Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତକୁ ଅନୁପ୍ରବେଶ କଲେ ୫୦୦୦ରୁ ଅଧିକ ମିଆଁମାର ନାଗରିକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତକୁ ଅନୁପ୍ରବେଶ କଲେ ୫୦୦୦ରୁ ଅଧିକ ମିଆଁମାର ନାଗରିକ

ନୂଆଦିଲ୍ଲୀ: ମିଆଁମାରର ଚିନ ରାଜ୍ୟରେ ହୋଇଥିବା ଏୟାରଷ୍ଟ୍ରାଇକ୍ ଏବଂ ଗୁଳିକାଣ୍ଡର ପ୍ରଭାବ ଦେଖିବାକୁ ମିଳିଛି । ଏହାର ସୀମାବର୍ତ୍ତୀ ଅଞ୍ଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଫଳରେ ଭୟଭୀତ ଲୋକେ ଭାରତକୁ ଅନୁପ୍ରବେଶ କରୁଛନ୍ତି । ମିଜୋରାମ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ୨୪ ଘଣ୍ଟାରେ ୫ ହଜାରରୁ ଅଧିକ ଲୋକ ଭାରତ ସୀମାରେ ପଶିଛନ୍ତି । ଏଥିରେ ୩୯ ସେନାକର୍ମୀ ମଧ୍ୟ ଅଛନ୍ତି । ରିପୋର୍ଟ ଅନୁଯାୟୀ, ରବିବାର ସନ୍ଧ୍ୟାରେ ମିଆଁମାରର ପିଡିଏଫ, ମିଆଁମାର ସେନା ପୋଷ୍ଟ ଉପରେ ଆକ୍ରମଣ କରିଥିଲା । ସୋମବାର ମଧ୍ୟ ପିଡିଏଫ ଦୁଇଟି ମିଆଁମାର ପୋଷ୍ଟକୁ କବ୍‌ଜା କରିଛି । ଏହାର ଫଳରେ ସେନାକର୍ମୀ ମିଜୋରାମରେ ଆଶ୍ରୟ ନେବାକୁ ଲାଗିଛନ୍ତି । ଏଥିରେ ୩୯ ଲୋକମାନେ ମିଜୋରାମ ପୋଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି । ଆଇଜିପିଙ୍କ କହିବା ଅନୁଯାୟୀ, ୫ ହଜାରରୁ ଅଧିକ ଲୋକ ସୀମା ପାଖରେ ଦୁଇଟି ଗାଁରେ ଆଶ୍ରୟ ନେଇଛନ୍ତି । ଆମର ପ୍ରାୟ ୨୦ ନାଗରିକ ଆହତ ମଧ୍ୟ ହୋଇଛନ୍ତି । ଜଣଙ୍କର ଗୁଳିମାଡ଼ରେ ମୃତ୍ୟୁ ମଧ୍ୟ ହୋଇଛି । ମିଜୋରାମର ଚମ୍ଫାଇ ଜିଲ୍ଲାର ଉପାୟୁକ୍ତ ଜେମ୍ସ ଲାଲରିଞ୍ଛନା ଏକ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ମିଆଁମାରରେ ସତ୍ତାରେ ଥିବା ଜୁଣ୍ଟା ସମର୍ôଥତ ସୁରକ୍ଷା ବଳ ଏବଂ ମିଲିସିଆ ସମୂହ ପିପୁଲ୍ସ ଡିଫେନ୍ସ ଫୋର୍ସ ମସତୟରେ ରବିବାର ସନ୍ଧ୍ୟାରେ ଭୟଙ୍କର ଗୁଳିମାଡ଼ ହୋଇଥିଲା । ଚମ୍ଫାଇ ଜିଲ୍ଲାର ସୀମା ପଡ଼ୋଶୀ ଦେଶର ଚିନ ରାଜ୍ୟ ସହ ରହିଛି ।

Leave a Reply