ସୀମାନ୍ତରେ ପୋଲିସକୁ ବଡ ସଫଳତା,ମାଓବାଦୀ ନିହତ ୮ ଲକ୍ଷ ଇନାମି ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୋଟିଏ ପଟେ ସୁକମା ଜିଲ୍ଲାରେ ୮ ଲକ୍ଷ ଟଙ୍କା ପୁରସ୍କାର ରହିଥିବା ଦୁଇ ନକ୍ସଲ ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଅନ୍ୟପକ୍ଷରେ, ଦାନ୍ତେୱାଡାରେ ସୁରକ୍ଷା ବାହିନୀଙ୍କ ଦ୍ୱାରା ତଲାସି ଅଭିଯାନ ସମୟରେ ଜଣେ ନକ୍ସଲ ନିହତ ହୋଇଥିବା ଜଣ ପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମାରେ ପୋଲିସ ନିକଟରେ ଆଜି ଦୁଇ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ଦୁଇ ନକ୍ସଲଙ୍କ ମଧ୍ୟରୁ ଜଣେ ହେଉଛନ୍ତି କିସ୍ତରାମ ମାଓ କ୍ଷେତ୍ର କମିଟିର ପୂର୍ବତନ ସଚିବ ପ୍ରକାଶ ଏବଂ ଅନ୍ୟ ଜଣେ ମହିଳା ନକ୍ସଲ ରୀତା । ତାଙ୍କ ନାମରେ ୮ଲକ୍ଷର ଇନାମ ଘୋଷଣା ହୋଇଥିବା ବେଳେ ସେ ବହୁ ବଡ ବଡ ହିଂସାକାଣ୍ଡରେ ଜଡିତ ଥିଲେ । କିନ୍ତୁ ଏହି ଅଞ୍ଚଳର ମାଓବାଦୀଙ୍କ ନୀତି ଆଦର୍ଶ ହରାଉଥିବା ସହ ସୁରକ୍ଷା ବାହିନୀ ଦ୍ୱାରା ଚାଲିଥିବା ଅପରେସନରେ ସେ ମାଓବାଦୀ ଚିନ୍ତାଧାରା ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ । ଯାହାପରେ ସେ ସାଧାରଣ ଜୀବନ ଜାପନ କରିବା ଆଶାରେ ପେଳସ ନିକଟରେ ଆତ୍ମସମର୍ପଣ କରିଛି । ତେବେ ପ୍ରକାଶଙ୍କ ସହ ମହିଳା ନକ୍ସଲ ରୀତା ମଧ୍ୟ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ରୀତାଙ୍କ ସ୍ୱାମୀ ନକ୍ସଲ କମାଣ୍ଡର ନାଗେଶ ହୋଇଥିବା ବେଳେ ସେ ମଧ୍ୟ ବିଗତ କିଛି ଦିନ ପୂର୍ବେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ତେବେ ରୀତାଙ୍କ ଉପରେ ମଧ୍ୟ ଆଠ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା । ନକ୍ସଲମାନେ କ୍ରମାଗତ ଭାବରେ ମାଓବାଦୀ ଚିନ୍ତାଧାରା ଛାଡି ସମାଜର ମୁଖ୍ୟ ସ୍ରୋତରେ ଯୋଗ ଦେଉଥିବା ବେଳେ ଛତିଶଗଡ ଅଞ୍ଚଳରେ ମାଓ ଗଡ ଭୁଶିଡିବାରେ ଲାଗିଥିବା ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ଦନ୍ତେୱାଡା ଏବଂ ବିଜାପୁର ସୀମାରେ ଥିବା ଜଙ୍ଗଲରେ ନକ୍ସଲ ଦମନ ନିମନ୍ତେ ଡିଆରଜି, ବସ୍ତର ଫାଇଟର୍ସ ଏବଂ ସିଆରପିଏଫର ଯବାନଙ୍କ ଦ୍ୱାରା ମିଳିତ ରୂପେ ତଲାସି ଅଭିଯାନ ବେଳେ ଜଙ୍ଗଲ ମଧ୍ୟରେ ଲୁଚି ଥିବା ନକ୍ସଲ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇ ପ୍ରତି ଆକ୍ରମଣ କରିଥିଲେ ଯବାନ ମାନେ । ଦୀର୍ଘ ସାମୀ ଧରି ଗୁଳି ବିନିମୟ ପରେ ନକ୍ସଲ ମାନେ ସେଠାରୁ ଛତ୍ର ବହଙ୍ଗ ଦେଇଥିଲେ । ଏହାପରେ ଯବାନ ମାନେ ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ ଜଣେ ନକ୍ସଲଙ୍କ ମୃତଦେହ, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ନକ୍ସଲାଇଟ୍ ସାମଗ୍ରୀ ଉଦ୍ଧାର କରିଥିବା ନେଇ ଦନ୍ତେୱାଡା ଏସପି ଗୌରଭ ରାୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *