ଅନୁଗୋଳରୁ ଅଯୋଧ୍ୟାକୁ ଗଲା ଆସ୍ଥା ସ୍ପେଶାଲ ଟ୍ରେନ୍

ଅନୁଗୋଳ: ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ଏନେଇ ଦେଶରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ପରିପ୍ରେକ୍ଷୀରେ ରାମଲାଲାଙ୍କ ଦର୍ଶନ ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଶୁକ୍ରବାର ଅନୁଗୋଳରୁ ଅଯୋଧ୍ୟାକୁ ଏକ ସ୍ୱତନ୍ତ୍ର ଆସ୍ଥା ସ୍ପେଶାଲ ଟ୍ରେନ୍ ୫୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ଧରି ଅଯୋଧ୍ୟା ବାହାରିଛି । ଟ୍ରେନ୍‌ରେ ୧୪୭୨ ଶ୍ରଦ୍ଧାଳୁ ଅଯୋଧ୍ୟା ଯାଇଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଅନୁଗୋଳ ରେଳ ଷ୍ଟେଶନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର ଯୋଗ ଦେଇ ଅଯୋଧ୍ୟା ଯାଉଥିବା ଶ୍ରଦ୍ଧାଳୁଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଲାଇଟ ଦେଖାଇ ଟ୍ରେନର ଶୁଭାରମ୍ଭ କରିଥିଲେ । ଅନୁଗୋଳରୁ ଆସ୍ଥା ସ୍ପେଶାଲ ଟ୍ରେନ ଅଯୋଧ୍ୟା ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ଉପସଭାପତି ଗୋଲଖ ମହାପାତ୍ର କହିଛନ୍ତି । ଜୟ ଶ୍ରୀରାମ ଧ୍ୱନିରେ ଷ୍ଟେଶନ ପ୍ରକମ୍ପିତ ହେଉଥିଲା । ଏହି ଅବସରରେ ଭାଜପା ଜିଲା ସଭାପତି ଡିଲେଶ୍ୱର ପ୍ରଧାନ, ଏନ୍‌ଏସ୍‌ଆଇସି ଡାଇରେକ୍ଟର କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ପ୍ରତିମା ମିଶ୍ର, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *