ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ-ମୁନିଗୁଡ଼ା ସହର


ମୁନିଗୁଡ଼ା: : ରାୟଗଡ଼ା ଜିଲ୍ଲା ପ୍ରଭୁ ଶ୍ରୀରାମ ଲାଳାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁନିଗୁଡ଼ା ସତେ ଯେପରି ଅଯୋଧ୍ୟା ନଗରୀ ଭଳି ସଜେଇ ହୋଇଥିଲା । ଘରେ ଘରେ ନଗରେ ନଗରେ ପୂର୍ଣ୍ଣ କୁମ୍ଭ ସହ ଘର ଛାତରେ ଶ୍ରୀରାମ ବାନା ଫରଫର ଉଡୁଥିଲା । ସକାଳ ସାତଟାରେ ମୁନିଗୁଡ଼ା ହନୁମାନ ମନ୍ଦିର ପରିସରରେ ମୁନିଗୁଡ଼ା ଗ୍ରାମବାସୀଙ୍କ ସହଯୋଗ ଓ ବିଶ୍ୱହିନ୍ଦୁ ପରିଷଦ,ବଜରଙ୍ଗ ଦଳ ଏବଂ ମୁନିଗୁଡ଼ା ବିକାଶ ପରିଷଦ ଆୟୋଜନରେ ଶ୍ରୀରାମ ମହାଯଜ୍ଞ,ରାମଚରିତ ମାନସ,ରାମାୟଣ କାଣ୍ଡ ପଠନ,ହନୁମାନ ଚାଳିଶା ଓ ପବିତ୍ର ରାମାନାମ ବିଜୟ ମନ୍ତ୍ର ପାଠ ଆରମ୍ଭ ହୋଇଥିଲା । ସାତ ଗ୍ରୁପ କୀର୍ତ୍ତନ ମଣ୍ଡଳୀ ବିଭିନ୍ନ ମନ୍ଦିର ମାନ ପରିକ୍ରମା କରି ନଗର କୀର୍ତ୍ତନ କରିବା ସହିତ ରାମନାମ ସଙ୍କୀର୍ତ୍ତନ କରୁଥିଲେୟହଜାର ହଜାର ଭକ୍ତ ପ୍ରଭୁଙ୍କ ପାଦପଦ୍ମେ ଭକ୍ତ ପୁଷ୍ପାଞ୍ଜଳି ଦେବା ସହ ପ୍ରଦୀପ ପ୍ରଜ୍ୱଳିତ କରିଥିଲେ । ସେହିପରି ରାମ ମନ୍ଦିର ପରିସରରେ ଶ୍ରୀରାମ ନାମ ଯଜ୍ଞ କରିବା ସହ ଅତ୍ତଭୋଗ ବିତରଣ କରୁଥିଲେ । ଗୋବର୍ଦ୍ଧନ ହନୁମାନ ମନ୍ଦିର,ମୁନିଖୋଲ ହନୁମାନ ବାଟିକା ଓ ଟିକିରପଡ଼ା ହନୁମାନ ମନ୍ଦିରରେ ସ୍ଥାନୀୟ ଯୁବକମାନେ ପୂଜାର୍ଚ୍ଚନା କରିବା ସହ ଶ୍ରୀରାମ ନାମ ସଙ୍କୀର୍ନ କରୁଥିଲେ । ମୁନିଗୁଡ଼ା ସୌଣ୍ଡିକ ଭବନ ପରିସରରେ ବିଜେପି ରାଜ୍ୟ ଓବିଶୀ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରାଙ୍କ ନେତୃôବରେ ଶ୍ରୀରାମ ପୂଜନ,କୁଙ୍କୁମ ପୂଜନ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ସେଇପରି ହୁକୁମତୋଲା ରାମେଶ୍ୱର ମନ୍ଦିରରେ ମଧ୍ୟ ପୂଜକ ଶ୍ରୀ ସୁଶାନ୍ତ ଦାସ୍ ଙ୍କ ନେତୃତ୍ୱରେ ଶ୍ରୀରାମ ପୂଜନ ହୋମ୍ ଯଜ୍ଞ କୀର୍ତ୍ତନ ମଣ୍ଡଳୀଙ୍କ ଦ୍‌ାରା ହେଇଥିଲା ଶ୍ରୀରାମଙ୍କ ଯଜ୍ଞରେ ମୂର୍ଦଲୋଚନ୍ ମାଳଦୋରା, ବିମ୍ବାଧର ଧୋଳ,ରବୀନ୍ଦ୍ର ଖୁଣ୍ଟିଆ, ସ୍ନେହଲତା ଜେନା, ଯୁଦେଷ୍ଟି ପ୍ରମୁଖ ସହଯୋଗ କରିଥଲେ । ଅପରାହ୍ନରେ ମୁନିଖୋଲ ହନୁମାନ ବାଟିକାରୁ ଗୋବର୍ଦ୍ଧନ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଜୟ ଶ୍ରୀରାମ ନାରା ସହ ବାହାରିଥିଲା । ଏହି କାର୍ଯ୍ୟକ୍ରମକୁ ବିଶ୍ୱହିନ୍ଦୁ ପରିଷଦ ରୁ କୀର୍ଞ୍ଚି ପ୍ରସାଦ ପୃଷ୍ଟି,ଭୀମ ବେହେରା, ସଂଧ୍ୟାରାନି ମଲ୍ଲିକ,ଅମ୍ବିକା ନାୟକ,ଦେବଦାସ ଜୀ ମହାରାଜ,ବଜରଙ୍ଗ ଦଳର ସଂଯୋଜକ ଶ୍ୱେତ ଦାସ,ସୁନ୍ଦର ରାଯୁଙ୍କ ନେତୃôବରେ ଶତାଧିକ କାର୍ଯ୍ୟକର୍ତ୍ତା,ବିକାଶ ପରିଷଦର ଘନଶ୍ୟାମ ମାର୍ଥା,ସୁବାସ ଗୌଡ଼,କୁମାର ରାଜୁଙ୍କ ସହ ଅନେକ ସଦସ୍ୟ,ମୁନିଗୁଡ଼ାର ମାନ୍ୟଗଣ୍ୟ ବ୍ୟକ୍‌ତି,ଚିନ୍ତାମଣି ସାହୁ,ତରଣି ଚୌଧୁରୀ,ବଙ୍କିମ ସାହୁ,ସୁଧାକର ପାତ୍ର,ମନୋରଞ୍ଜନ ଦଳାଇ,ରାଜୀବ ଲୋଚନ ଦାସ,ଗଣେଶ୍ୱର ରାଓ,ସୁଧାକର ମହାରଣା,ଶରତ ସାହୁ,ସଞ୍ଜୟ ଖଣ୍ଡେଲୱାଲା,ଉମା ଶଙ୍କର ପାତ୍ର,ଦୁଃଖିଶ୍ୟାମ ସୁବୁଦ୍ଧି,ନନ୍ଦକିଶୋର ପଟ୍ଟନାୟକ,ସୁବାସ ପ୍ରାଶକା,ଏଲ,ଗୌରିଶଙ୍କର,ଜାମି ମହେଶ,ଟୁନା ବଞ୍ଛର,ସୁମନ ସାହୁ,ରମେଶ ଗୌଡ଼ ପ୍ରମୁଖ ପରିଚାଳନାର ନେତୃତ୍ୱ ନେଇଥିବା ବେଳେ ଶତାଧିକ ଶ୍ରୀରାମ ଭକ୍‌ତ ଓ କାର୍ଯ୍ୟକର୍ତ୍ତା ପରିଚାଳନାରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *