ବାଲିଚନ୍ଦ୍ରପୁରସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ବଡଚଣା: ବଡଚଣା ଶିକ୍ଷାମଣ୍ଡଳ ଅଧିନ ବାଲିଚନ୍ଦ୍ରପୁରସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ମସିହାର ୩୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ୧୮ତାରିଖ ରୁ ଉଦ୍‌ଘାଟିତ ହୋଇ ୧୯ତାରିଖ ଦିନ ଉଦ୍‌ଯାପିତ ହୋଇଯାଇଛି । କ୍ରୀଡା ପ୍ରତିଯୋଗିତାର ଉଦ୍‌ଘାଟିନୀ ଉତ୍ସବରେ ବିଦ୍ୟାମନ୍ଦିରର ପୁର୍ବତନଛାତ୍ର ତଥା ବଡଚଣା ଶିକ୍ଷାମଣ୍ଡଳରେ କାର୍ଯ୍ୟରତ ଅଧିକାରୀ ବିଭୁଲଭ ପରିଡା,ମୁଖ୍ୟ ଅତିଥି ଭାବେ ନିଗମାନନ୍ଦ ବିଦ୍ୟାପୀଠ ବରଦାର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପ୍ରଭାତ କୁମାର ବଳ ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ କ୍ରୀଡାର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । କ୍ରୀଡା ପ୍ରତିଯୋଗିତାର ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବାଲିଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଅମୀୟ ସାହାଣୀ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ଦ୍ୱିଭାଷି କବି ନାରାୟଣ ମୁଦୁଲି ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ କ୍ରୀଡାର ଉପକାରିତା ସଂପର୍କରେ ମତ ଦେବା ସହିତ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ଶିଶୁ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ,ଅତିଥି ପରିଚୟ ପ୍ରଦାନ କରିଥରଲେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତଥା ବାଲିଚନ୍ଦ୍ରପୁର ସଂକୁଳର ସଂଯୋଜକ ସତ୍ୟାନନ୍ଦ ପଣ୍ଡା । ଏହି ଉତ୍ସବରେ ବିଦ୍ୟାମନ୍ଦିରର ପରିଚାଳନା କମିଟିର ଉପସଭାପତି ଗୟାଧର ସାହୁ,ଉପଦେଷ୍ଟା ନିରଞ୍ଜନ ମହାନ୍ତି,ହିମାଂଶୁ ଶେଖର ବଳ ପ୍ରମୁଖ ଯୋଗଦାନ କରିଥିଲେ । କ୍ରୀଡା ପ୍ରତିଯୋଗିତା ୪ଟି ବିଭାଗ ଯଥା (ଶିଶୁ ବାଟିକା) ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ୧୫ ରୁ ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା । ୨-କିଶୋର ବର୍ଗ,୩- ଲାଲ ବର୍ଗ ଏବଂ ୪-ଶିଶୁ ବର୍ଗ । ଶିଶୁ ବର୍ଗର ଶ୍ରେଷ୍ଠ କ୍ରୀଡା ପ୍ରଦର୍ଶନ କରି ବାଳକ ବିଭାଗରୁ ଅଧିଜିତା ହୋଇଥିଲେ ପଞ୍ଚମ ଶ୍ରେଣୀର ଛାତ୍ର ଆୟଷକାନ୍ତ ରାଉତରାୟ ଏବଂ ବାଳିକା ବିଭାଗରୁ ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ପ୍ରତ୍ୟାଶା ସେନାପତି,ଲାଲବର୍ଗରୁ ବାଳକ ବିଭାଗରୁ ୮ମ ଶ୍ରେଣୀର ଛାତ୍ର ଆର ଏନ ରିତିକ୍ ଜେନା,ବାଳିକା ବିଭାଗରୁ ୭ମ ଶ୍ରେଣୀର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ସେନାପତି,କିଶୋର ବର୍ଗର ବାଳକ ବିଭାଗରୁ ୧୦ମ ଶ୍ରେଣୀ ଛାତ୍ର ପ୍ରୟାସ ବର୍ମା,ବାଳିକା ବିଭାଗରୁ ଯୁଗ୍ମ ଅଧିଜିତା ୯ମ ଶ୍ରେଣୀ ଛାତ୍ରୀ ପାୟଲ ପାତ୍ର ଏବଂ ୧୦ମ ଶ୍ରେଣୀ ଛାତ୍ରୀ ସାଫିଆ ଫିରଦୋସ । ଏହି କ୍ରୀଡାରେ ମୋଟ ୭୬୨ଜଣ ପ୍ରତିଯୋଗୀ ୫୬ଟି କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ । କ୍ରୀଡାର ଉଦ୍‌ଯାପନୀ ରେ ବିଦ୍ୟାମନ୍ଦିରର ସଂପାଦକ ନାରାୟଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ୧୦ମ ଶ୍ରେଣୀ ଦିଶାରାଣୀ ବିଶ୍ୱାଳ ଏବଂ ବିଜୟୀ ବିଶ୍ୱ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଆଛାର୍ଯ୍ୟ ଆଛାର୍ଯ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏବଂ କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାହୁ କ୍ରୀଡା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *