Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜ୍ଞାନବାପୀରେ ପୂଜା ଆରମ୍ଭ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମସଜିଦ୍ କମିଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜ୍ଞାନବାପୀରେ ପୂଜା ଆରମ୍ଭ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମସଜିଦ୍ କମିଟ

ବାରାଣସୀ: ହାଇକୋର୍ଟର ଦ୍ୱାରସ୍ଥ ହେଲେ ଜ୍ଞାନବାପୀ ମସଜିଦ୍‌ର କମିଟି ସଦସ୍ୟ । ବାରଣାସୀ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତକାଲି ମୁସଲିମ ସଂପ୍ରଦାୟଙ୍କ ପକ୍ଷରୁ କୁହାଯାଇଥିଲା ଯେ ବାରାଣାସୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ କେତେକ ଦିଗକୁକୁ ଅଣଦେଖା କରି ରାୟ ଦେଇଥିବାରୁ ସେମାନେ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ଯିବେ । ଅଯୋଧ୍ୟା ସ୍ୱପ୍ନ ପୂରା ହେବା ପରେ, କାଶୀକୁ ନେଇ ଜାଗିଲା ଆଶା । ଜ୍ଞାନବାପୀ ମନ୍ଦିର-ମସଜିଦ ବିବାଦ ମାମଲାରେ ବଡ଼ ରାୟ ଆସିଛି । ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ଲାଗି ଅନୁମତି ଦେଇଛନ୍ତି ବାରାଣସୀ କୋର୍ଟ । ୩ ଦଶନ୍ଧି ପରେ ପୁଣି ଥରେ ଏଠାରେ ଶୁଭିବ ମନ୍ତ୍ରପାଠ ଓ ଭୋଗରାଗ ହେବ । ଉତ୍ତରପ୍ରଦେଶ ବାରାଣସୀ ଜ୍ଞାନବାପୀ ମସଜିଦ ପରିସରରେ ଥିବା ଦେବଦେବୀଙ୍କ ମୂର୍ତ୍ତିକୁ ପୂଜାର୍ଚ୍ଚନା ପାଇଁ ହିନ୍ଦୁ ପକ୍ଷକୁ ମିଳିଛି ଅଧିକାର । ସେଥିପାଇଁ ୭ ଦିନ ଭିତରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବାରାଣସୀ ଜିଲ୍ଲା କୋର୍ଟ । କାଶୀ ବିଶ୍ୱନାଥ ଟ୍ରଷ୍ଟ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପୂଜକ ଦକ୍ଷିଣ ପାର୍ଶ୍ୱ ବେସମେଣ୍ଟରେ ଥିବା ଦେବଦେବୀଙ୍କ ମୂର୍ତ୍ତିର ପୂଜାର୍ଚ୍ଚନା ଓ ଭୋଗରାଗ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି । କୋର୍ଟଙ୍କ ଏହି ରାୟ ପରେ, ସାରା ବାରାଣସୀରେ ଖୁସିର ଲହରି । ହର ହର ମହାଦେବ ନାରାରେ ପ୍ରକଂପିତ ପରିବେଶ । ଆଉ କୋର୍ଟ ବାହାରର ଦୃଶ୍ୟ ଥିଲା କିଛି ଅଲଗା । ହିନ୍ଦୁ ପକ୍ଷ ଆଇନଜୀବୀ ଓ ଅନ୍ୟ ସାମାଜିକ କର୍ମୀ ମାନେ ଦୀର୍ଘ ଦିନର ଅଧିକାର ଫେରିପାଇବା ଖୁସିକୁ ସେଲିବ୍ରେଟ୍ କରିଥିଲେ । ବର୍ଷ ବର୍ଷ ପୂର୍ବରୁ ଯେଉଁ ଐତିହାସିକ ଭୁଲ୍ ହୋଇଥିଲା ତା’ର ସଂଶୋଧନ ହୋଇଛି । ଏହାଠୁ ବଳି ଖୁସିର କଥା କିଛି ନାହିଁ ବୋଲି କହିଛନ୍ତି ବାରାଣସୀବାସୀ । ସେପଟେ ମୁସଲିମ ପକ୍ଷ ଏହି ରାୟକୁ ଚାଲେଞ୍ଜ କରି ଅହ୍ଲାବାଦ ହାଇକୋର୍ଟ ଯିବେ ବୋଲି କହିଛି । ଜ୍ଞାନବାପୀ ବାହାରୁ ମସଜିଦ ଲାଗୁଥିଲେ ବି, ଏଠି ସୁସ୍ପଷ୍ଟ ମନ୍ଦିରର ସ୍ଥିତି । ଦାବି ହୁଏ ସପ୍ତଦଶ ଶତାବ୍ଦୀରେ ଔରଙ୍ଗଜେବ୍ ଦ୍ୱାରା କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ବିଶ୍ୱେଶ୍ୱର ମନ୍ଦିରକୁ ଭାଙ୍ଗି ମସଜିଦ୍ ନିର୍ମାଣ କରାଯାଇଥିଲା । ଜ୍ଞାନବାପୀ ପରିସରରରେ ଏବେ ବି ମନ୍ଦିରର ଭଗ୍ନାବଶେଷ ରହିଛି । କାନ୍ଥରେ ଶୃଙ୍ଗାର ଗୌରୀ, ଗଣେଶ, ହନୁମାନ, ନନ୍ଦି ଆଦି ଦେବଦେବୀଙ୍କର ମୂର୍ତ୍ତି ରହିଛି । ବର୍ଷକୁ ଥରେ ଏଠାରେ ପୂଜାର୍ଚ୍ଚନା ହୋଇଥାଏ । ତେବେ ଦୈନିକ ପୂଜାର୍ଚ୍ଚନା ଅନୁମତି ଦାବିରେ ବାରଣାସୀ କୋର୍ଟରେ ଆବେଦନ ହେବା ପରେ, ଏହା ଦୀର୍ଘ ବର୍ଷ ଧରି ଆଇନଗତ ପ୍ରକ୍ରିୟାରେ ଛନ୍ଦି ହୋଇ ରହିଥିଲା । ଜ୍ଞାନବାପୀ ପରିସରର ଭିଡିଓ ସର୍ଭେ ପାଇଁ ବାରାଣସୀ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟକୁ ଯାଇଥିଲେ ମଧ୍ୟ, ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା ।

Leave a Reply