Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗଞ୍ଜାମ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗଞ୍ଜାମ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ଗଞ୍ଜାମ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱପରିସରରେ ଆଜି ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ସହ- ପ୍ରଧାନାଚାର୍ଯ୍ୟ ରବିନ୍ଦ୍ର କୁମାର ଦାଶଙ୍କ ଦ୍ୱାରା ଗୈରିକ ଧ୍ୱଜାରୋହଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ପରିଚାଳନା ସମିତି ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆରଏସ୍‌ଏସ୍ ସମ୍ପର୍କ ପ୍ରମୁଖ ଭାଗବତ ଜେନା ଏବଂ ସମ୍ମାନିତ ଅତିଥି ଭାବେ ରଜତ୍ କୁମାର ପୃଷ୍ଟି ଯୋଗ ଦେଇ ରାଷ୍ଟ୍ରୀୟ ନବବର୍ଷ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏଥି ସହ ଗୁରୁଜୀ ଡି.ଗାନ୍ଧୀ ପ୍ରଧାନ , ଛାତ୍ରୀ ବିଦ୍‌ଯାଜ୍ଞିନୀ ବେବର୍ତ୍ତା ଓ ଯସ୍ମିନ ରାଣୀ ଦାଶ ପ୍ରମୁଖ ସ୍ୱ ସ୍ୱ ବକ୍ତବ୍ୟରେ ପବିତ୍ର ଶୁକ୍ଳ ପ୍ରତିପଦା ତିଥିର ଦୃଷ୍ଟାନ୍ତମୂଳକ ମାହାତ୍ମ୍ୟ ଉପସ୍ଥାପନ କରିଥିଲେ । ଗୁରୁମା ସରୋଜା ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ୟ ଉତ୍ତମ କୁମାର ମହାରଣା ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁଜୀ ସଞ୍ଜୟ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply