ଜୟପୁର: ଜୟପୁର ସହରର ସୂର୍ଯ୍ୟ ମହଲ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ପ୍ରଥମେ ଦୀପ ପ୍ରଜ୍ୱଳନ କରି ଚୈତ୍ର ଶୁକ୍ଳ ପ୍ରତିପଦା ପବିତ୍ର ହିନ୍ଦୁ ନବ ବର୍ଷ ପାଳନ କରାଯାଇଥିଲା । ତତ୍ ପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନିୟମ ପାଳନ କରିଥିଲେ, ଭାରତର ସନାତନ ଧର୍ମର ନୀତି ନିୟମକୁ କିପରି ଭାବରେ ପାଳନ କରିବା, ୬ ଗୋଟି କାର୍ଯ୍ୟକ୍ରମରୁ ଏହା ଅନ୍ୟତମ ଏବଂ ମୁଖ୍ୟବକ୍ତା କିଛି ଅଭିଭାଷଣ ଦେଇ ସଂଘ କାହାକୁ କୁହାଯାଏ ସଂଘ କେବଳ ବ୍ୟକ୍ତିଗତକୁ ନେଇକି ତିଆରି ହୋଇନଥାଏ । ଏହା ସମୋଷ୍ଟିକୁ ନେଇ ହୁଏ ଲୋକେ ଜାନୁୟାରୀ ମାସର ପ୍ରଥମ ଦିନକୁ ନୂତନ ବର୍ଷ ବୋଲି ରାତ୍ର ମଧ୍ୟରେ ଅନିଦ୍ରା ରହି, ନାଚ ଗୀତ ଉପଭୋଗ କରିବା ଆମ ଧର୍ମର ନବ ବର୍ଷ ନୁହେଁ । ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦା ହିଁ ହିନ୍ଦୁ ଧର୍ମରେ ନବ ବର୍ଷ ପାଳନ କରାଯାଏ ବୋଲି ବୁଝାଇଥିଲେ ।