ଶରଧାପୁର ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକୋତ୍ସବ

ଲହୁଣୀପଡ଼ା- ଶରଧାପୁର ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ରାଜକିଶୋର ମାହାନ୍ତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜାମୁଣ୍ଡା ସରପଞ୍ଚ ମାଳତୀ କିଷାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଡମ୍ବରୁଧର ମାହାନ୍ତ, ବିଦ୍ୟାଳୟର ଏସ୍‌ଏମ୍‌ସି କମିଟିର ସମ୍ପାଦକ ଦିବାକର ମାହାନ୍ତ, ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ପାଣ୍ଡବ ଚରଣ ପାତ୍ର ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିଙ୍କ ଦ୍ୱାରା ମାତା ସରସ୍ୱତୀଙ୍କ ପାଖରେ ଦୀପ ପ୍ରଜ୍ଜଳନ କରାଯାଇ ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ବେଚ ଓ ଉପଢ଼ୌକନ ପ୍ରଦାନ କରିଥିଲେ । ବିଦ୍ୟାଳୟର ଦୀବାକର ମାହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟା ଟିକି ମଞ୍ଜରୀ ମାହାନ୍ତ ବାର୍ଷିକୀ ବିବରଣୀ ପଠନ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଯୋଗାଇବାରେ ଶିକ୍ଷକ ଏବଂ ଅଭିଭାବକ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିବା ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ଉପଦେଶ ଦେଇଥିଲେ । ଧନେଶ୍ୱରୀ ମାହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସଭା ଶେଷରେ ବିଦ୍ୟାଳୟର ମଞ୍ଜୁଲତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *