Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନ୍ ସୀମାର ଲେହରେ ମୁତୟନ ଯବାନଙ୍କୁ ରଙ୍ଗ- ଫଗୁ ଲଗାଇ ହୋଲି ପାଳନ କଲେ ପ୍ରତିରକ୍ଷା ମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ୍ ସୀମାର ଲେହରେ ମୁତୟନ ଯବାନଙ୍କୁ ରଙ୍ଗ- ଫଗୁ ଲଗାଇ ହୋଲି ପାଳନ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଚୀନ୍ ସୀମାର ଲେହ (ଲଦାଖ)ରେ ମୁତୟନ ଥିବା ସଶସ୍ତ୍ର ବଳର ଯବାନଙ୍କ ସହିତ ହୋଲି ମନାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଯବାନ ମାନଙ୍କୁ ରଙ୍ଗ- ଫଗୁ ଲଗାଇବା ସହ ମିଠା ଖୁଆଇଛନ୍ତି ଏବଂ ଯବାନ ମାନଙ୍କୁ ହୋଲିର ବଧେଇ ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ପ୍ରଥମେ ସିୟାଚୀନରେ ଯବାନ ମାନଙ୍କ ସହିତ ହୋଲି ମନାଇବା ନିମନ୍ତେ ଯିବାର ଥିଲା । ହେଲେ ଆଜି ସକାଳେ ପ୍ରତିକୂଳ ପାଗ ଯୋଗୁଁ ଅଚାନକ ତାଙ୍କ କାର୍ଯ୍ୟକ୍ରମରେ ପରିବର୍ତନ କରାଯାଇଥିଲା ।

Leave a Reply