Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାରଗିଲ୍ ଯୁଦ୍ଧକୁ ବିରୋଧ କରିଥିଲି ବୋଲି ମୋତେ ସରକାରରୁ ବିଦା କରିଦେଲେ: ନୱାଜ ସରିଫ୍‌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାରଗିଲ୍ ଯୁଦ୍ଧକୁ ବିରୋଧ କରିଥିଲି ବୋଲି ମୋତେ ସରକାରରୁ ବିଦା କରିଦେଲେ: ନୱାଜ ସରିଫ୍‌

କାରଗିଲ୍ ଯୁଦ୍ଧକୁ ବିରୋଧ କରିଥିଲି ବୋଲି ମୋତେ ସରକାରରୁ ବିଦା କରିଦେଲେ: ନୱାଜ ସରିଫ୍‌

ଲହୋର: କାର୍ଗିଲ ଯୁଦ୍ଧକୁ ଦୀର୍ଘ୨୪ ବର୍ଷ ବିତିବା ପରେ ଶନିବାର ବଡ଼ ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । କାର୍ଗିଲ ଯୁଦ୍ଧକୁ ସେ ବିରୋଧ କରିବାରୁ ତାଙ୍କୁ ସରକାରରୁ ବିତାଡ଼ିତ କରାଯାଇଥିଲା ବୋଲି ନୱାଜ ସରିଫ କହିଛନ୍ତି । ଜେନାର ପରଭେଜ ମୁଶାରଫ ହିଁ କାର୍ଗିଲ ଯୁଦ୍ଧର ମୂଳକାରଣ ଥିଲେ । ସେ ହିଁ ଯୁଦ୍ଧ କରିବାକୁ ଅନୁମତି ଦେଇଥିଲେ । ଏହାକୁ ବିରୋଧ କରିବାରୁ ମୁଶାରଫ ତାଙ୍କୁ ସରକାରରୁ ବିଦା କରିଥିଲେ ବୋଲି ନୱାଜ କହିଛନ୍ତି । ନୱାଜ ଭାରତ ସମେତ ଅନ୍ୟ ପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ରଖିବା ଉପରେ ଗୁରୁତ୍ୱ ଦେଉଥିଲେ । ହେଲେ ମୁଶାରଫ ଯୁଦ୍ଧ ଚାହୁଁଥିଲେ । ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ସରିଫଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ପଦରୁ ସମୟ ପୂର୍ବରୁ ବିତାଡ଼ିତ କରାଯାଇଥିଲା ବୋଲି ପ୍ରଶ୍ନ କରାଯାଇଥିଲା । ଉତ୍ତରରେ ନୱାଜ କହିଥିଲେ “୧୯୯୩ ଓ ୧୯୯୯ରେ ମୋତେ କାହିଁକି ବାହାର କରାଗଲା ମୋତେ ଜଣାଇବା ଉଚିତ । ମୁଁ ଯେତେବେଳ କାର୍ଗିଲ ଯୋଜନାକୁ ବିରୋଧ କରି ଏପରି କରିବା ଉଚିତ ନୁହେଁ ବୋଲି କହିଲି ମୋତେ ଜେନେରାଲ ପରଭେଜ ମୁଶାରଫଙ୍କ ଦ୍ୱାରା ବିତାଡ଼ିତ କରାଗଲା । ହେଲେ ପରେ ମୁଁ ଯାହା କହିଥିଲି ତାହା ଠିକ୍ ପ୍ରମାଣିତ ହେଲା ।” ଆସନ୍ତା ନିର୍ବାଚନ ପାଇଁ ଟିକେଟ୍ ଆଶାୟୀ ପ୍ରାର୍ଥୀଙ୍କ ବିଷୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ନୱାଜ ଏହି ତଥ୍ୟର ଖୁଲାସା କରିଥିଲେ । ଏଥିସହିତ ସେ କହିଥିଲେ ଯେ ମୁଁ ୩ ଥର ପ୍ରଧାନମନ୍ତ୍ରୀ ହୋଇଛି ଓ ଫଳପ୍ରଦ କାର୍ଯ୍ୟ କରିଛି । ତଥାପି ମୋତେ ବିଦା କରାଯାଇଥିଲା । ପଡ଼ୋଶୀ ସହ ସମ୍ପର୍କକୁ ଗୁରୁତ୍ୱ ଦେଇ ନୱାଜ କହିଥିଲେ ମୋ ପ୍ରଧାନମନ୍ତ୍ରୀ ହେବା ସମୟରେ ହିଁ ଦୁଇ ଜଣ ଭାରତୀୟ ପ୍ରଧାନମନ୍ତ୍ରୀ(ମୋଦୀ ଓ ବାଜପେୟି) ଲାହୋର ଆସିଥିଲେ । ଆମେ ଭାରତ, ଆଫଗାନିସ୍ତାନ ଏବଂ ଇରାନ ସହ ସହ ସମ୍ପର୍କ ସୁଧାରିପାରିବା । ଚୀନ ସହ ଆମେ ଆହୁରି ମଜଭୁତ ସମ୍ପର୍କ ରଖିବା ଉତିତ୍ ବୋଲି ନୱାଜ କହିଛନ୍ତି ।

Leave a Reply