Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁଣି ମାତିଲେ ମୂର୍ତ୍ତି ଚୋର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଣି ମାତିଲେ ମୂର୍ତ୍ତି ଚୋର

ପୁରୀ: ପୁଣି ମାତିଲେ ମୂର୍ତ୍ତି ଚୋର । ପୁରୀ ପଶ୍ଚିମଦ୍ୱାର ଗାଣ୍ଡୁଆଚଉରା ଛକ ନିକଟରେ ଥିବା ବାବା କପାଳମୋଚନ ମହାଦେବଙ୍କ ମନ୍ଦିରରୁ ନୃସିଂହ ମୂର୍ତ୍ତି ଚୋରି । ଗୁରୁବାର ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ବାବା କପାଳମୋଚନଙ୍କ ମନ୍ଦିରରେ ପଶି ବହୁ ପୁରାତନ ପଥରର ନୃସିଂହ ମୂର୍ତ୍ତି ଚୋରି କରିଥିବା ନେଇ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ବାବା କପାଳମୋଚନ । ଶ୍ରୀମନ୍ଦିରର ବିଭିନ୍ନ ନୀତିକାନ୍ତି ସହ ବାବା କପାଳମୋଚନ ମନ୍ଦିର ଅଙ୍ଗାଅଙ୍ଗୀ ଭାବେ ଜଡିତ । ତେବେ କପାଳମୋଚନ ମନ୍ଦିରରୁ ନୃସିଂହ ମୂର୍ତ୍ତି ଚୋରି ହୋଇଥିବା ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାସ୍ଥଳରେ ସିଂହଦ୍ୱାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ଆଶ୍ରମ ଛକ ନିକଟରେ ଥିବା ବାବା ମୁକ୍ତେଶ୍ୱରଙ୍କ ମନ୍ଦିରରରୁ ମଧ୍ୟ ଶିବ ପାର୍ବତୀଙ୍କ ମୂର୍ତ୍ତି ଚୋରି ହୋଇଥିଲା । ପୁରୀ ପୋଲିସ ମୁକ୍ତେଶ୍ୱର ମନ୍ଦିରରୁ ଚୋରି ହୋଇଥିବା ମୂର୍ତ୍ତି ଓ ଅଳଙ୍କାର ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଏବେ ପୁଣିଥରେ ଶ୍ରୀମନ୍ଦିର ନିକଟରେ ଥିବା ବାବା କପାଳମୋଚନଙ୍କ ମନ୍ଦିରରୁ ପଥରର ନୃସିଂହଙ୍କ ମୂର୍ତ୍ତି ଚୋରି ହୋଇଥିବା ବେଳେ ଏବେ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାବା କପାଳମୋଚନଙ୍କ ମନ୍ଦିର ପରିସରରୁ ମୂର୍ତ୍ତି ଚୋରି ଘଟଣାକୁ ନେଇ ମନ୍ଦିର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯିବା ନେଇ ସେବାୟତ ସୂଚନା ଦେଇଛନ୍ତି ।

Leave a Reply