Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱର ବିଭିନ୍ନ ମହାଦ୍ୱୀପରେ ବନ୍ଦର ନେଟୱାର୍କ ସୁଦୃଢ଼ କରୁଛି ଚୀନ,ପରେ ଏହାକୁ ନୌସେନା ବେସ୍ ଭାବରେ ବ୍ୟବହାର କରିପାରେ: ରିପୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱର ବିଭିନ୍ନ ମହାଦ୍ୱୀପରେ ବନ୍ଦର ନେଟୱାର୍କ ସୁଦୃଢ଼ କରୁଛି ଚୀନ,ପରେ ଏହାକୁ ନୌସେନା ବେସ୍ ଭାବରେ ବ୍ୟବହାର କରିପାରେ: ରିପୋର୍ଟ

ନୂଆଦିଲ୍ଲୀ: ଚୀନ ନିଜର ଆର୍ôଥକ ଶକ୍ତି ବଢ଼ାଇବା ଓ ଲାଗତର ବଢ଼ୁଥିବା ନିଜର ନୌସେନାର ଉପସ୍ଥିତି ବ୍ୟାପକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶ୍ୱ ବାଣିଜ୍ୟିକ ବନ୍ଦରର ଏକ ବିସ୍ତୃତ ନେଟୱାର୍କ ତିଆରି କରିଛି । ବିଭିନ୍ନ ଛୋଟ ଦେଶରେ ଋଣ ଜାଲରେ ଫସାଇ ଦେଶଗୁଡ଼ିକର ବନ୍ଦରଗୁଡ଼ିକ କବ୍ଜା କରି ଚୀନ ନିଜର ସ୍ୱାର୍ଥନ ସାଧନରେ ଟାର୍ଗେଟ୍ ରହିଛି । ବୈଦେଶିକ ସମ୍ପର୍କ ପରିଷଦ(ସିଏଫ୍‌ଆର୍‌) ଥିଙ୍କ ଟ୍ୟାଙ୍କ ଏ ବିଷୟରେ ଗବେଷଣା କରି ରିପୋର୍ଟ ଜାରି କରିଛି । ଏହି ଥିଙ୍କ ଟ୍ୟାଙ୍କ ବିଦେଶରେ ଥିବା ଚୀନ ବନ୍ଦରଗୁଡ଼ିକର ଗଭୀର ଅଧ୍ୟୟନ କରିଛି । ପରବର୍ତ୍ତି ସମୟରେ ଏହି ବନ୍ଦରଗୁଡିକ ମଧ୍ୟରୁ ଚୀନ କିଛିକୁ ନୌସେନା ବେସ୍ ଭାବରେ ପରିବର୍ତ୍ତନ କରିଦେଇପାରେ ବୋଲି ଏହି ସଂସ୍ଥା ରିପୋର୍ରେ କହିଛି । ଏଥିରେ କୁହାଯାଇଛି ଯେ ଆଣ୍ଟାର୍କଟିକା ବ୍ୟତୀତ ପୃଥିବୀର ପ୍ରତ୍ୟେକ ମହାଦ୍ୱୀପରେ ଅତି କମରେ ଗୋଟିଏ ବନ୍ଦରରେ ଚୀନ ନିଜର କାର୍ଯ୍ୟ କରୁଛି କିମ୍ବା ମାଲିକାନା ରଖିଛି । ୨୦୨୩ ସେପ୍େଟମ୍ବର ସୁଦ୍ଧା ଚୀନ ୧୦୧ ପୋର୍ଟ ପ୍ରୋଜେକ୍ଟରେ ନିଜର ହସ୍ତକ୍ଷେପ ରଖିଛି । ସେଥିମଧ୍ୟରୁ ୯୨ କାର୍ଯ୍ୟକ୍ଷମ ରହିଥିବା ବଳେ ୯ଟି ରଦ୍ଦ ଓ ନିଲମ୍ବନ ଆଦି କାରଣରୁ ନିଷ୍କ୍ରିୟ ହୋଇ ରହିଛି । ଚୀନ ୨୦୧୩ରେ ନିଜର ମହତ୍ୱକାଂକ୍ଷୀ ଯୋଜନା ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଲଞ୍ଚ୍ କରିବା ପରେ ବିଭିନ୍ନ ମହାଦ୍ୱୀପ ଓ ଛୋଟ ଦେଶଗୁଡ଼ିକରେ ବନ୍ଦର ଅକ୍ତିଆର ପ୍ରକ୍ରିୟା ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା ଚୀନ ୬୬ ଦେଶ ଓ ଦ୍ୱୀପଦେଶ ସହ ୭୦ ଦ୍ୱିପାଖିକ ଓ ଆଞ୍ଚଳିକ ସିପିଂ ଏଗ୍ରୀମେଣ୍ଟ ସାଇନ୍ କରି ସାରିଛି । ଏଥିସହିତ ଚୀନ ବିଶ୍ୱର ସବୁ ଗୁରୁତ୍ୱପୂ୍ଣ ଅଞ୍ଚଳକୁ କଭର କରିସାରିଛି । ତେବେ ଚିନ୍ତାର ବିଷୟ ହେଲା ଚୀନ ଆମେରିକା ଠାରୁ ନୌସେନାର ଅଧିକ ଶକ୍ତିଶାଳୀ ହେବାକୁ ଚାହୁଁଛି । ତେଣୁ ବନ୍ଦରଗୁଡ଼କର ସୁରକ୍ଷା ବାହାନାରେ ସାମରିକ ଉପସ୍ଥିତି ମଧ୍ୟ ବଢ଼ାଉଛି । ତେଣୁ କିଛି ବନ୍ଦରକୁ ଚୀନ ଭବିଷ୍ୟତରେ ନିଜର ନୌସେନା ବେସ୍ ଭାବରେ ବ୍ୟବହାର କରିପାରେ ବୋଲି ରିପୋର୍ଟରେ କୁହାଯାଇଛି ।

Leave a Reply