Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚମ୍ପୁଆ ଶିଶୁ ମନ୍ଦିରରେ ଶିଶୁ ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚମ୍ପୁଆ ଶିଶୁ ମନ୍ଦିରରେ ଶିଶୁ ଦିବସ

ଚମ୍ପୁଆ: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ଏନ୍‌. ସି. ସି., ସ୍କାଉଟ, ଗାଇଡ, କବ, ବୁଲବୁଲ,ରେଡକ୍ରସ ଆଦି ଛାତ୍ରଛାତ୍ରୀମାନେ ଘୋଷ ବାଦ୍ୟ ସହିତ ନଗର ପରିକ୍ରମା କରିଥିଲେ । ଏହା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ବକ୍ତବ୍ୟ ଛଳରେ କହିଥିଲେ ଯେ ଦେଶ ଗଠନରେ ଅସଲ ଭାଗିଦାରୀ ହେଉଛନ୍ତି ଛାତ୍ର ସମାଜ । ଏଣୁ ଶାରୀରିକ, ପ୍ରାଣୀକ, ବୈ ।ଦ୍ଧିକ, ଆତ୍ମିକ ଓ ବ୍ୟାବହାରିକ ଜ୍ଞାନର ବିକାଶ ନିମିତ୍ତ ଏକ ଆହ୍ୱାନ ହେବା ଜରୁରୀ । ମୁଖ୍ୟବକ୍ତା କପିଳେନ୍ଦ୍ର ସାମନ୍ତରା ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସଭା ଶେଷରେ ବିଦ୍ୟାଳୟର ପୂର୍ବଛାତ୍ର ବ୍ରଜ କିଶୋର ଶତପଥୀ ଓ ରାଜ କିଶୋର ଶତପଥୀଙ୍କ ଉଦ୍ୟମରେ ଚିଲଡ୍ରେନ କର୍ଣ୍ଣର ତରଫରୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply