Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 425

Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/traits/trait-memoize.php on line 87

Warning: Cannot modify header information - headers already sent by (output started at /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php:425) in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 214

Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇନ୍ଦ୍ରାବତୀ, ତେନ୍ତୁଳି ଖୁଣ୍ଟି, ଅଞ୍ଚଳଗୁମା, ଚିତ୍ରକୋଟ, କଙ୍ଗରା, ପାତ୍ରପୁଟ, କଣ୍ଟା ଗାଁ, ପୂଜାରିଗୁଡା ଝରିଗୁମ୍ମା, ମଞ୍ଚାଗାଁ ପଞ୍ଚାୟତର ସମସ୍ତ ଗ୍ରାମରେ କଳସ ସ୍ଥାପନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇନ୍ଦ୍ରାବତୀ, ତେନ୍ତୁଳି ଖୁଣ୍ଟି, ଅଞ୍ଚଳଗୁମା, ଚିତ୍ରକୋଟ, କଙ୍ଗରା, ପାତ୍ରପୁଟ, କଣ୍ଟା ଗାଁ, ପୂଜାରିଗୁଡା ଝରିଗୁମ୍ମା, ମଞ୍ଚାଗାଁ ପଞ୍ଚାୟତର ସମସ୍ତ ଗ୍ରାମରେ କଳସ ସ୍ଥାପନ

ତେନ୍ତୁଳିଖୁଣ୍ଟି: ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଓ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ତେନ୍ତୁଳିଖୁଣ୍ଟି ବ୍ଳକର ପ୍ରତ୍ୟେକ ଗ୍ରାମ ଓ ସାହିରେ ଉତ୍ସବ ମୁଖର ହୋଯାଇଥିଲା ଘର ସମ୍ମୁଖରେ ରଙ୍ଗ ବିରଙ୍ଗର ରଙ୍ଗଲିରେ ଜୟ ଶ୍ରୀ ରାମ ଲେଖି ପୂର୍ଣ୍ଣ କଳସ ସ୍ଥାପନ କରି ହର୍ସ ଉଲ୍ଲାସରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକରେ ମଧ୍ୟ ଇନ୍ଦ୍ରାବତୀ, ତେନ୍ତୁଳି ଖୁଣ୍ଟି, ଅଞ୍ଚଳଗୁମା, ଚିତ୍ରକୋଟ, କଙ୍ଗରା, ପାତ୍ରପୁଟ, କଣ୍ଟା ଗାଁ, ପୂଜାରିଗୁଡା ଝରିଗୁମ୍ମା, ମଞ୍ଚାଗାଁ ପଞ୍ଚାୟତର ସମସ୍ତ ଗ୍ରାମର ରାମ ଭକ୍ତମାନେ ମଟର ସାଇକେଲ ରାଲିରେ ଗ୍ରାମ ମାନଙ୍କରେ ଜୟ ଶ୍ରୀ ରାମ ନାରା ଦେଇ ନାମସଂକୀର୍ତ୍ତନରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ପରିକ୍ରମା କରିଥିଲେ । ତେନ୍ତୁଳିଖୁଣ୍ଟି ଦୂର୍ଗା ମଣ୍ଡପ, ଖାତିଗୁଡା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଚାରି ପ୍ରହର ନାମ ଯଜ୍ଞର ଆୟଜନ କରା ଯାଇଥିଲା କୁର୍ମାକୋଟ ଛକ ରେ ଥିବା ହନୁମାନ ମନ୍ଦିର ,ନୂତନ ଭାବେ ନିର୍ମାଣ କରାଯାଉଥିବା ପୂଜାରିଗୁଡା ହନୁମାନ ମନ୍ଦିର ରେ ବି ପୂଜାପାଠ କରିବା ସହ ଭକ୍ତଙ୍କ ଲାଗି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଅଞ୍ଚଳ ଗୁମା ରାମ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସକାଳୁ ରାମ ଭକ୍ତମାନେ ପ୍ରଭାତ ଫେରି କରିବା ପରେ ରାମ ମନ୍ଦିରରେ ଏକତ୍ରିତ ହୋଇଥିଲେ ମନ୍ଦିର ପରିସରରେ ପ୍ରଭୂ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ଚାଉଳରେ ନିର୍ମିତ ରାମ ସୀତାଙ୍କ ବିଶାଳ ଫଟୋ ଚିତ୍ରକୁ ରଥରେ ସଜାଇ ସମଗ୍ର ଗ୍ରାମବାସୀ ସଙ୍କୀର୍ତ୍ତନ ସହ ନଗର ପରିକ୍ରମା କରିଥିଲେ । ମନ୍ଦିରରେ ପୁରୋହିତ ରମାକାନ୍ତ ତ୍ରିପାଠୀ ଦ୍ୱାରା ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିପିନ ଚୌଧୁରୀ ଯୋଜମାନ କରିଥିଲେ । ଏହି ଅବସରରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଭକ୍ତ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟା ସମୟରେ ଗ୍ରାମରେ ସମସ୍ତେ ଦୀପ ଲଗାଇ ଓ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ । ଆଜିର ଏ ସମସ୍ତ କାର୍ଯ୍ୟକ୍ରମକୁ ଅଭିମନ୍ୟୁ ନାୟକ, ସୁବ୍ରତ ଶ୍ରୀରାମ ପତାକାରେ ଗୌରିକ ହୋଇଯାଇଛି । ଏହି ଅବସରରେ ବଜରଙ୍ଗ ଦଳ ତରଫରୁ ଯୁବକ ମାନେ ଖପ୍ରାଖୋଲ ରେ ଶୋଭାଯାତ୍ରା କରିଥିବା ବେଳେ ଧଣ୍ଡାମୁଣ୍ଡା ରେ ମୋଟର ସାଇକେଲ ଶୋଭାଯାତ୍ରା, ଭାଲୁଡୁଙ୍ଗୁରିରେ ପୁରାଣ ପଠନ, ବୁଢିବାହାଲ ରେ ମାଗଣା ଅନ୍ନ ପ୍ରସାଦ ବଣ୍ଟନ, କୁନି କୁନି ପିଲାଙ୍କ ରାମ, ଲକ୍ଷ୍ମଣ, ସୀତା, ହନୁମାନ ବେଶରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଘରେ ଘରେ ଭବ୍ୟ ସ୍ୱାଗତ କରାଯାଇଥିଲା ଚୌଧୁରୀ,ବିଶ୍ୱ ରଞ୍ଜନ ସାହୁ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ପଟ୍ଟନାୟକ, ବୀରେନ କୁମାର ଚୌଧୁରୀ, ରାମ ଚୌଧୁରୀ, ସୌମ୍ୟ ରଞ୍ଜନ ସାହୁ, ପିଣ୍ଟୁ ଚୌଧୁରୀ, ବାପି ପ୍ରଧାନୀ, ରୁନା ପଟ୍ଟନାୟକ, ଗଣେଶ ପ୍ରଧନୀ, ପ୍ରମୋଦ ପ୍ରଧାନି ପ୍ରମୁଖ ସହଯୋଗ କରିଥିଲେ ।

May be an image of 6 people, people smiling and temple

Leave a Reply