କଟକ ସହର ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳିତ

କଟକ: ଦୀର୍ଘ ବର୍ଷର ଅପେକ୍ଷା ପରେ ଜାନୁଆରୀ ୨୨ ତାରିଖରେ ଆଯୋଧ୍ୟା ରାମ ମନ୍ଦିରରେ ଶ୍ରୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇ ଦେଶବ୍ୟାପୀ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି ଅବସରରେ ବହୁ ପୁରାତନ କଟକ ସହର ଏକ ପ୍ରକାର ଉତ୍ସବ ମୁଖରିତ ହେବା ସହ ଗେରୁଆମୟ ହୋଇ ଉଠିଛି । କଟକ ସହରର ପ୍ରତ୍ୟେକ ଧର୍ମାନୁଷ୍ଠାନ, ପୂଜା କମିଟି ଓ ଘରେ ଘରେ ଶ୍ରୀରାମଙ୍କ ପତାକା ଟାଙ୍ଗୀ ମୁରୁଜ ଆଙ୍କି କଳସ ବସାଇ ପୂଜାର୍ଚ୍ଚନା କରିଛନ୍ତି କଟକ ବାସୀ । ବିଶେଷ କରି ସାମାଜିକ ସଙ୍ଗଠନ ସୁଲୋଚନା ସେବା ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଆୟୋଜନ କରାଯାଇ ଅନୁଷ୍ଠାନର ସଦସ୍ୟ ମାନେ ଖୁସି ମନାଇଛନ୍ତି । ସୁଲୋଚନା ସେବା ସଂଘର ପ୍ରତିଷ୍ଠାତା ତଥା ସମାଜସେବୀ ସୁଶାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ସଂଘର ସଦସ୍ୟ ମାନେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ ଆୟୋଜନ କରିଛନ୍ତି । ସଂଘ ପକ୍ଷରୁ ଖାନନଗର ପଞ୍ଚମୁଖୀ ହନୁମାନ ନିକଟରେ ଖାଦ୍ୟ ବଣ୍ଟନ, ମାଲଗୋଦାମ ମନ୍ଦିର ନିକଟରେ ଲଡ଼ୁ ଓ ଫଳ ବଣ୍ଟନ, ଶଙ୍କରପୁର ସ୍ଥିତ ବିଶିନାବର ମନ୍ଦିରରେ ଖିରି ବଣ୍ଟନ, ବଡମେଡିକାଲ୍ ରେ ଖାଦ୍ୟ ବଣ୍ଟନ ହୋଇଥିଲା । ସଂଘର ପ୍ରତିଷ୍ଠାତା ସୁଶାନ୍ତ ପାତ୍ର କଟକର ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ସନ୍ଧ୍ୟାରେ ଶହଶହ ରାମ ଭକ୍ତଙ୍କ ସହିତ ଗଡ଼ଗଡିଆ ଘାଟ ନିକଟରେ ବାଣ ଫୁଟାଇ ଦୀପାବଳି ଉତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ରଘୁନାଥ ବାରିକ୍‌, ତନ୍ମୟ ଦାସ୍ ସଭ୍ୟ ସୌମ୍ୟରଞ୍ଜନ ମହାନ୍ତି, ସୁଶାନ୍ତ କୁମାର ଦାସ୍‌, ଦେବବ୍ରତ ରାୟ, ଅସିତ୍ ବେହେରା, ଜୟନ୍ତ ଦାସ୍‌, ସୁରେନ୍ଦ୍ର ପାଣ୍ଡବ, ସତ୍ୟପ୍ରିୟ ମହାନ୍ତି, ଅମିତ୍ ପାଣି, ଭବାନୀ ଶଙ୍କର ଦାସ, ମିଳନ ସାହୁ, ନାସିମ ବେଗ ,ପ୍ରୀତି ରଞ୍ଜନ ବେହେରା ଓ କ୍ଷେତ୍ରବାସୀ ବରାଳ ପ୍ରମୁଖଙ୍କ ସମେତ ଅନୁଷ୍ଠାନର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

May be an image of 14 people and temple

Leave a Reply

Your email address will not be published. Required fields are marked *