Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁ ରାଷ୍ଟ୍ରୀୟ ନବବର୍ଷ ଓ ତେଲୁଗୁ ସମ୍ପ୍ରଦାୟ ଉଗାଦୀ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁ ରାଷ୍ଟ୍ରୀୟ ନବବର୍ଷ ଓ ତେଲୁଗୁ ସମ୍ପ୍ରଦାୟ ଉଗାଦୀ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହ ପାଳନ

ରାୟଗଡ଼ା : ଜିଲ୍ଲା ଗୁଣପୁର ନଗର ସ୍ଥିତ ବିଭିନ୍ନ ରାଷ୍ଟ୍ରୀୟ ନବବର୍ଷ ସ୍ଥାନରେ ହିନ୍ଦୁ ତଥା ରାଷ୍ଟ୍ରୀୟ ନବବର୍ଷ ନିମନ୍ତେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଧୁମଧାମର ସହ ପାଳି ହୋଇଯାଇଛି । ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆରଏସ୍‌ଏସ୍ ପକ୍ଷରୁ ନବବର୍ଷ ପାଳିତ ହୋଇଥିଲା । ଏଥିରେ – ସଂଘର ଜିଲ୍ଲା କାର୍ଯ୍ୟବାହୀ ଦିଲୀପ ପଣ୍ଡା ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଚର ସଭାପତି ବି.ଗଜପତି ରାଓ ଅତିଥି ଭାବେର ଯୋଗଦେଇ ହିନ୍ଦୁ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଖଣ୍ଡ ସଂଘ ଚାଳକ କୁଞ୍ଜ, କଂସ ବେହେରା ଏବଂ ସମସ୍ତ ସ୍ୱୟଂ ସେବକମାନେ ଉପସ୍ଥିତ ଥିଲେ । ସେହିପରି ଆଦିତ୍ୟବାହିନୀ, ହିନ୍ଦୁ ରାଷ୍ଟ୍ର ସଂଘ, ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ନବ ବର୍ଷ ପାଳନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଗୁଣପୁର କଲେଜ ନିକଟରୁ ସଙ୍କୀର୍ତ୍ତନ ମଣ୍ଡଳୀର ଶୋଭାଯାତ୍ରା ସହର ପରିକ୍ରମା କରି ଜଗନ୍ନାଥ ମନ୍ଦିରଠାରେ ପହଞ୍ôଚ ଥିଲା । ସେହିଭଳି ସନ୍ଧ୍ୟାରେ ୮ ସମୟରେ ତେଲୁଗୁ ସମ୍ପଦାୟର କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ କନ୍ୟକା ପରମେଶ୍ୱରୀ ମନ୍ଦିରଠାରେ ଉଗାଦୀ ଉତ୍ସବ ପାଳନ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୧୩୦ ମହିଳା ମହିଳାଙ୍କ ଦ୍ୱାରା ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଦାଣ୍ଡିଆ ନୃତ୍ୟ ମୁଖ୍ୟ ପରିଚାଳକ କରିଥିଲେ, ଭି ଅନିତା କୁମାରୀ, ସ୍ୱାତୀ ମାଧବୀ, ନିର୍ମଳା, ଶାନ୍ତି ଅନ୍ୟାନ୍ୟ ସହଯୋଗର ଜରିଆରେ କାର୍ଯ୍ୟଟି ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଥିଲା ।

Leave a Reply