ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ରୁପ୍ରାରୋଡ଼

ନର୍ଲା: ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ବିରାଜିବେ ଶ୍ରୀରାମ । ଅଗଣିତ ରାମଭକ୍ତଙ୍କ ପାଇଁ ଜୀବନର ସବୁଠୁ ଶୁଭ ମୁହୂର୍ତ୍ତ । ଏହି ଶୁଭ ମୁହୂର୍ତ୍ତକୁ ନେଇ ନର୍ଲା ବ୍ଲକର ରୁପ୍ରାରୋଡ ଠାରେ ଏକ ନଗର ପରିକ୍ରମା କରାଯାଇଥିଲା । ଏଥିରେ ଜୟ ଶ୍ରୀରାମ ଧ୍ୱନି ଦେଇ ରାମଙ୍କ ଟୋଲି ବାହାର କରାଯାଇ ଶ୍ରଦ୍ଧାଳୁମାନେ ନଗର ପରିକ୍ରମା କରିଥିଲେ । ରୁପ୍ରାରୋଡ଼ ରାମ ମନ୍ଦିର କମିଟି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା ରାମଭକ୍ତ ସାମିଲ ହୋଇଥିଲେ । ପୂଜକ ବିଷ୍ଣୁ ପ୍ରସାଦ ଶର୍ମାଙ୍କ ଉପସ୍ଥିତରେ ଶ୍ୟାମସୁନ୍ଦର ଶର୍ମା, ଗୋବିନ୍ଦରାମ ଅଗ୍ରୱାଲ, ଦିନରାଜ ଅଗ୍ରୱାଲ, ରତନଲାଲ ଅଗ୍ରୱାଲ, ପ୍ରଦୀପ କୁମାର ଅଗ୍ରୱାଲ, ବିଜୟ କୁମାର ଅଗ୍ରୱାଲ, ସୁରେନ୍ଦ୍ର ଅଗ୍ରୱାଲ, ଅଶୋକ କମାନୀ, ଅନୀଲ ଅଗ୍ରୱାଲ, ରୂପେଶ ଅଗ୍ରୱାଲ, ରାଧେଶ୍ୟାମ ଖେତାନ, ମୁକେଶ ଅଗ୍ରୱାଲ ପ୍ରମୁଖ ପରିକ୍ରମାରେ ସାମିଲ ହୋଇଥିଲେ । ପ୍ରତ୍ୟେକ ଘର ଆଗରେ ସୁସଜ୍ଜିତ ମୁରୁଜରେ ଝୋଟି ସହ କଳସ ସ୍ଥାପନ କରାଯାଇ ଶ୍ରୀରାମଙ୍କ ପୂଜନ ସହ ଶ୍ରୀରାମ ଭକ୍ତଙ୍କୁ ସ୍ୱାଗତ କରାଯାଇଥିଲା । ସେହିପରି ଦେବସରଧାମ ମନ୍ଦିରରେ ଭଜନ କୀର୍ତ୍ତନ ସହ ରାମଧୂନ ଗାନ କରାଯାଇଥିବା ବେଳେ ବରଗାଁ, ଲାଖଗୁଡା ଓ ବଲବସପୁର ଗ୍ରାମର ଭକ୍ତବୃନ୍ଦ ମଧ୍ୟ ନଗର ପରିକ୍ରମା କରିଥିଲେ ।

May be an image of 6 people and temple

Leave a Reply

Your email address will not be published. Required fields are marked *