Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସ ପାଳନ

ରାଉରକେଲା : ଦୀର୍ଘ ୫୦୦ବର୍ଷ ର ସଂଘର୍ଷ ପରେ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶାନୁସାରେ ଅଯୋଧ୍ୟାରେ ନବର୍ନିମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କସର୍ଯ୍ୟକ୍ରମ ଆଜି ସମାପ୍ତ ହୋଇଯାଇଛି । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସମଗ୍ର ଦେଶରେ ଲୋକମାନେ ନିଜ ନିଜ ସ୍ଥାନରେ ଆନନ୍ଦ ଉଲ୍ଲାଶର ସହ ପାଳନ କରିଥିବା ଦେଖାଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ବିଭିତ୍ତ ସ୍ଥାନରେ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗଦଳ, ସମେତ ବିଭିତ୍ତ ସାମାଜିକ ଓ ସାଂସ୍କୃତିକ ସଂଘଠନ ମାନଙ୍କଦ୍ୱାରା ବିଭିନ୍ନ ମନ୍ଦିରରେ ଅନେକ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ କାରାଯାଇଥିବା ଦେଖାଯାଇଛି । ମିଳିଥିବା ସୂଚନା ଅନୁଶାରେ ରାଉରକେଲା ର ହନୁମାନବାଟୀକା,ବେଦବ୍ୟାସ, ପାନପୋଷ,ସେକ୍ଟର- ୩,ସେକ୍ଟର୧୪,ଷ୍ଟେସନ ନିକଟ ସଙ୍କଟ ମୋଚନ ମନ୍ଦିର,ରେଲୱେ କଲୋନୀରେ ଥୁବା ମନ୍ଦିର,ରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏକତ୍ରିତ ହୋଇ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆନନ୍ଦ ଉଲ୍ଲାଶର ସହ ପାଳନ କରିଥିଲେ । ସେହିପରି ଜିଲ୍ଲାର ଗ୍ରାମାଂଚକରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଯାଇଅଛି । ମିଳିଥିବା ସୂଚନା ଅନୁସାରେ କୁଆଁରମୁଁଣ୍ଡା ବ୍ଲଜର କଚାରୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଆଲଜୋର ଠାରେ ଥିବା ଜଟିଆ ବାବା ମନ୍ଦିର ନିକଟରେ ମନ୍ଦିର କମିଟି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଖ ପାଖ ଗ୍ରାମର ରାମଭକ୍‌ତ ମାନେ ଏକତ୍ରିତ ହୋଇ ଏକ କଳସ ଶୋଭାଯାତ୍ର ମାଧ୍ୟମରେ ଅଞ୍ଚଳ ପରିକ୍ରମା କରିବା ସହ ମନ୍ଦିର ନିଜେଟରେ ଯଜ୍ଞାନୁଷ୍ଠାନର ମଧ୍ୟ ଆୟୋଜନ କରିଥିଲେ । ସେହିପରି ସୁନ୍ଦରଗଡ଼ ସହରରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ହୋଇଥିବାବେଳେ କଳୁଙ୍ଗା, ବିରମିତ୍ରପୁର, ରାଜଗାଙ୍ଗପୁର ବଣେଇଗଡ଼, ଲହୁଣୀପଡା, ଆସି ଅଞ୍ଚକରେ ମଧ୍ୟ ଆଜିର ଏହି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆନନ୍ଦ ଉଲ୍ଲାଶର ସହ ରଂଭକ୍ତମାନେ ପାଳନ କରିଥିବା ଜଣାପଡ଼ିଛି ।

Leave a Reply