Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଫେବୃଆରୀ ୧୪ରେ ଆବୁଧାବିରେ ହିନ୍ଦୁ ମନ୍ଦିର ଉଦ୍‌ଘାଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଫେବୃଆରୀ ୧୪ରେ ଆବୁଧାବିରେ ହିନ୍ଦୁ ମନ୍ଦିର ଉଦ୍‌ଘାଟନ

ଆବୁଧାବି : ୟୁନାଇଟେଡ୍ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରଥମ ପାରମ୍ପାରିକ ହିନ୍ଦୁ ମନ୍ଦିର ସମ୍ପୂର୍ଣ୍ଣ ହୋଇଛି । ଏହି ମନ୍ଦିର ୟୁଏଇର ସବୁଠାରୁ ବଡ ମନ୍ଦିର ହେବ । ଏହି ମନ୍ଦିରଟି ବହୁତ ସୁନ୍ଦର ଏବଂ ପଥରରେ ର୍ନିମିତ । ମନ୍ଦିର ଉପରେ ମଧ୍ୟ ବହୁତ ଭଲ ଖୋଦିତ କରାଯାଇଛି । ମନ୍ଦିରଟି ୧୪ ଫେବୃଆରୀରେ ଉଦ୍ଘାଟିତ ହେବାକୁ ଯାଉଛି । ଯେଉଁଥିରେ ସ୍ବାମୀ ନାରାୟଣ ସଂସ୍ଥା ଆଧ୍ୟାତ୍ମିକ ଗୁରୁ, ପରମ ପାବନ ମହନ୍ତ ସ୍ବାମୀ ମହାରାଜ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଏହି ମନ୍ଦିର ସାଧାରଣ ଲୋକଙ୍କ ପାଇଁ ୧୮ ଫେବୃଆରୀରୁ ଖୋଲାଯିବ । ଏହି ମନ୍ଦିରର ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ବହୁତ ସୁନ୍ଦର ଦେଖାଯାଉଛି । ମନ୍ଦିରଟି ୨୭ ଏକର ଜମିରେ ର୍ନିମିତ । ଯାହାକୁ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନ ଦାନ କରିଥିଲେ । ୟୁଏଇରେ ର୍ନିମାଣ ହେଉଥିବା ମନ୍ଦିରର କାର୍ଯ୍ୟ ସମାପ୍ତ ହୋଇଛି, ଏହାକୁ ୨୦୧୮ରେ ପରିକଳ୍ପନା କରାଯାଇଥିଲା ଏବଂ ଏହାର ମୂଳଦୁଆ ୨୦୧୯ରେ ରଖାଯାଇଥିଲା । ଏହି ମନ୍ଦିରକୁ ଭାରତର କାରିଗରମାନେ ର୍ନିମାଣ କରିଛନ୍ତି । ମନ୍ଦିର ଉଚ୍ଚତା ୧୦୮ ଫୁଟ: ଏହାର ଉଚ୍ଚତା ୧୦୮ ଫୁଟ, ଯେଉଁଥିରେ ୪୦ ହଜାର ଘନ ମିଟର ମାର୍ବଲ ଏବଂ ୧୮୦ ହଜାର ଘନ ମିଟର ବାଲୁକା ପଥର ଅନ୍ତର୍ଭୁକ୍ତ । ମନ୍ଦିର ର୍ନିମାଣରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଅଭିନେତା ସଞ୍ଜୟ ଦତ୍ତ ଏବଂ ଅକ୍ଷୟ କୁମାରଙ୍କ ସମେତ ୫୦,୦୦୦ରୁ ଅଧିକ ଲୋକ ଇଟା ରଖିଛନ୍ତି । ମନ୍ଦିରକୁ ଆସିବା ସହିତ ଏକ ଆକର୍ଷଣୀୟ ୱାଟରଫଲ ମଧ୍ୟ ର୍ନିମାଣ କରାଯାଇଛି । ଯାହାକି ପବିତ୍ର ଭାରତୀୟ ନଦୀ ଗଙ୍ଗା, ଯମୁନା ଏବଂ ସରସ୍ବତୀଙ୍କ ସୋର୍ସକୁ ପ୍ରତିପାଦିତ କରିଥାଏ । ମନ୍ଦିରର ବାହାରେ ୯୬ ଟି ଘଣ୍ଟି ଲଗାଯାଇଛି । ଆଧୁନିକ ଟେକ୍ନୋଲୋଜି ସହିତ ମନ୍ଦିରର ଚଟାଣ ର୍ନିମାଣ କରାଯାଇଛି । ଲୋକମାନେ ଚଟାଣରେ ଖାଲି ପାଦରେ ଚାଲିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁଁ । ମୁଖ୍ୟ ଆକର୍ଷଣ ହେଉଛି ମନ୍ଦିର, ଯାହା ଆରବୀୟ ପ୍ରତୀକ ସହିତ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଇତିହାସକୁ ଦର୍ଶାଏ । ମନ୍ଦିର ଭିତରେ ଥିବା ପଥରରେ ରାମାୟଣ ଏବଂ ମହାଭାରତର ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତ ଏବଂ ହିନ୍ଦୁ ଶାସ୍ତ୍ର ଏବଂ ପୁରାଣର ଅନ୍ୟ କାହାଣୀ ଗୁଡ଼ିକ ଚିତ୍ରିତ ହୋଇଛି । ଇଜିପ୍ଟ, ମେସୋପୋଟାମିଆନ୍‌, ଆଜ୍ଟେକ୍ ଏବଂ ଭାରତୀୟ ସଭ୍ୟତାର କାହାଣୀଗୁଡିକ ପ୍ରଦର୍ଶିତ ହୋଇଛି । ମନ୍ଦିର ଭିତରେ ଥିବା ଚିତ୍ରକଳା ଦେଖିବା ଯୋଗ୍ୟ । ମନ୍ଦିରରେ ଦୁଇଟି ଚମତ୍କାର ଗମ୍ବୁଜ ମଧ୍ୟ ର୍ନିମାଣ କରାଯାଇଛି ଏହି ମନ୍ଦିରରେ ସ୍ବୀମୀନାରାୟଣ, ରାମା, ସୀତା, କୃଷ୍ଣ ଏବଂ ଆୟାପନ୍ ସମେତ ଭାରତର ବିଭିନ୍ନ ଅଂଳର ପ୍ରତିନିଧିତ୍ୱ କରୁଥିବା ହିନ୍ଦୁ ଦେବତାମାନେ ସ୍ଥାପନ କରାଯିବ । ଏଥିରେ ସାତୋଟି ଶିଖର ର୍ନିମାଣ କରାଯାଇଛି । ଯାହା ଅଧୀନରେ ଦେବତାମାନଙ୍କୁ ରଖାଯିବ ।

ଫେବୃଆରୀ ୧୪ରେ ୟୁଏଇର ରାଜଧାନୀ ଆବୁଧାବିରେ ପ୍ରଧାନମନ୍ତ୍ରୀ ମୋଦି ବିଏପିଏସ୍ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଏପିଏସ୍ ହିନ୍ଦୁ ମନ୍ଦିରରେ ସାରା ବିଶ୍ୱରୁ କୂଟନୀତିଜ୍ଞମାନେ ଉପସ୍ଥିତ ଥିଲେ । ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର କୂଟନୀତିଜ୍ଞମାନଙ୍କୁ ଧନ୍ୟବାଦ ଜଣାଇବା ସହ ମନ୍ଦିର ନିର୍ମାଣରେ ଖୁସି ବ୍ୟକ୍ତ କରିଥିଲେ । ସେ କହିଛନ୍ତି, ଏହା ଅସମ୍ଭବ କିନ୍ତୁ ସ୍ୱପ୍ନ ବାସ୍ତବରେ ପରିଣତ ହୋଇଛି । ଏହି ସମୟରେ କୂଟନୀତିଜ୍ଞମାନେ ମନ୍ଦିରର ସ୍ଥାପତ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ ।ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କିଛି ଫଟୋ ମଧ୍ୟ ଶେୟାର କରିଛି । ଏଥିରେ କ୍ୟାପଶନ ଲେଖାଅଛି, ‘ବିଏପିଏସ୍‌’ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ ପାଇଁ କିଛିଦିନ ବାକି ଅଛି । ଏହାପୂର୍ବରୁ ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର କୂଟନୀତିଜ୍ଞମାନଙ୍କୁ ମନ୍ଦିରର ଏକ ସ୍ୱତନ୍ତ୍ର ଯାତ୍ରା କରିଥିଲେ । ରାଷ୍ଟ୍ରଦୂତ ମନ୍ଦିରର ଅନନ୍ୟ ସ୍ଥାପତ୍ୟ, ଉଦ୍ଦେଶ୍ୟ ଏବଂ ଏକତା, ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସମ୍ପର୍କରେ କୂଟନୀତିଜ୍ଞମାନଙ୍କୁ ଅବଗତ କରାଇଥିଲେ । ସଞ୍ଜୟଙ୍କ ନିମନ୍ତ୍ରଣ କ୍ରମେ ୪୨ ଦେଶର ପ୍ରତିନିଧି ଆବୁଧାବିର ଏହି ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି । ୬୦ରୁ ଅଧିକ ଅତିଥିଙ୍କୁ ଫୁଲମାଳ ସହିତ ସ୍ୱାଗତ କରାଯାଇଥିଲା । ତାଙ୍କୁ ମନ୍ଦିର ବିଷୟରେ ସୂଚନା ଦିଆଯାଇଥିଲା । ହିନ୍ଦୁ ପରମ୍ପରା ବିଷୟରେ ମଧ୍ୟ ଅବଗତ କରାଯାଇଥିଲା ।ଯେଉଁ ଦେଶଗୁଡ଼ିକ ଏହି ମନ୍ଦିର ପରିଦର୍ଶନ କରିଥିଲେ ସେମାନଙ୍କ ମଧ୍ୟରେ ଆମେରିକା, ଆର୍ଜେଣ୍ଟିନା, ଆର୍ମେନିଆ, ବହରିନ, ବାଂଲାଦେଶ, ଜର୍ମାନୀ, ଘାନା, ଆୟର୍ଲାଣ୍ଡ, ଇସ୍ରାଏଲ, ଇଟାଲୀ, କାନାଡା, ଚାଡ, ଚିଲି, ସାଇପ୍ରସ, ଚେକ ରିପବ୍ଲିକ, ଡୋମିନିକାନ ରିପବ୍ଲିକ, ଇଜିପ୍ଟ, ୟୁରୋପୀୟ ୟୁନିଅନ, ଫିଜି, ଗାମ୍ବିଆର ବରିଷ୍ଠ ରାଷ୍ଟ୍ରଦୂତ ଏବଂ ରାଜନେତାମାନେ ଏଥିରେ ସାମିଲ ହୋଇଥିଲେ ।

Leave a Reply