ପ୍ରାଣ ପ୍ରତିଷ୍ଠା : ରାମମୟ ହେଲା ସୁହାଗ ନଗରୀ

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ନବନିର୍ମିତ ମନ୍ଦିରରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଜନମାନସ ଉଲ୍ଲସିତ ଓ ଆହ୍ଲାଦିତ ହୋଇଉଠିଛି । ଯାହାକୁ ନେଇ ସୋମବାର ସୁହାଗର ନଗରୀ ଫିରୋଜାବାଦରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି । ରାମଭକ୍ତ ମାନେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଏଲଇଡି ମାଧ୍ୟମରେ ଦେଖିବାର ସୁଯୋଗ ପାଇଛନ୍ତି । ସନାତନଧର୍ମୀ ମାନଙ୍କ ଦ୍ୱାରା ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ସୁହାଗ ନଗରୀର ପ୍ରମୁଖ କୈଲା ଦେବୀ, ବଡ ହନୁମାନ ମନ୍ଦିର, ଗୋପାଳ ଆଶ୍ରମ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଶିକୋହାବାଦର ପ୍ରମୁଖ ବାଲାଜୀ ମନ୍ଦିର ଆଦି ସହିତ ସମସ୍ତ ମନ୍ଦିରରେ ଦୀପ ଜଳାଯାଇଛି । ପୂଜାପାଠ, ସୁନ୍ଦରକାଣ୍ଡ, ରାମାୟଣ ପାଠ, ହନୁମାନ ଚାଳିସା ପାଠ ସହିତ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

Leave a Reply

Your email address will not be published. Required fields are marked *