Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରସାରଣ ଉପରେ ତାମିଲନାଡୁ ସରକାରଙ୍କ କଟକଣାକୁ ସୁପ୍ରିମ୍ କୋର୍ଟଙ୍କ ଭତ୍ସନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରସାରଣ ଉପରେ ତାମିଲନାଡୁ ସରକାରଙ୍କ କଟକଣାକୁ ସୁପ୍ରିମ୍ କୋର୍ଟଙ୍କ ଭତ୍ସନା


ପ୍ରାଣ ପ୍ରତିଷ୍ଠା ସହିତ ଜଡିତ ସମାରୋହରେ ରୋକନଲଗାନ୍ତୁ ତାମିଲନାଡୁ ସରକାର : ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ : ରାଜ୍ୟରେ କୌଣସି ସ୍ଥାନରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସହିତ ଜଡିତ କୌଣସି ସମାରୋହକୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ କମ୍ ରହୁଥିବା କାରଣରୁ ଅନୁମତି ଦେବାକୁ ମନା କରିବାକୁ ଠିକ୍ ନୁହେଁ ବୋଲି ତାମିଲନାଡୁ ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ତାମିଲନାଡୁ ସରକାର ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ଲାଇଭ୍ ପ୍ରସାରଣ ଉପରେ ରୋକ ଳଗାଇଥିବା ଅଭିଯୋଗର ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତାମିଲନାଡୁର ଜଣେ ବିଜେପି କାର୍ଯ୍ୟକର୍ତ୍ତା ଏହି ପିଟିସନ ଦାୟର କରିଥିଲେ । ତାମିଲନାଡୁ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଆଶ୍ୱସ୍ତ କରାଯାଇଥିଲା ଯେ, ବ୍ୟାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ । ରାଜ୍ୟରେ ପ୍ରାଣ ପ୍ରତିଷ୍ଠାର ଲାଇଭ ପ୍ରସାରଣ, ପୂଜାର୍ଚ୍ଚନା, ଭଜନ ଉପରେ କୌଣସି କଟକଣା ନାହିଁ ।

Leave a Reply