ଶ୍ରୀରାମ ଜନ୍ମଭୂମି ନ୍ୟାସମଂଚ ପଟାମୁଣ୍ଡାଇ ଖଣ୍ଡ ଶାସନ ମଣ୍ଡଳ ପକ୍ଷରୁ ପ୍ରସ୍ତୁତି ବୈଠକ

ପଟ୍ଟାମୁଣ୍ଡାଇ/ମାଳିପୁର : ଶ୍ରୀରାମ ଜନ୍ମଭୂମି ନ୍ୟାସମଂଚ ପଟାମୁଣ୍ଡାଇ ଖଣ୍ଡ ଶାସନ ମଣ୍ଡଳ ପକ୍ଷରୁ ବାଲିପାଟଣା ଶୈବ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ କଂ ଜନ୍ମଭୂମି ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଭାରତରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନାନାଦି କାର୍ଯ୍ୟକ୍ରମ ପାଇଁ ଯୋଜନା କରାଯାଇଛି । ସେହି ଅନୁସାରେ ଗ୍ରାମାଞ୍ଚଳରେ ପ୍ରତି ଘରେ ଯେପରି ନିମନ୍ତ୍ରଣ ପହଞ୍ଚି ପାରିବ, ପ୍ରତିଷ୍ଠା ଉତ୍ସବ ଦିନ ପ୍ରତି ମନ୍ଦିର, ଧର୍ମାନୁଷ୍ଠାନ, ଏବଂ ପ୍ରତି ଘରେ ଯେଭଳି ଭଜନ, କୀର୍ତ୍ତନ ଏବଂ ଦୀପ ଦାନ ହୋଇପାରିବ ସେଥିପ୍ରତି କିଭଳି ଜନ ଜାଗରଣ ଯେପରି କରାଯାଇ ପାରିବ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶାସନ ମଣ୍ଡଳ ସଂଯୋଜକ ତୀର୍ଥ ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମଣ୍ଡଳ ସଦସ୍ୟ ବୈଲୋଚନ ପଣ୍ଡା ସଭାପତି ଆସନ ଅଳଙ୍କୃତ କରି ସଦସ୍ୟମାନଙ୍କୁ ଭବିଷ୍ୟତର କାର୍ଯ୍ୟ ଧାରା ସମ୍ବନ୍ଧ ବୁଝାଇ ଥିଲେ । ଉକ୍ତ ବୈଠକରେ ରମାକାନ୍ତ ଦାଶ, ଅଜୟ ବେହେରା, ରସ୍ମିକାନ୍ତ କୁଣ୍ଡ, ଅଲେଖ ମଲିକ, ଅଭୟ ମାନଧତା, ଗୋପୀନାଥ ପଣ୍ଡା, ପଞ୍ଚାନନ ବିଶ୍ୱାଳ, ନିରଞ୍ଜନ ଦାସ, ଦେବାଶିଷ ମାନଧତା, ପ୍ରମୁଖ ଯୋଗ ଦାନ କରିଥିଲେ

Leave a Reply

Your email address will not be published. Required fields are marked *