ଅଯୋଧ୍ୟା ଏୟାରପୋର୍ଟର ନାମ ହେଲା ‘ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ଏୟାରପୋର୍ଟ ଅଯୋଧ୍ୟା ଧାମ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଶୁକ୍ରବାର ଅଯୋଧ୍ୟା ଏୟାରପୋର୍ଟକୁ ଅନ୍ତର୍ଜାତୀୟ ଏୟାରପୋର୍ଟ ଘୋଷଣା କରିବା ସହ ଏହାର ନାମ ମହର୍ଷି ବାଲ୍ମୀକୀ ଅନ୍ତର୍ଜାତୀୟ ଏୟାରପୋର୍ଟ, ଅଯୋଧାଧାମ ରଖିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି ।ଏକ ଔପଚାରିକ ବିଜ୍ଞପ୍ତି ଅନୁସାରେ ଅଯୋଧ୍ୟାର ଆର୍ଥିକ କ୍ଷମତା ଓ ବୈଶ୍ୱିକ ତୀର୍ଥସ୍ଥଳ ଭାବେ ଏହାର ମହତ୍ତ୍ୱକୁ ବୁଝିବା, ବିଦେଶୀ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଦ୍ୱାର ଖୋଲିବା ନିମନ୍ତେ ଅଯୋଧ୍ୟା ଏୟାରପୋର୍ଟକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ସର୍ବୋପରି ଅଟେ । ଏୟାରପୋର୍ଟର ନାମ ‘ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ଏୟାରପୋର୍ଟ ଅଯୋଧ୍ୟାଧାମ’ ରଖାଯାଇ ମହର୍ଷି ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଋଷି ମହାକାବ୍ୟ ରାମାୟଣର ରଚନା କରିଥିଲେ । ଯାହାକି ଏୟାରପୋର୍ଟର ପରିଚୟରେ ଏକ ସାଂସ୍କୃତିକ ସ୍ପର୍ଶ ଛାଡିଛି ।

Leave a Reply

Your email address will not be published. Required fields are marked *