Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭବ୍ୟ ହେବ ମଥୁରାର ବାଙ୍କେ ବିହାରୀ କରିଡୋର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭବ୍ୟ ହେବ ମଥୁରାର ବାଙ୍କେ ବିହାରୀ କରିଡୋର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମଥୁରାର ବାଙ୍କେ ବିହାରୀଙ୍କ ମନ୍ଦିରରେ ସ୍‌୍ୱତନ୍ତ୍ର କରିଡୋର ର୍ନିମାଣ କରାଯିବ । ଆଲାହାବାଦ ହାଇକୋର୍ଟ ପକ୍ଷରୁ ଯୋଗୀ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ମିଳି ସାରିଛି । ଖବର ଅନୁସାରେ କରିଡୋର ର୍ନିମାଣରେ ୨୬୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାକୁ ୫ ଏକରରୁ ଅଧିକ ଭୂମିରେ ର୍ନିମାଣ କରାଯିବ । ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଗୋଟିଏ ସମୟରେ ବାଙ୍କେ ବିହାରୀଙ୍କ ଦର୍ଶନ କରିପାରିବେ । ଠାକୁରଙ୍କ ନିକଟରେ ପହଞ୍ଚିବା ପାଇଁ ଶ୍ରଦ୍ଧାଳୁ ଜୁଗଲଘାଟ, ବିଦ୍ୟାଘାଟ, ଜାଦୈନ ପାର୍କିଂ ପରି ତିନୋଟି ରାସ୍ତାର ବ୍ୟବହାର କରିପାରିବେ । କରିଡୋରରେ ଦୁଇ ମହଳା ରହିବ । ପରିସରର ଗ୍ରାଉଣ୍ଡ ଫ୍ଲୋର ୧୧ ହଜାର ୩୦୦ ବର୍ଗ ମିଟର ବ୍ୟାପ୍ତ ରହିବ । ଏହାସହ ଗ୍ରାଉଣ୍ଡ ଫ୍ଲୋରରେ ପୂଜା ସାମଗ୍ରୀ ଦୋକାନ ରହିବ । ଏଠାରେ ଶ୍ରଦ୍ଧାଳୁଙ୍କ ପାଇଁ ବୃହତ ଅପେକ୍ଷା ଗୃହ ର୍ନିମାଣ କରାଯିବ । ଏହାବ୍ୟତିତ ୫ ହଜାର ୧୧୩୪ ବର୍ଗ ମିଟର ଅଞ୍ଚଳକୁ ଖୋଲା ଛଡ଼ାଯିବ । ଆଲାହାବାଦ ହାଇକୋର୍ଟ ବୃନ୍ଦାବନ ସ୍ଥିତ ବାଙ୍କେ ବିହାରୀ ମନ୍ଦିରରେ ଦର୍ଶନକୁ ସୁଲଭ କରାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କରିଡୋର ର୍ନିମାଣ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସୋମବାର ମଞ୍ଜୁରୀ ଦେଇଥିଲେ । କୋର୍ଟ କହିଥିଲେ ଯେ ରାଜ୍ୟ ସରକାର ପ୍ରସ୍ତାବିତ ଯୋଜନା କାର୍ଯ୍ୟକାରୀ କରନ୍ତୁ, କିନ୍ତୁ ଏହି କାର୍ଯ୍ୟ ପାଇଁ ମନ୍ଦିର ପାଣ୍ଠିର ଉପଯୋଗ କରିବେ ନାହିଁ । ଏହାସହ ମନ୍ଦିର ଖାତାରେ ଜମା ଥିବା ୨୬୨ କୋଟି ଟଙ୍କାର ଉପଯୋଗ ଉପରେ ରୋକ ଲଗାଇଥିଲେ । କୋର୍ଟ କହିଥିଲେ ଯେ ଏହି କାର୍ଯ୍ୟ ପାଇଁ ସରକାର ନିଜ ପଇସା ଖର୍ଚ୍ଚ କରିବେ । ଯଦିଓ ମନ୍ଦିର ପ୍ରାଇଭେଟ୍ ପ୍ରୋପର୍ଟି କିନ୍ତୁ ଯଦି ଏତେ ସଂଖ୍ୟାରେ ଲୋକ ଆସୁଛନ୍ତି ଓ ଭିଡ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କ ସୁବିଧା ଦୃଷ୍ଟିରୁ ସମସ୍ତ ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ୱ ବୋଲି ହାଇକୋର୍ଟ କହିଥିଲେ ।

Leave a Reply