Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନର ଅର୍ଥନୀତି ଠାରୁ ବଡ଼ ଟାଟା ଗ୍ରୁପର ବଜାର ମୂଲ୍ୟ: ରିପୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନର ଅର୍ଥନୀତି ଠାରୁ ବଡ଼ ଟାଟା ଗ୍ରୁପର ବଜାର ମୂଲ୍ୟ: ରିପୋର୍ଟ

ନୂଆଦିଲ୍ଲୀ : ଟାଟା ଗ୍ରୁପ୍ କମ୍ପାନୀଗୁଡିକର ମିଳିତ ବଜାର ମୂଲ୍ୟ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି) କୁ ଅତିକ୍ରମ କରିଛି । ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ଲୁଣ-ଟୁ-ସଫ୍ଟୱେର୍ କମ୍ପାନୀ ମାଧ୍ୟମରେ ଭାରତର ସବୁ ଘରେ ପହଞ୍ଚିଥିବା ଟାଟା ଗ୍ରୁପ୍ ବଜାର ମୂଲ୍ୟ ସମ୍ପୂର୍ଣ୍ଣ ପାକିସ୍ତାନ ଅର୍ଥନୀତିକୁ ପଛରେ ପକାଇ ଦେଇଛି । ଶେୟାର ବଜାରରେ ତାଲିକାଭୁକ୍ତ କମ୍ପାନୀଗୁଡିକ ଷ୍ଟକ୍ ମାର୍କେଟରେ ଏକ ବର୍ଷରେ ବାମ୍ପ ରିଟର୍ନ ଦେଇଛନ୍ତି । ଯାହା ଫଳରେ ସେମାନଙ୍କ ମିଳିତ ମୂଲ୍ୟ ବର୍ତ୍ତମାନ ପାକିସ୍ତାନର ସମଗ୍ର ଅର୍ଥନୀତିଠାରୁ ଅଧିକ, ଯାହା ବର୍ତମାନ ସମସ୍ୟା ଭିତରେ ରହିଛି । ରିପୋର୍ଟ ଅନୁଯାୟୀ, ଟାଟା ଗ୍ରୁପ୍‌ର ମୋଟ ବଜାର ମୂଲ୍ୟ ପ୍ରାୟ ୩୬୫ ବିଲିୟନ ଡ଼ଲାର୍ ବା ୩୦ ଲକ୍ଷ କୋଟିରୁ ଅଧିକ ଅଟେ । ଏହା ପାକିସ୍ତାନର ଜିଡିପି ଠାରୁ ଅଧିକ ଅଟେ । ଆଇଏମଏଫ ରିପୋର୍ଟ ଅନୁଯାୟୀ ପାକିସ୍ତାନ ଜିଡିପି ପ୍ରାୟ ୩୪୧ ବିଲିୟନ ଡଲାର ବୋଲି ଆକଳନ କରାଯାଇଛି ।

Leave a Reply