Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବିକାଶ ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବିକାଶ ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସ

ବ୍ରହ୍ମପୁର : ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ତରଫରୁ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଶାଖା କାର୍ଯ୍ୟାଳୟ ରେ ପାଳିତ ହୋଇଯାଇଛି । ଉପଦେଷ୍ଟା ଇଂ. କାଶୀ ବିଶ୍ୱନାଥ ଚୌଧୁରୀ ଓ ସଭାପତି ଇଂ ସୀମାଞ୍ଚଳ ଦାଶଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପରିଷଦ ସଦସ୍ୟ ଓ ପଦାଧିକାରୀଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ଭାରତ ମାତାଙ୍କ ଜୟ ଗାନ, ବଂଦେମାତରଂ ଜୟ ଘୋଷ ରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଏହି ପବିତ୍ର ଦିବସ ଅବସରରେ ବ୍ରହ୍ମପୁର ଶାଖାର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଭାପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ସଦାଶିବ ପଣ୍ଡାଙ୍କୁ ତାଙ୍କର ଜୀବନସାରା ସମାଜ ସେବା କ୍ଷେତ୍ରରେ ସାଧନା କାରଣରୁ ପରିଷଦ ପୂର୍ବ କ୍ଷେତ୍ର ତରଫରୁ ପୁରୀରେ ଅୟୋଜିତ କ୍ଷେତ୍ରୀୟ ସମ୍ମିଳନୀ ରେ ମାନପତ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା , ତାହା ସମ୍ପାଦକ ଗ୍ରହଣ କରିଥିଲେ, ତାହା ଆଜି ତାଙ୍କ ବାସଗୃହରେ ପ୍ରଦାନ କରାଯାଇଥିଲା । ଉପଦେଷ୍ଟା ଇଂ କାଶୀ ବିଶ୍ୱନାଥ ଚୌଧୁରୀ ମାନପତ୍ର ପାଠ କରିଥିଲେ । ରମେଶ ଚନ୍ଦ୍ର ପଣ୍ଡା ଉତ୍ତରୀୟ ପ୍ରଦାନ କରିବା ସହ ସମ୍ମାନୀତ କରିଥିଲେ । ପ୍ରଫେସର ପଣ୍ଡା ପରିଷଦକୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ପରିଷଦ ର ବରିଷ୍ଠ ସଦସ୍ୟ ଶ୍ରୀ ସୁଶାନ୍ତ ସାବତଙ୍କ ସମେତ ଶ୍ରୀ ପ୍ରଫୁଲ୍ଲ ପଣ୍ଡା, ନିରଞ୍ଜନ ପାଢୀ, ସମୀର ସାବତ , ସମ୍ପାଦକ ପ୍ରସନ୍ନ ଛୋଟରାୟ ମାନପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ବୋଲି କାର୍ଯ୍ୟାଳୟ ସମ୍ପାଦକ ଅଶୋକ ବ୍ରହ୍ମା ଜଣାଇଛନ୍ତି ।

Leave a Reply