ଦେଉଳବେଡ଼ା ଶିଶୁମନ୍ଦିରର ବାର୍ଷିକ କ୍ରୀଡା ସମାରୋହ ଉଦ୍‌ଯାପିତ

ତାଳଚେର: ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଦେଉଳବେଡ଼ା କୋଲିୟରୀର ବାର୍ଷିକ କ୍ରୀଡା ସମାରୋହ ଗ୍ରୀନ୍ ଗ୍ରାସ ଷ୍ଟାଡିଅମ୍ ଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଦୁଇ ଦିନିଆ କ୍ରୀଡା ଉତ୍ସବର ଉଦ୍‌ଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରୀ କୋଲ୍ ମାଇନିଂ ଲିମିଟେଡ୍‌ର ଫାଇନାସ୍ ମୁଖ୍ୟ ଶିବ ପ୍ରସାଦ ସାହୁ, ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶାର ସଭାପତି ପରେଶ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇ ଶିଶୁମାନଙ୍କୁ ଖେଳରେ ନିଜର ଲକ୍ଷ୍ୟ ସ୍ଥିର କରି ଲକ୍ଷ୍ୟ ସ୍ଥଳରେ ପହଁଚିବା ପାଇଁ ମାର୍ଗଦର୍ଶନ କରିଥିଲେ । ସେହିପରି ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଏମ୍‌ସିଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ସୁବ୍ରତ ବିଶ୍ୱାଳ ଯୋଗ ଦେଇ ଶିଶୁମାନେ ଖେଳରେ ଦେଶକୁ ଶୀର୍ଷ ସ୍ଥାନରେ ପହଁଚାଇବାର ଉତ୍ସାହ ପୂର୍ବକ ଉଦ୍‌ବୋଧନ ଦେଇଥିଲେ । ବିଦ୍ୟାଳୟର ସଭାପତି ହେମନ୍ତ କୁମାର ଶତପଥି ଅଧ୍ୟକ୍ଷତା କରିଥିବା ବେଳେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବାବୁଲି ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପରିଚାଳନା ସମିତି ସଦସ୍ୟା ରଶ୍ମୀରେଖା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ବିଦ୍ୟାଳୟର ଉପସଭାପତି ମନୋରଞ୍ଜନ ନନ୍ଦ,ସହ ସମ୍ପାଦକ ଧନଞ୍ଜୟ ପ୍ରଧାନ ଓ କୋଷାଧ୍ୟକ୍ଷ ସୁକାନ୍ତ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ । ସମ୍ପାଦକ ସରୋଜ କୁମାର ପ୍ରଧାନଙ୍କ ତତ୍ୱାବଧାନରେ କ୍ରୀଡା ପରିଚାଳିତ ହୋଇଥିଲା । ବିଦ୍ୟାଳୟର ଶାରୀରିକ ପ୍ରମୁଖ ନରେନ୍ଦ୍ର କୁମାର ସାହୁ ବିଦ୍ୟାଳୟ ବୃତ କଥନ ସମୟରେ ୬୫୦ ଜଣ ଶିଶୁ ଖେଳାଳୀ ବାର୍ଷିକ କ୍ରୀଡାରେ ଭାଗ ନେଇ ମୁଖ୍ୟ ଅତିଥିଙ୍କ ଠାରୁ ବିଜୟୀ ପ୍ରତିଭାଗୀ ପୁରସ୍କାର ଗ୍ରହଣ କରିଥିଲେ । ଏଥିରେ ୫୦ ଜଣ ଗୁରୁଜୀ/ ଗୁରୁମା, ୧୦ ଜଣ ସେବକ/ସେବିକାଙ୍କ ଅକ୍ଳାନ୍ତ ଚେଷ୍ଟା ଓ ସହଯୋଗରେ ବାର୍ଷିକ କ୍ରୀଡା ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *