ଭାରତ ବିକାଶ ପରିଷଦ ତରଫରୁ ରାଷ୍ଟ୍ରୀୟ ନବ ବର୍ଷ ପାଳନ

ଭୁବନେଶ୍ୱର- ଭାରତ ବିକାଶ ପରିଷଦ, ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି,୯ ଅପ୍ରିଲ ରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ପ୍ରାନ୍ତ ସ୍ତରୀୟ ରାଷ୍ଟ୍ରୀୟ ନବ ବର୍ଷ,ନବ ସମ୍ବଶ୍ଚର୍ ବିକ୍ରମ ସମ୍ବତ ୨୦୮୧, ଯୁଗାବ୍ଦ ୫୧୨୬, ଶକାବ୍ଦ ୧୯୪୬, ପାଳନ କରାଯାଇଛି । ପ୍ରାରମ୍ଭ ରେ ବୈଦିକ ମଙ୍ଗଳାଚରଣ, ବେଦପାଠ, ମହା ଆରତୀ ଓ ସଂକୀର୍ତ୍ତନ ମଧ୍ୟ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରାନ୍ତ ସଭାପତି ସତ୍ୟବାଦୀ ଦାଶ ଉପସ୍ଥିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲାବେଳେ ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ର ର କ୍ଷେତ୍ରୀୟ ମହାସଚିବ ପୁର୍ଣ ଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ରାଷ୍ଟ୍ରିୟ ନବ ବର୍ଷ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ପୌରାଣିକ,ଐତିହାସିକ, ବୈଜ୍ଞାନିକ ତଥା ତାତ୍ୱ୍‌ିକ ଦୃଷ୍ଟିରୁ ଭାରତରେ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ନବ ବର୍ଷ ପାଳନ କରିବା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ମତ ରଖିଥିଲ । ଭାରତ ବିକାଶ ପରିଷଦ ଭାରତର ପ୍ରାଚୀନ ସାଂସ୍କୃତିକ ବିକାଶ ଧାରାରେ ମୂଲ୍ୟବୋଧ ଭିତ୍ତିକ ଜୀବନଚର୍ଯ୍ୟା ମାଧ୍ୟମରେ ଭାରତ ର ସର୍ବାଙ୍ଗୀନ ବିକାଶ ପାଇଁ ସତତ ଚେଷ୍ଟିତ ଏକ ସାମାଜିକ, ସାଂସ୍କୃତିକ ଅଣରାଜନୈତିକ ସେବା ପ୍ରତିଷ୍ଠାନ, ନିଜର ସଦସ୍ୟ ମାନଙ୍କ ମାଧ୍ୟମରେ ସମାଜର ବଞ୍ଚିତ ବର୍ଗର ଜନ ସାଧାରଣ ଙ୍କର ସେବା ତଥା ନୂତନ ପିର ୍ୟକ୍‌ତି ବିଶେଷ ମାନଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତି ଜନିତ ସଂସ୍କାର ଦ୍ୱାରା ସମାଜ ପରିବର୍ତ୍ତନ ନିମନ୍ତେ କାର୍ଯ୍ୟରତ । ଭାରତୀୟ କିଷାନ ସଂଘ ର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଶ୍ରୀନିବାସ ଜି ମୁଖ୍ୟ ବକ୍‌ତା ଭାବେ ଯୋଗ ଦେଇ, ରାଷ୍ଟ୍ରୀୟ ନବ ବର୍ଷ ସୃଷ୍ଟିର ପ୍ରାରମ୍ଭ ସହିତ ଜଡିତ । ବ୍ରହ୍ମା ଙ୍କ ଦ୍‌ାରା ଯେଉଁଦିନ ସୃଷ୍ଟିର ସଂରଚନା ଆରମ୍ଭ ହେଲା ସେହି ଦିନ ଠାରୁ ସୃଷ୍ଟି ସମ୍ବଶ୍ଚର ଆରମ୍ଭ ହେଲା ବୋଲି ମତ ରଖିଥିଲେ । ପାଶ୍ଚାତ୍ୟ କାଳ ଗଣନା ପଦ୍ଧତି ସହ ଭାରତୀୟ ପରିବେଶ, ସଂସ୍କୃତି, ଇତିହାସ ଓ ଭାବନାର କୌଣସି ସଂବଦ୍ଧ ନଥାଏୟମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକ, ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ, ବୀର ଅର୍ଜୁନଙ୍କ ପୌତ୍ର ପରୀକ୍ଷିତ ମହାରାଜ ସମ୍ପୂର୍ଣ ସଂସାର ର ସମ୍ରାଟ ଏହି ଦିନରୁ ହୋଇଥିଲେ, କଳିଯୁଗର ୩୦୪୪ ବର୍ଷ ପରେ ଇଶା ମସିହାଙ୍କ ୫୭ ବର୍ଷ ପୂର୍ବେ ଧାର୍ମିକ ତଥା ପ୍ରତାପୀ ରାଜା ବିକ୍ରମାଦିତ୍ୟ ପ୍ରଜା ଙ୍କ ସମ୍ପୂର୍ଣ୍ଣ ଋଣ କୁ ଚୁକ୍‌ତି କରି ନିଜ ଉପର କୁ ନେଇ ନୂଆ ସମ୍ବତ ଆରମ୍ଭ କରିଥିଲେ ଯାହା ଆଜି ର ଗଣନା ଅନୁଯାୟୀ ବିକ୍ରମ ସମ୍ବତ ୨୦୮୧, ଯାହାକି ଉତ୍ତର ଭାରତରେ ଅଧିକ ପ୍ରଚଳିତ, ବିକ୍ରମ ସମ୍ବତ ଆରମ୍ଭର ୧୩୫ ବର୍ଷ ପରେ ରାଜା ଶାଳିବାହନ ନିଜର ସମ୍ବତ ଚୈତ୍ର ଶୁକ୍ଳ ପ୍ରତିପଦରୁ ଆରମ୍ଭ କରିଥିଲେ ଯାହା ଦକ୍ଷିଣ ଭାରତରେ ଅଧିକ ପ୍ରଚଳିତ, ସେହିପରି ଋତୁ ର ପରିବର୍ତ୍ତନ,ପିଲାଙ୍କ ଶ୍ରେଣୀ ପରିବର୍ତ୍ତନ,ଆର୍ଥିକ ବର୍ଷ ର ପରିବର୍ତ୍ତନ,ନୂଆ ଫସଲର ଚାଷ ଆହୁରି ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ ଚୈତ୍ର ଶୁକ୍ଳ ପ୍ରତିପଦା ରେ ନବ ସମ୍ବତ ବା ରାଷ୍ଟ୍ରିୟ ନବବର୍ଷ ରେ ପ୍ରାରମ୍ଭ ହେଉ ଥିବାରୁ ତଥା ଭାରତୀୟ କାଳ ଗଣନା ପଦ୍ଧତି ଅନୁଯାୟୀ ପାରିବାରିକ ଜୀବନ ର ପ୍ରାୟ ସମସ୍ତ ଶୁଭକାର୍ଯ୍ୟ ବିବାହ,ବ୍ରତ,ଜନ୍ମ ଜାତକ,ପିତୃ ଶ୍ରାଦ୍ଧ ଇତ୍ୟାଦି ସମସ୍ତ କାର୍ଯ୍ୟ ପୂଜନ ଆଦି ହେଉଥିବାରୁ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିଠାରୁ ରାଷ୍ଟ୍ରିୟ ନବବର୍ଷ ପାଳନ କରିବାକୁ ଆହ୍‌ୱାନ କରିଥିଲେୟଭାରତୀୟ ନବ ବର୍ଷ ପାଳନର ମହତ୍ୱ ଏବଂ ଚୈତ୍ର ମାସର ପ୍ରାରମ୍ଭ କୃଷ୍ଣ ପକ୍ଷ ଦେବତା ତଥା ପିତୃ ପୁରୁଷ ଙ୍କ ପାଇଁ ଉଦ୍ଧିଷ୍ଟ ଥିବାରୁ ମାନବ ମାନଙ୍କ ପାଇଁ ଉଦ୍ଧିଷ୍ଟ ଶୁକ୍ଳ ପକ୍ଷରେ ନବବର୍ଷ ପାଳନ ସମ୍ପର୍କରେ ମତ ରଖିଥିଲେ । ଭାରତର ବିଶିଷ୍ଟ ଭାଷାବିତ,ସମାଜ ବିଜ୍ଞାନୀ ଓ ଭାରତୀୟ ଭାଷା କେନ୍ଦ୍ର ର ପ୍ରଥମ ନିର୍ଦେଶକ ପଦ୍ମଶ୍ରୀ ଡ଼ଃ ଦେବୀ ପ୍ରସତ୍ତ ପଟାନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଭାରତୀୟ ପରମ୍ପରା ର ମୂଳ ହେଉଛି ସାମୁହିକ ଚିନ୍ତନ । କ୍ଷେତ୍ରୀୟ ସଂଯୁକ୍‌ତ ମହା ସଚିବ ଶୁଭାଶିଷ କର ଓଡିଶା ପୂର୍ବ ପ୍ରାନ୍ତ ର ଦାୟିତ୍ୱଧାରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଶୁଭ କଳସ ସ୍ଥାପନ, ଦୀପମାଳା ଓ ଆମ୍ବଡାଳ ତୋରଣରେ ସୁସଜ୍ଜିତ ସଭା ବେଦଧ୍ୱନୀ ଓ ସମୂହ ବନ୍ଦେ ମାତରଂ ଗାନ ସହ ଆରମ୍ଭ ହୋଇ, ସମୂହ ଜାତୀୟ ସଙ୍ଗୀତ ଗାନ ସହିତ ସଭା ସାଙ୍ଗ ହୋଇଥିଲା । ପରିଶେଷରେ ପୂର୍ବ ପ୍ରାନ୍ତ ଅର୍ଥ ସଚିବ ଶ୍ରୀ ନରସିଂହ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେୟଶ୍ରୀମତୀ ସୁପ୍ରିତି ରଥ,ରାମ ଚନ୍ଦ୍ର ଦଳାଇ, ତପଶ୍ୱନି ଦାଶ, ନୃସିଂହ ନାଥ ନନ୍ଦ, ନିହାର ରଞ୍ଜନ ସ୍‌ୱାଇଁ, ସଂଯୁକ୍‌ତା ମିଶ୍ର, ବିଜୟ ନନ୍ଦିନୀ ଦୁବେ, ସସ୍ମିତା ବନ୍ଦର ନାୟକ,ସସି ପ୍ରଭା ଦାସ,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *