କେନ୍ଦୁଝର ସହରର କାଳୀ ପଡିଆ ଠାରେ ହିନ୍ଦୁ ଜାଗୃତି ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ

କେନ୍ଦୁଝର: କେନ୍ଦୁଝର ସହରର କାଳୀ ପଡିଆ ଠାରେ ହିନ୍ଦୁ ଜାଗୃତି ମଞ୍ଚ କେନ୍ଦୁଝର ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ଖୁବ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମାର୍କଣ୍ଡ ଗିରି, କାର୍ଯ୍ୟକ୍ରମ ର ସଭାପତି ଡ଼ଃ ଅରୁଣ ସାହୁ,ସଂମାନିତ ଅତିଥି ଅଖିଳ ଭାରତୀୟ ସନ୍ଥ ସମିତିର ମହାମନ୍ତ୍ରୀ ଦର୍ଶନ ବିଦ୍ୟାର୍ଥୀ ଏବଂ ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସ୍ତରର ଲେଖକ, ପତ୍ରକାର ତଥା ଚିନ୍ତାନାୟକ ରବିଶଙ୍କର ରାଷ୍ଟ୍ରୀୟ ନବବର୍ଷ ର ବିଶେଷତ୍ୱ ସମ୍ପର୍କରେ ମାର୍ଗଦର୍ଶନ ରଖିଥିଲେ । ସୁନାମ ଧନ୍ୟ କଳାକାରମାନଙ୍କ ଦ୍ୱାରା ଉପସ୍ଥିତ ଦର୍ଶକମାନଙ୍କ ମନ ମୋହିଲା ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ପୂର୍ବତନ ଜିଲ୍ଲା ସଂଘ ଚାଳକ କୈଳାଶଚନ୍ଦ୍ର ମହାପାତ୍ର, ପୂର୍ବତନ ସହବିଭାଗ ସଂଘ ଚାଳକ ଯୋଗେନ୍ଦ୍ରନାଥ ସାହୁ,ପରିବେଶବିତ ରମେଶଚନ୍ଦ୍ର ମିଶ୍ର, ଶିକ୍ଷାବିତ ଅମରବର ଖଟୁଆ, ଗୋରକ୍ଷକ ରଙ୍ଗାଧର ନାଥ, କଳାକାର ଶ୍ୱେତପଦ୍ମା ମିଶ୍ର ଙ୍କୁ ଅତିଥି ମାନେ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମାଜସେବୀ ବବିତା ରାମ,ପ୍ରବଚିକା ବିଦୂଷୀ କଳ୍ପନା ତ୍ରିପାଠୀ ହିନ୍ଦୁ ଜାଗୃତି ମଞ୍ଚ ର ଉପଦେଷ୍ଟା ଦେବରାଜ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ କରିଥିଲେ । ଅବିନାଶ ଦାଶ, ପ୍ରତାପ ଝରା, ପ୍ରସାଦ ସାହୁ,ମିଲନ ନାଏକ, ବିରଞ୍ଚି ନାରାୟଣ ମହାନ୍ତ,ଲକ୍ଷ୍ମୀ ଧର ନାଏକ,ପ୍ରଣବ ବେହେରା, ସୁଶୀଲ ନାଏକ, କାମଳ ଲୋଚନ ମହାନ୍ତ, ସୁମନ୍ତ ସୋରେନ, ରଙ୍ଗାଧର ନାଥ, ରଞ୍ଜିତ ସାହୁ ଏବଂ ତାଙ୍କ ସହଯୋଗୀ ତଥା ପ୍ରମୁଖ ସଦସ୍ୟ ମାନଙ୍କ ସହଯୋଗରେ ଭବ୍ୟ ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *