ଜ୍ଞାନବାପି ମସ୍ଜିଦ୍ ଉପରେ ବାରଣସୀ କୋର୍ଟଙ୍କ ବଡ ନିଷ୍ପତ୍ତି ସାର୍ବଜନୀନ ହେବ ଏଏସ୍ଆଇ ସର୍ଭେ ରିପୋର୍ଟ
ବାରାଣସୀ : ଜ୍ଞାନବାପି ମସ୍ଜିଦ୍ ଉପରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ)ର ସର୍ଭେ ରିପୋର୍ଟ ସମସ୍ତ ପକ୍ଷକୁ ଦିଆଯିବ । ଏନେଇ ଫାଷ୍ଟ ଟ୍ରାକ୍ କୋର୍ଟ ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ଏହି ନକଲ ସାର୍ବଜନୀନ ହେବ ନାହିଁ । ସନ୍ଧ୍ୟାରେ କୋର୍ଟ ଆଦେଶ ଦେବା ପରେ ପକ୍ଷମାନଙ୍କୁ କୋର୍ଟରେ ଆବେଦନ କରିବାକୁ ପଡ଼ିବ । ଏହାପରେ ସେମାନଙ୍କୁ ସର୍ଭେ ରିପୋର୍ଟର ଏକ ଫଟୋକପି ଦିଆଯିବ । ନିକଟରେ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ଜ୍ଞାନବାପି ମସ୍ଜିଦରେ ଏଏସ୍ଆଇର ସର୍ଭେ କରାଯାଇଥିଲା । ଏହାପରେ ଏହି ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରାଯାଇଥିଲା । ଏ ସମ୍ପର୍କରେ ବାରାଣସୀ କୋର୍ଟରେ ଶୁଣାଣି ହୋଇଥିଲା, ଯେଉଁଥିରେ ରିପୋର୍ଟ ସମସ୍ତ ପକ୍ଷକୁ ଦିଆଯିବ ବୋଲି କୋର୍ଟ କହିଛନ୍ତି । ଏଏସ୍ଆଇ ଦିନକ ପୂର୍ବରୁ ଫାଷ୍ଟ ଟ୍ରାକ କୋର୍ଟରେ ରିପୋର୍ଟ ଦାଖଲ କରିଥିଲା । ଏହି ରିପୋର୍ଟ ସିଭିଲ ଜଜ ସିନିୟର ଡିଭିଜନ ଫାଷ୍ଟ ଟ୍ରାକ କୋର୍ଟରେ ଦାଖଲ କରାଯାଇଥିଲା । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ସର୍ଭେ ରିପୋର୍ଟ ଦାଖଲ କରାଯାଇଥିଲା । ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ସ୍ପଷ୍ଟ ହୋଇଛି ଯେ ରିପୋର୍ଟ ସମସ୍ତ ପକ୍ଷଙ୍କୁ ଦିଆଯିବ । ତେବେ ଏହି ସର୍ଭେ ରିପୋର୍ଟକୁ ସାର୍ବଜନୀନ କରିବା ପ୍ରକ୍ରିୟା ଏକ ସପ୍ତାହରୁ ଅଧିକ ସମୟ ନେବ ବୋଲି ଆଶା କରାଯାଉଛି ।