Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭଗବାନ ରାମଙ୍କୁ କାଳ୍ପନିକ କହୁଥିବା କଂଗ୍ରେସ ବି ଜୟ ସିୟାରାମ ଭଜିବାରେ ଲାଗିଛି  - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭଗବାନ ରାମଙ୍କୁ କାଳ୍ପନିକ କହୁଥିବା କଂଗ୍ରେସ ବି ଜୟ ସିୟାରାମ ଭଜିବାରେ ଲାଗିଛି 

ରେୱାଡି/ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣାର ରେୱାଡିରୁ କଂଗ୍ରେସକୁ ନିଶାନା କରି କହିଛନ୍ତି ଯେ, ଭଗବାନ ରାମଙ୍କୁ କାଳ୍ପନିକ କହୁଥିବା କଂଗ୍ରେସ ବି ଏବେ ଜୟ ସିୟାରାମ ଭଜିବାକୁ ଲାଗିଲାଣି । ପ୍ରଧାନମନ୍ତ୍ରୀ ରେୱାଡିରେ ସ୍ୱାସ୍ଥ୍ୟ, ରେଳ ଓ ପର୍ଯ୍ୟଟନ କ୍ଷେତ୍ର ସହିତ ଜଡିତ ୧୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ ପରିଯୋଜନାକୁ ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶର ଇଚ୍ଛା ଥିଲା, ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ନିର୍ମାଣ ହୋଇଛି, ଆଜି ପୂରା ଦେଶ ଭବ୍ୟ ରାମମନ୍ଦିରରେ ବିରାଜିତ ରାମଲାଲଙ୍କ ଦର୍ଶନ କରୁଛନ୍ତି । କଂଗ୍ରେସର ଲୋକ, ଯେଉଁମାନେ ଭଗବାନ ରାମଙ୍କୁ କାଳ୍ପନିକ କହୁଥିଲେ, ଯେଉଁମାନେ କେବେ ଚାହୁଁନଥିଲେ ରାମମନ୍ଦିର ନିର୍ମାଣ ହେଉ, ସେମାନେ ବି ଜୟ ସାୟାରାମ ଭଜିବାକୁ ଲାଗିଛନ୍ତି । ଦେଶର ଇଚ୍ଛା ଥିଲା, ଯେ ବିଶ୍ୱରେ ଭାରତର ପ୍ରତିଷ୍ଠା ବଢୁ ଆମେ ତାହା କରିଥିଲୁ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉ ବୋଲି ଦେଶ ଚାହୁଁଥିଲା । ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଇଛି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ କୁ ହଟାଇବା ବିଷୟରେ ଆଲୋଚନା ହୋଇଥିଲା, ଆଜି ଏହି ଲେଖା ଇତିହାସର ପୃଷ୍ଠାରେ ହଜିଯାଇଛି । 

Leave a Reply