Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ ୨ କିମି ଖଟିଆରେ ବୁହାହେଲେ ରୋଗୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ ୨ କିମି ଖଟିଆରେ ବୁହାହେଲେ ରୋଗୀ

ଲାଞ୍ଜିଗଡ଼: ଫେଲ୍ ମାରିଛି ସରକାରୀ ଯୋଜନା । ଆଜି ଯାଏଁ ଅନେକ ଗାଁକୁ ପହଞ୍ôଚ ପାରିନି ମୌଳିକ ସୁବିଧା । ତିଆରି ହୋଇପାରିନି ରାସ୍ତା । ନିର୍ମାଣ ହୋଇପାରିନି ପୋଲ । କାଗଜପତ୍ରରେ କିନ୍ତୁ ବିକାଶର ଲମ୍ବା ଚିଠା, ଲମ୍ବା ଫର୍ଦ୍ଦ । ଏଭଳି ପରିସ୍ଥିତି ଯୋଗୁଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୧୪୬ରୁ ଊର୍ଦ୍ଧ୍ୱ ଗାଁ ଅପହଞ୍ଚ ହୋଇ ରହିଥିବାବେଳେ ଆଜି ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଯାଇପାରିଲାନି ବୋଲି ଜଣେ ଗୁରୁତର ରୋଗୀଙ୍କୁ ଦୁଇକିମି ଖଟିଆରେ ବୁହାହୋଇ ନେବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି । ଏଭଳି ଏକ ଘଟଣା ଆଜି ବିକାଶର ରଙ୍ଗୀନ ଚିତ୍ରକଳ୍ପକୁ ଫିକା କରିଦେଇଛି । ଖବର ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ବଡ଼ ସେମେଲପଦର ଗାଁର ଭୁବନେ ମାଝୀଙ୍କ ପୁଅ ଡମେ ମାଝୀ ଆଜି ନିଜ ଚାଷଜମିରେ କାଠ କାଟୁ ଥିବାବେଳେ ଗଛର ଏକ ଶାଖା ଛିଣ୍ଡି ତାଙ୍କ ଡାହାଣ ଗୋଡ଼ରେ ପଡ଼ିଥିଲା । ଏଥିରେ ଡମେଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କ ପରିବାର ଲୋକେ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସ ଡାକିଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଏବଂ ଏକ ଛୋଟନାଳ ଯୋଗୁଁ ଆମ୍ବୁଲାନ୍ସ ଅଧା ବାଟରେ ଅଟକିଥିଲା । ଫଳରେ ଅନ୍ୟ ଉପାୟ ନପାଇ ପରିବାର ଲୋକେ ଗୁରୁତର ଡମେଙ୍କୁ ଏକ ଖଟିଆରେ ବୋହି ଦୁଇକିମି ଦୂରରେ ଥିବା ଆମ୍ବୁଲାନ୍ସ ପାଖକୁ ନେଇଥିଲେ । ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ରାସ୍ତା ଖଣ୍ଡିଏ ନଥିବାରୁ ଆଦିବାସୀ ବହୁଳ ବଡ଼ ସେମେଲପଦର ଗାଁର ଲୋକେ ଏଭଳି ଦହଗଞ୍ଜର ଶିକାର ହେଉଥିବାବେଳେ ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ କୌଣସି ଫଳ ମିଳୁନଥିବାରୁ ନିରାଶା ବ୍ୟକ୍ତ କରିଛନ୍ତି । ଅଞ୍ଚଳର ସମସ୍ୟା ସବୁକୁ ଆଖି ବୁଜି ଦେଇଥିବା ନେତା ଓ ଜନପ୍ରତିନିଧିମାନଙ୍କୁ ଏଥର କଡ଼ାଗଣ୍ଡା ହିସାବ ମଗାଯିବ ବୋଲି ଗାଁର ୱାର୍ଡସଭ୍ୟ ଘାସିରାମ ମାଝୀ, ଦୁଃଖି ମାଝୀ, ରାଜେଶ ମାଝୀ, ଶିବ ମାଝୀ, ସୁନ୍ଦରୀ ମାଝୀ, ସ୍ୱପ୍ନା ମାଝୀଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave a Reply