ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ପ୍ରସ୍ତୁତି

ଜୟପୁର : ଅଯୋଦ୍ଧା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଛି । ଆବାହକ ନିରଞ୍ଜନ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଶ୍ରୀ ରାମ ନବମି ପାଳନ ସମିତି, ହିନ୍ଦୁ ସମାଜ ଜୟପୁର ଦ୍ୱାରା ଏହି ବୈଠକ ଅନୁଷ୍ଟିତ ହୋଇଛି । ଚୈତନ୍ୟ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଅଯୋଦ୍ଧାରେ ହେକାକୁ ଥିବା ପ୍ରଭୁ ଶ୍ରୀ ରାମ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କୁ ନେଇ ଜୟପୁର ସହରରେ କିଭଳି କାଯ୍ୟକ୍ରମ ରହିବ ସେଥି ପାଇ ସମସ୍ତ ଆଧାତ୍ମିକ, ସାମାଜିକ, ସଂଗଠନ, ବୁଦ୍ଧୀଜୀବି, ସମସ୍ତ ମନ୍ଦିର କମିଟି ଙ୍କୁ ନେଇ ବୈଠକ ଅନୁଷ୍ଟିତ ହୋଇଥିଲା । ଆସନ୍ତା ୨୧ ତାରିଖରେ ରଘୁ ନାଥ ମନ୍ଦିର ନିକଟରେ ସଂନ୍ଧ୍ୟାର ଭଜନ ସଂନ୍ଧ୍ୟା ସହ ସହ ସେବକ ମାନଙ୍କୁ ସମ୍ମାନିତ କରଯିବ । ୨୨ ତାରିଖରେ ପାରାବେଢା ଝାଙ୍କର ଦେଇ ମନ୍ଦିର ଠାରୁ ରଘୁନାଥ ମନ୍ଦିର ଯାଏ ଶୋଭାଯାତ୍ରା ବାହାରିବ ବୋଲି ନିଷ୍ପତ୍ତି ହୋଇଛି । ବୈଠକରେ ରଜନି ନାୟକ, ସତିଶ ନନ୍ଦ, ଲଳିତ ଅଗ୍ରଓାଲ, ସିଦ୍ଧାର୍ଥ ପାତ୍ର, ସନ୍ଦିର ଦଳାଇ,ବରୁଣ ଜୈନ. ନିଖିଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ କମିଟି, ଗାୟତ୍ରୀ ପରିବାର, ବିଶ୍ୱ ହିନ୍ଦୁ ପରିଷଦ, ସଂଘ, ଇସ୍କନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *