Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଙ୍ଗଳାରୁ ଅଯୋଧ୍ୟାକୁ ଯିବ ରାମାୟଣ ବସ୍ତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଙ୍ଗଳାରୁ ଅଯୋଧ୍ୟାକୁ ଯିବ ରାମାୟଣ ବସ୍ତ୍ର

ବଙ୍ଗଳାରୁ ଅଯୋଧ୍ୟାକୁ ଯିବ ରାମାୟଣ ବସ୍ତ୍ର

କୋଲକାତା : ପୂର୍ବରୁ ଅଯୋଧ୍ୟା ଯାଇଥିଲା ସୁନ୍ଦରବନ ମହୁ, ଫୁଲ । ବର୍ତ୍ତମାନ ବଙ୍ଗଳାରୁ ଅଯୋଧ୍ୟାକୁ ଯିବ ରାମାୟଣ ବସ୍ତ୍ର । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତନ୍ତ୍ରଶିଳ୍ପୀ ବିରେନ ବସାକି ଏହାକୁ ତିଆରି କରିଛନ୍ତି । ରାମମନ୍ଦିର ଟ୍ରଷ୍ଟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ସେ ଏହି ବସ୍ତ୍ର ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ରାମମନ୍ଦିର ଉଦ୍ଘାଟନ ପୂର୍ବରୁ ନ ପଠାଇ ଜାନୁୟାରୀ ୨୬ ପରେ ଏହାକୁ ପଠାଇବାକୁ କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ, ୯ ଦଶକରେ ଟିଭିରେ ରାମାୟଣ ସିରିୟଲ ହେଉଥିଲା । ତାହା ଦେଖି ରାମାୟଣ କାହାଣୀର ଚିତ୍ର ଦେଇ ଶାଢୀ ତିଆରିର ପରିକଳ୍ପନା କରିଥିଲେ ନଦିଆ ଜିଲ୍ଲା ଫୁଲିୟା ଅନ୍ତର୍ଗତ ଶାନ୍ତିପୁରର ବେଲଗଡିଆ ୧ ପଞ୍ଚାୟତର ଚଟକାତଲାର ବାସିନ୍ଦା ବୀରେନ ବସାକ । ୧୯୯୫ ମସିହା ବେଳକୁ ସେ ତିଆରି କରିଥିଲେ ରାମାୟଣ ଶାଢୀ ।ଏହା ପୂର୍ବରୁ ଫୁଲିୟାର ଜୟରାଓ କୃତ୍ତିବାସ ସ୍ମୃତି ଗ୍ର‌ନ୍ଥାଗାର ଓ ସଂଗ୍ରହାଳୟରୁ ସଂଗ୍ରହ କରିଥିଲେ ପ୍ରୟୋଜନୀୟ ତଥ୍ୟ । ଏହା ସହିତ ପଢିଛନ୍ତି ରାମାୟଣ ସଂକ୍ରାନ୍ତ ବିଭିତ୍ତ ବହି । ପରିଚିତ ଏକ ଶିଳ୍ପୀକୁ ଦେଇ ଅଙ୍କା ହେଲା ରାମାୟଣର ବିଭିତ୍ତ ଚିତ୍ର । ଏହାପରେ ଦୁଇଜଣ ତନ୍ତ୍ର ଶିଳ୍ପୀଙ୍କୁ ନେଇ କାମକୁ ଓହ୍ଲାଇପଡନ୍ତି ବୀରେନ । ସେହି ସମୟରେ ଦୁଇଟି ରାମାୟଣ ଶାଢୀ ତିଆରି ହୋଇଥିଲା । ଜାମଦାନି ଉପରେ ଫୁଟାଇ ଉଠାଇଥିଲେ ରାମାୟଣର ବିଭିତ୍ତ ଚିତ୍ର ୟ ସ୍ଲିକ୍ ଉପରେ ସ୍ଲିକ୍ ସୂତା ଦେଇ ଫୁଟାଇ ଉଠା ହୋଇଥିଲା ରାମାୟଣର କାହାଣୀ । ଶାିଢୀର ଦୁଇ ପାଢିରେ ରାମାୟଣର ବିଭିତ୍ତ କାହାଣୀ । ଆଞ୍ଚଳ(କାନି)ରେ ଫୁଠି ଉଠିଛି ରାମ-ରାବଣ ଯୁଦ୍ଧ, ରାଜ୍ୟାଭିଷେକ ସୀତାଙ୍କ ପାତାଳ ପ୍ରବେଶ ପରି କାହାଣୀ । ବୀରେନ ବାବୁ ଜଣାଇଛନ୍ତି ତାଙ୍କ ତିଆରି ରାମାୟଣ ଶାଢୀ ଦେଶ ବିଦେଶର ନାନା ପ୍ରଦର୍ଶନୀକୁ ଯାଇଛି । ଉଚ୍ଚ ପ୍ରଶଂସା ବି ମିଳିଛି । ସେହି ସମୟରେ ତିଆରି ଗୋଟିଏ ଶାଢୀ ଅଯୋଧ୍ୟାରେ ର୍ନିମିତ ରାମମନ୍ଦିରକୁ ଦେବା ନେଇ ଚିନ୍ତା କରିଥିଲେ ସେ ା ମନ୍ଦିର କର୍ତ୍ତୃପକ୍ଷ ସହିତ ଯୋଗାଯୋଗ କରନ୍ତି । ସଂପ୍ରତି ସମ୍ମତି ମିଳିଛି । ୨୬ ଜାନୁଆରୀ ପରେ ଶାଢୀ ପହଞ୍ଚାଇ ଦେବାକୁ ଅନୁମତି ମିଳିଥିବା ନେଇ ବୀରେନ ବାବୁ ଜଣାଇଛନ୍ତି । ପ୍ରଥମେ ଦୁଇଟି ରାମାୟଣ ଶାଢି ତିଆରି କରିବା ପରେ ସାଧାରଣ ଲୋକଙ୍କ ଆଗ୍ରହ ଓ ଚାହିଦା ଆହୁରି ୬ଟି ଶାଢୀ ତିଆରି ହୋଇଛି । ଯାହା ବିଭିନ୍ନ ସ୍ତରର ଲୋକେ କିଣି ନେଇଛନ୍ତି । ହେଲେ ପ୍ରଥମ ତିଆରି ଶାଢୀ ଦୁଇଟି ମଧ୍ୟରୁ ଗୋଟିଏ ଶାଢୀ ଅଯୋଧ୍ୟା ଯାଉଛି । ବୀରେନ ବସାକ କହିଛନ୍ତି ଆମେ କୃତ୍ତିବାସ ଓଝାଙ୍କ ବାସସ୍ଥାନ ଫୁଲୟାର ଲୋକ । ମୋର ବହୁ ଦିନର ଇଚ୍ଛା ପୂରଣ ହେବାକୁ ଯାଉଛି ାବାଲୋତନ୍ତ ଶିଳ୍ପର ଏକ ଦୃଷ୍ଟାନ୍ତ ଅଯୋଧ୍ୟା ରାମମନ୍ଦିରରେ ରହିବ ମୁଁ ବହୁତ ଖୁସି ।

May be a doodle of measuring stick and map

Leave a Reply