Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଘୋଷଣା ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ସମୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଘୋଷଣା ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ସମୟ

ଅଯୋଧ୍ୟା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୨୨ରେ, ଅଭିଜିତ ମୁହୁର୍ତ୍ତ ମୃଗଶିରା ନକ୍ଷତ୍ରରେ ରାତି ୧୨ଟା ୨୦ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ । ଏହି କାର୍ଯ୍ୟକୁ ଏକ ଆନ୍ତର୍ଜାତୀୟ ରୂପ ଦେବା ପାଇଁ ରବିବାର ସାକେତ ନିଳୟମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମାରୋହର ଅଭିଯାନକୁ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କରି ପ୍ରସ୍ତୁତି ଅଗ୍ରଗତି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ପ୍ରଥମ ପର୍ଯ୍ୟାୟ ରବିବାରଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ପର୍ଯ୍ୟନ୍ତ ଚାଲିବ । ଏଥିରେ, କାର୍ଯ୍ୟର ଆକ୍ସନ ପ୍ଲାନର ଏକ ବାହ୍ୟରେଖା ପ୍ରସ୍ତୁତ ହେବ । ଏଥିପାଇଁ ଛୋଟ ସଞ୍ଚାଳନ ସମିତି ଗଠନ କରାଯିବ । ଜିଲା ତଥା ବ୍ଲକସ୍ତରରେ ପ୍ରତ୍ୟେକ ୧୦ଜଣିଆ ଗୋଷ୍ଠୀ ଗଠନ କରିବାକୁ ସହମତି ପ୍ରକାଶ ପାଇଛି । ମନ୍ଦିର ଆନ୍ଦୋଳନର କରସେବକଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯିବ । ଗୋଷ୍ଠୀଗୁଡିକ ୨୫୦ ସ୍ଥାନରେ ବୈଠକ କରିବେ ଏବଂ ଏହି କାର୍ଯ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଜଡିତ କରିବାକୁ ଆବେଦନ କରିବେ । ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ । ଏଥିରେ ଦ୍ୱାର-ଦ୍ୱାର ଯୋଗାଯୋଗ ଯୋଜନା ଅଧୀନରେ ୧୦କୋଟି ପରିବାରରେ ପୂଜାପାଠ ହୋଇଥିବା ଅକ୍ଷତ, ରାମଲଲାଙ୍କ ପ୍ରତିମାର ଏକ ଫଟୋ ଏବଂ ଲିଫଲେଟ ଦିଆଯିବ । ଏହା ମାଧ୍ୟମରେ ଲୋକମାନେ ଉତ୍ସବ ଦିନ ଦିପୋତ୍ସବ ପାଳନ କରିବାକୁ ନିବେଦନ କରିବେ । ଜାନୁଆରୀ ୨୨କୁ ତୃତୀୟ ପର୍ଯ୍ୟାୟରେ ରଖାଯାଇଛି । ସେହି ଦିନ ଏପରି ପରିବେଶ ସୃଷ୍ଟି ହେବ ଯେ ସାରା ଦେଶରେ ଉତ୍ସବ ପାଳନ ହେବ ଏବଂ ପ୍ରତ୍ୟେକ ଘରେ ରୀତିନୀତି ଅନୁଷ୍ଠିତ ହେବ । ଚତୁର୍ଥ ପର୍ଯ୍ୟାୟରେ ସାରା ଦେଶରେ ଭକ୍ତମାନଙ୍କୁ ରାମଲଲାଙ୍କ ଦର୍ଶନ ଯୋଗାଇବାର ଯୋଜନା ରହିଛି । ଏହି ପର୍ଯ୍ୟାୟ ଗଣତନ୍ତ୍ର ଦିବସରୁ ଆରମ୍ଭ ହୋଇ ୨୨ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନ ପ୍ରଦେଶବ୍ୟାପି ପରିଚାଳିତ ହେବ । ୩୧ ଜାନୁୟାରୀ ଏବଂ ୧ ଫେବୃୟାରୀରେ ଅବଧ ପ୍ରଦେଶର କର୍ମୀଙ୍କୁ ଦର୍ଶନ ଦେବା ପାଇଁ ଯୋଜନା ଅଛି ।

Leave a Reply