ସହରପୁର ସ୍ଥିତ ଶ୍ରୀ ଶ୍ରୀ ଅଭିରାମ ପରାମହଂସ ମଠ ପ୍ରାଙ୍ଗଣରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡ଼ା: ସହରପୁର ସ୍ଥିତ ଶ୍ରୀ ଶ୍ରୀ ଅଭିରାମ ପରାମହଂସ ମଠ ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ଦ୍ୱାରା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୂମଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଥମେ ଶ୍ରୀରାମ ଜନ୍ମଭୂମି ଅଯୋଦ୍ଧାଠାରେ ଅନୁଷ୍ଠିତ ହେଉଥିବା ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଏଲଇଡି ମାଧ୍ୟମରେ ଗ୍ରାମବାସୀମାନେ ଦେଖି ଆନନ୍ଦିତ ହୋଇଥିଲେ । ପରେ ପରେ ଶ୍ରୀରାମଙ୍କ ତୈଳଚିତ୍ରକୁ ପୂଜାର୍ଚ୍ଚନା କରି ସଂକୀର୍ତ୍ତନ ମଣ୍ଡଳୀ ସହିତ ଗ୍ରାମ ପରିକ୍ରମା କରାଯାଇଥିଲା । ଗ୍ରାମର ଆବାଳ ବୃଦ୍ଧ ବନିତା ବିଶେଷ କରି ମହିଳାମାନଙ୍କ ଦ୍ୱାରା ଶୋଭାଯାତ୍ରାକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧର୍ନା ଦିଆଯାଇଥିଲା । ଉକ୍ତ କାଯ୍ୟକ୍ରମକୁ ଗ୍ରାମର ଅଯୋଦ୍ଧା ଯାଇଥିବା ଏକମାତ୍ର କରସେବକ ଉପିନ କୁମାର ରାଉତଙ୍କ ସହିତ ନେହେରୁ ସାହୁ, ଜାନକୀ ବଲ୍ଲବ ମହାନ୍ତି, ସଂଗ୍ରାମ ମହାନ୍ତି, ମଧୁସୂଦନ ମୁଦୁଲି, ଗୌରାଙ୍ଗ ଲେଙ୍କା, ରାମଚନ୍ଦ୍ର ରାଉତ, ବାବାଜୀ ମହାନ୍ତି, ମନୋଜ ରାଉତ, ନୃସିଂହ ସାହୁ, ଜଗନ୍ନାଥ ନାୟକ, ରାମ ମହାନ୍ତି, କୈଳାସ ରାଉତ, ରତ୍ନାକର ମୁଦୁଲି ଓ ଗିରିଜା ରାଉତ ପ୍ରମୁଖ ପରିଚାଳନା କରିଥିଲେ ।

May be an image of 5 people and temple

Leave a Reply

Your email address will not be published. Required fields are marked *