ ସଂସଦର ରାଷ୍ଟ୍ରୀୟ ନବବର୍ଷ ଆଲୋଚନାଚକ୍ର


ପୁରୀ: ପତିତପାବନସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠାନ ସଭାପତି ଡ଼ ବଳରାମ ଦାଶଙ୍କ ଅଧ୍ୟକ୍ଷତା ରେରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଅଛି କ୍ଷରାଷ୍ଟ୍ରୀୟ ନବବର୍ଷ ଅବସରରେ ସଭାପତି ଡ଼. ଦାଶ ଅଭିଭାଷଣ ରେ କହିଲେ, ଆଜି ଚୈତ୍ର ଶୁକ୍ଳ ପ୍ରତିପଦା ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଧର୍ମରାଜ ଯୁଧିଷ୍ଠୀର ଙ୍କର ରାଜ୍ୟକ୍ଷଭିଷେକ ହୋଇଥିଲା । ମାଦୁର୍ଗାଙ୍କର ନବଦିନାତ୍ମକ ପୂଜା ଆଜି ଠାରୁ ଆରମ୍ଭ, ସମଗ୍ର ଭାରତୀୟ ମାନଙ୍କପାଇଁ ଆଜିର ଦିନ ସ୍ମରଣୀୟ । ଶାନ୍ତି, ମୈତ୍ରୀ, ଭାଇଚାରା ହେଉଛି ଭାରତୀୟ ସଂସ୍କୃତିର ମୂଳମନ୍ତ୍ରକ୍ଷ ଆମର ଅସ୍ମିତା ହେଉଛି ଭାରତୀୟତା । ଆଜିର ଦିନ ଅତିପବିତ୍ର, ଶୁଦ୍ଧ ପୁତ୍ତ ଭାବେ ସାକାହାରୀ ଭୋଜନକରି ସଂକଳ୍ପନେଇ ଶୁଦ୍ଧ ଭାରତୀୟ ରୂପେ ନିଜକୁ ପତିପାଦିତ କରିବା ବାଞ୍ଛ ନୀୟ କ୍ଷସମ୍ପାଦକ ଦୟାନିଧିପଣ୍ଡା ବେଦପାଠ, ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ରୂପେ ଡାକ୍ତର ଗୋପାଳ କୃଷ୍ଣ କର ଯୋଗଦେଇ ଭାରତୀୟ ସନାତନ ସଂସ୍କୃତି ର ଗୁଣଗାନ କରି ଏହା ସମଗ୍ର ବିଶ୍ୱର ମାର୍ଗ ଦର୍ଶକ ଓ ରାଷ୍ଟ୍ରୀୟ ନବବର୍ଷକୁଆନନ୍ଦ, ଉତ୍ସକ୍ଷହରେ ପାଲନକରି ଦେଶବାସୀ ଏକ ଆଧ୍ୟାତ୍ମିକ ସମୃଦ୍ଧବିକଶିତ ଭାରତବର୍ଷ ଗଠନରେ ସହାୟକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତଅତିଥି ରୂପେ ରଘୁନାଥ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କମଳକ୍ଷକାନ୍ତ ମିଶ୍ର ଓସମାଜ ସେବୀ ଅନ୍ନପୂର୍ଣ୍ଣା କର ରାଷ୍ଟ୍ରୀୟ ଦିବସର ମାହାତ୍ମ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେସୁଶ୍ରୀ ଅଭିଲିପସା ଦାଶ ଭକ୍ତି ସଂଗୀତ ପରିବେଷଣ କରିଥିଲେ କ୍ଷଅନ୍ୟମାନଙ୍କ ମଧ୍ୟରେ କବିତା ଆଚାର୍ଯ୍ୟ, ଜାନକୀ ରାଣୀ ଅକ୍ଷଚକ୍ଷର୍ଯ୍ୟ ସବିତା ମିଶ୍ର, ଗୀତାଞ୍ଜଳି ମିଶ୍ର ଦେବାଶିଷ ମିଶ୍ର, ସସ୍ମିତା ମିଶ୍ର ଆଦ୍ୟାନ୍ତ ମିଶ୍ର, ଅଂଶୁମାନ ଜେନା, ଯୁଗଜ୍ୟୋତିପଣ୍ଡା, ପ୍ରୀତିଲିପ୍ସା ଦାଶ, ପ୍ରଦ୍ୟୁମ୍ନ କର ମଧୁସ୍ମିତା ମିଶ୍ର ବୀଣାପାଣି କର, ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଡ଼କ୍ଟର ଐଶ୍ୱର୍ଯା କର ଧନ୍ୟବାଦ ଦେଇଥିଲେ । ସଭାପତି ଓ ସ୍ୱେଛାସେବୀ ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *