ବଲାଙ୍ଗୀରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ନବ ବର୍ଷ ପାଳନ


ବଲାଙ୍ଗିର : ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା, ହିନ୍ଦୁ ନବବର୍ଷ ଅବସରରେ ଅଖିଳ ଭାରତୀୟ, ସାହିତ୍ୟ ପରିଷଦ, ବଲାଙ୍ଗୀର ଶାଖା ରେ ଶିଶୁମନ୍ଦିର, କଦମପଡା ଠାରେ ସକାଳ ୧୦,୩୦ରେ ପବିତ୍ର ଦିବସକୁ ସମ୍ମାନ ସହ ପାଳନ କରାଯାଇଥିଲା ।ଏହି ଉତ୍ସବ କୁ ସଫଳତା ସହ ସହଯୋଗ କରିଥିଲେ ସରସ୍‌ତୀ ଶିଶୁମନ୍ଦିର ର ଗୁରୁଜୀ ଓ ଗୁରୁମା ମାନେ ୟଅଖିଳ ଭାରତୀୟ ସାହିତ୍ୟ ପରିଷଦ ର ଅଧ୍ୟକ୍ଷ ଡକ୍ଟର ଭବାନୀ ଶଙ୍କର ପଟେଲ ସଭାର ଉଦ୍ଦେଶ୍ୟ କହିବା ପରେ, ଡାକ୍‌ତର ଅଶୋକ ସେଠୀ ସଭାରେ ମଞ୍ଚ ପରିଚାଳନା କରିଥିଲେ ଓ ଅଖିଳ ଭାରତୀୟ ସାହିତ୍ୟର ଉଦ୍ଭବ ଓ ଉଦ୍ଦେଶ୍ୟ ତଥା ସାହିତ୍ୟର ମôହବ ପ୍ରତିପାଦନ କରିଥିଲେ ୟପରେ ରାଜ୍ୟ ସଭ୍ୟ ଗିରିଜା ରଥ ପରିଷଦ ର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ୟଉପସ୍ଥିତ ସଭ୍ୟ ମାନଙ୍କ ମଧ୍ୟ ରେ ତରଣୀ ପଟେଲ ଓ ଗୁରୁ ମା ମାନେ ନିଜ ନିଜ ସଂକ୍ଷିପ୍ତ ମତ ଦେଉଥିଲେ ମୁଖ୍ୟ ବକ୍ତା, ତଥା ପରିଷଦର ଉପଦେଷ୍ଟା ଜଗଦାନନ୍ଦ ଛୁରିଆ ଙ୍କ ଅକସ୍ମାତ ଅନୁପସ୍ଥିତ ହେତୁ ମୁକ୍‌ତ ବକ୍‌ତା ଭାବରେ ଶ୍ରୀ ଯୁକ୍‌ତ କେଶବ ପଟେଲ ଆସନ ଅଳଂକୃତ କରି ଥିଲେୟନିଜ ଭାଷଣରେ ସେ ଭାରତର ସଂସ୍କୃତି, ସାହିତ୍ୟ, ବିଜ୍ଞାନ ଉପରେ ତଥ୍ୟ ପୂଣ୍ଣ ପ୍ରସଙ୍ଗ ପ୍ରଦାନ କରିଥିଲେ ୟସମ୍ମାନୀତ ଅତିଥୀ ଭାବରେ ଶିଶୁମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ସୁବ୍ରତ କୁମାର ବେହେରା କହିଲେ ଯେ ସାହିତ୍ୟ ଆଜି ସଂସ୍କୃତିର ବାହାକ । ନିଜ ଶିଶୁମନ୍ଦିର ର ଗୁରୁଜୀ, ଗୁରୁମା ମାନେ ସାହିତ୍ୟ ତଥା ଭାଷାରେ ନିପୁଣ ସହ ଦାନ କରୁଛନ୍ତି । ସେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ର ଗୁଣ କୀର୍ତ୍ତନ କରିବା ସହ ସାହିତ୍ୟର ଉତ୍କର୍ଷ ପ୍ରତିପାଦନ କରିଥିଲେ । ପରିଷଦ ସଭାପତି ଡକ୍ଟର ଭବାନୀ ଶଙ୍କର ପଟେଲ, ପରିଷଦ ର କତ୍ତବ୍ୟ, ଲକ୍ଷ୍ୟ, କାର୍ଯ୍ୟ ଉପରେ ଆଲୋକପାତ କରିବା ସହୟବିଭିତ୍ତ ଦିଗ ଉପରେ ପ୍ରକାଶ କରିଥିଲେ । ଶିଶୁମନ୍ଦିର ଆଜି ସଭା କରିବା ହେତୁ ସହଯୋଗ କରିଥିବା ହେତୁ ନିଜକୁ ଧନ୍ୟ ମନେ କରି, ଭବିଷ୍ୟତ ରେ ଶିଶୁ ମନ୍ଦିର ବିଭିନ୍ନ କାର୍ଯ୍ୟକ୍ରମ ରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ନବ ବର୍ଷ ରେ ସମସ୍ତ ଅତିଥୀ, ଗୁରୁମା, ଗୁରୁଜୀ ମାନଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଥିଲେ । ଶେଷରେ ପରିଷଦ ର କୋଷାଧ୍ୟକ୍ଷ ଶ୍ରୀ ଯୁକ୍ତ ପୂଣ୍ଣ ଚନ୍ଦ୍ର ତ୍ରିପାଠୀ, ଦେବ ନାଗରୀ ଲିପି, ରେ ସମସ୍ତ ଙ୍କ ଶୃତି ଚାରଣ ସହ ଧନ୍ୟବାଦ ପ୍ରଦାନ ପରେ ସଭାପତିଙ୍କ ଦ୍‌ାରା ସଭା ସାଙ୍ଗ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *