Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ପଦାର୍ଥ ବିଜ୍ଞାନ ଓ ଗଣିତକୁ ଭାରତର ଅବଦାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଦାର୍ଥ ବିଜ୍ଞାନ ଓ ଗଣିତକୁ ଭାରତର ଅବଦାନ

  • ଉଦୀପ୍ତ ନାରାୟଣ ସାହୁ

ଭାରତ ହେଉଛି ଜ୍ଞାନ ବିଜ୍ଞାନରେ ଉନ୍ନତ ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ । ବିଶ୍ୱର ସବୁଠାରୁ ଜ୍ଞାନୀ ମସ୍ତିଷ୍କ ଭାରତରେ ହିଁ ମିଳିବ ବୋଲି ଆଧୁନିକ ବୈଜ୍ଞାନିକ ମାନେ ମଧ୍ୟ ମତ ଦିଅନ୍ତି । ବିଶ୍ୱ ନିୟନ୍ତା ଙ୍କ ଦ୍ୱାରା ଯେବେଠାରୁ ସୃଷ୍ଟି ର ସର୍ଜ୍ଜନା ହୋଇଛି ସେବେଠାରୁ ଭାରତବର୍ଷ ର ସୃଷ୍ଟି ବୋଲି ଅନୁମାନ କରାଯାଏ । ଭାରତୀୟ ମାନଙ୍କର ମହାନ ଦର୍ଶନ, ଗୂଢ ରହସ୍ୟ ର ଆଲୋଚନା, ଜିଜ୍ଞାସୁ ମନୋଭାବ ଏବଂ ଏକ ଅନୁକୂଳ ଦିଗରେ ଅନୁସନ୍ଧାନ ମୂଳକ ଚିନ୍ତନ ଏ ସମସ୍ତ ଗୁଣ ଭାରତୀୟ ମାନଙ୍କର ପାଣ୍ଡିତ୍ୟର ପରିପ୍ରକାଶ କରେ । ଇତିହାସର ପୃଷ୍ଠା ରେ ବିଶେଷ ଭାବରେ ଭାରତୀୟ ମାନଙ୍କର ବିଜ୍ଞାନକୁ ଅବଦାନ ସମ୍ବନ୍ଧରେ କୌଣସି ତଥ୍ୟ ଉପସ୍ଥାପିତ ହୋଇ ନଥିଲେ ମଧ୍ୟ ଏବେ ଆଧୁନିକ ଯୁଗର ବୈଜ୍ଞାନିକ ମାନେ ଅତୀତ ଭାରତରେ ବିଜ୍ଞାନର ଗବେଷଣାତ୍ମକ ଏବଂ ପ୍ରୟୋଗାତ୍ମକ ଦୁଇଟିଯାକ ଦିଗରେ ଉଚ୍ଚ ସୋପାନରେ ପହଂଚିଥିଲା । ଏବେ ନିଜର ଗୌରବମୟ ଇତିହାସରୁ ଭାରତର ବିଜ୍ଞାନ ଜଗତ କୁ ଅବଦାନ ସମ୍ବନ୍ଧରେ ବିଶେଷ ତଥ୍ୟ ନପାଇବା ହେତୁରୁ ଆଧୁନିକ ବିଦ୍ୟାର୍ଥୀ ମାନେ କେବଳ ପାଶ୍ଚାତ୍ୟ ବିଜ୍ଞାନୀ ମାନଙ୍କର ମହିମା ମଣ୍ଡନ କରନ୍ତି ଏହା ସହିତ ନିଜ ଦେଶର ବିଜ୍ଞାନୀ ମାନଙ୍କ ବିଷୟରେ ବିଶେଷ କିଛି ଜ୍ଞାନ ନଥିବାରୁ ସ୍ୱ ଗୌରବକୁ ଅନୁଭବ କରିପାରନ୍ତି ନାହିଁ । ବର୍ତ୍ତମାନ ଆଧୁନିକ ଦୁନିଆଁ ଧୀରେ ଧୀରେ ଭାରତୀୟ ବୈଚାରିକ ସିଦ୍ଧାନ୍ତ ଓ ଭାରତୀୟ ଜୀବନଶୈଳୀ କୁ ଆପଣେଇବାରେ ଲାଗିଛି । ସମ୍ପୂର୍ଣ୍ଣ ଦୁନିଆଁ ଶାନ୍ତି ପାଇବା ପାଇଁ ଅନେକ ପ୍ରୟାସ କରିବା ପରେ ବର୍ତ୍ତମାନ ଭାରତୀୟ ଜୀବନ ବଂଚିବାର ପଦ୍ଧତି କୁ ଅନୁସରଣ ଓ ଅନୁକରଣ କରିବାରେ ଲାଗିଛି । ପ୍ରାଚୀନ କାଳରେ ଭାରତର ଋଷିମୁନି ମାନେ ନବଗ୍ରହ ଙ୍କୁ ଆରାଧନା କରୁଥିଲେ ଆଜି ହଜାର ହଜାର ବର୍ଷ ବିତିଯାଇଥିଲେ ମଧ୍ୟ ସେହିସଂଖ୍ୟାରେ କୌଣସି ପରିବର୍ତ୍ତନ ଆସିନାହିଁ । ବିଶ୍ୱର ପ୍ରଥମ ଗ୍ରନ୍ଥ ବେଦ ରେ ବୃତ୍ତ ର ପରିଧି ଓ ବ୍ୟାସ ମଧ୍ୟରେ ଅନୁପାତ ଏକ ସ୍ଥିରାଙ୍କ ଯାହାର ମୂଲ୍ୟ ମଧ୍ୟ ବେଦରେ ସଂସ୍କୃତ ରେ ଲେଖା ହୋଇଛି ଏବଂ ଆଧୁନିକ ବିଜ୍ଞାନ ଏହାର ସତ୍ୟତା ପ୍ରମାଣ କରି କମ୍ପ୍ୟୁଟର ଗଣନା ମାଧ୍ୟମରେ ୩୨ ଟି ସ୍ଥାନ ଯାଏଁ ନିରୂପିତ ହୋଇପାରିଛି, ଯାହାକି ଆଧୁନିକ ଗଣନା ସହିତ ପ୍ରାୟ ସମାନ । ଶକ ସମ୍ବତ ୧୫୫୦ ରେ ରଚିତ ଅଗସ୍ତ୍ୟ ସଂହିତା ରେ ମିତ୍ରବରୁଣ ଶକ୍ତି ର କଥା ଉଲ୍ଲେଖ ରହିଛି । ବର୍ତ୍ତମାନ ଆମେ ଯେଉଁ ଶକ୍ତି କୁ ବିଦ୍ୟୁତ ଶକ୍ତି ଭାବରେ ଜାଣୁଛୁ ସେହି କାଳରେ ଏହି ଶକ୍ତି କୁ ମିତ୍ରବରୁଣ ଶକ୍ତି କୁହାଯାଉଥିଲା । ଭାରତୀୟ ବିଜ୍ଞାନୀ ପ୍ରଶସ୍ତପାଦ ଙ୍କ ଦ୍ୱାରା ଦିଆଯାଇଥିବା ବେଗ ସଂସ୍କାର ରେ ମହାନ ପଦାର୍ଥ ବିଜ୍ଞାନୀ ନିଉଟନ ଙ୍କ ଗତିର ନିୟମ ସମୂହର ସାମ୍ୟ ଦୃଷ୍ଟି ଗୋଚର ହୁଏ । ନିଉଟନ ଙ୍କ ଗତିର ନିୟମ ପ୍ରଦାନ କରିବାର ଅନେକ ବର୍ଷ ପୂର୍ବରୁ ପ୍ରଶସ୍ତପାଦ ଏହି ସୂତ୍ର ଗୁଡିକୁ ଉଲ୍ଲେଖ କରିଥିଲେ । ମହର୍ଷି କଣାଦ ଙ୍କ ବୈଶେଷିକ ଦର୍ଶନରେ କର୍ମ ଶବ୍ଦ ର ଅର୍ଥ ହେଉଛି ଗତି । ଏହାକୁ ସେ ୫ ଭାଗରେ ବିଭକ୍ତ କରିଛନ୍ତି, ଯଥା- ଉତକ୍ଷେପଣ, ଅବକ୍ଷେପଣ, ଆକୁଂଚନ, ପ୍ରସାରଣ ଓ ଗମନ । ସ୍ଥିତି ତାପକତା ଯାହାକୁ ଆମେ ଇଲାଷ୍ଟିକ ଗୁଣ ବୋଲି କହୁ, ଜଣେ ଭାରତୀୟ ଉଦୟନ ଙ୍କ ‘ନ୍ୟାୟ କାରିକାବଳୀ’ ନାମକ ଗ୍ରନ୍ଥରେ ଏହାର ଉଲ୍ଲେଖ ମିଳେ । ୧୧୧୪ ମସିହାରେ ରଚିତ ଭାସ୍କରାଚାର୍ଯ୍ୟ ଙ୍କ ଗ୍ରନ୍ଥ ‘ସିଦ୍ଧାନ୍ତ ଶିରୋମଣି’ ରେ ଜଳ ଚକ୍ରିକାର କଥା ଉଲ୍ଲେଖ ଥିବାର ଦେଖିବାକୁ ମିଳେ । ହାଇଡ୍ରୋଲିକ ମେସିନ ଅର୍ଥାତ୍ ଜଳ ପ୍ରବାହ କୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବ୍ୟବହାର ସମ୍ବନ୍ଧରେ ସମରାଂଗଣ ସୂତ୍ରଧାରର ୩୧ ତମ ଅଧ୍ୟାୟରେ କୁହାଯାଇଛି । ବିଭିନ୍ନ ଯୁଗରେ ଆମେ ଧାତୁ ମାନଙ୍କର ବ୍ୟବହାର ବିଷୟରେ ଜାଣିଛୁ । ଯଜୁର୍ବେଦ ରେ ବିଭିନ୍ନ ଧାତୁ ମାନଙ୍କ ବିଷୟରେ ଉଲ୍ଲେଖ ଅଛି । ଦିଲ୍ଲୀ ଠାରେ ଥିବା ଲୌହ ସ୍ଥମ୍ଭ ଭାରତୀୟ ଧାତୁ ବିଜ୍ଞାନର ପ୍ରୟୋଗାତ୍ମକ କଳା ର ଏକ ବିଶେଷ ନିଦର୍ଶନ । ଏବେ ଆମେ କାଚର ଦର୍ପଣ ବ୍ୟବହାର କରୁଛୁ, ହେଲେ ଭାରତରେ ଧାତୁ ତିଆରି ଦର୍ପଣର ବ୍ୟବହାର ଦେଖିବାକୁ ମିଳେ । ବିଶେଷ କରି ଦକ୍ଷିଣ ଭାରତରେ କେରଳ ର କିଛି ଗାଁ ରେ କିଛି ବର୍ଷ ପୂର୍ବେ ଧାତୁ ନିର୍ମିତ ଦର୍ପଣର ବ୍ୟବହାର ଦେଖିବାକୁ ମିଳିଥିଲା । ବିମାନଶାସ୍ତ୍ର ଓ ନୌକାଶାସ୍ତ୍ର ଦୁଇଟିରେ ଭାରତ ବିଶ୍ୱ ବିଦିତ ଥିଲା । ମହର୍ଷି ଭାରଦ୍ୱାଜ ଙ୍କ ବୈମାନିକ ଶାସ୍ତ୍ର ରେ ଅନେକ ପ୍ରକାରର ବିମାନ ତା’ ସମ୍ପର୍କିତ ବିଭିନ୍ନ ତଥ୍ୟ, ବିମାନର ପ୍ରକାର, ବିମାନ ଗୁଡିକର ଇନ୍ଧନ, ଗଠନ ଶୈଳୀ, ଉଡିବାର କ୍ଷମତା ଏ ସବୁ ବିଷୟରେ ଉଲ୍ଲେଖ ରହିଛି । ଗଣିତରେ ଭାରତୀୟ ମାନଙ୍କର ଅବଦାନ ଅତୁଳନୀୟ । ଭାରତ ଗଣିତ ଶାସ୍ତ୍ର ର ଜନନୀ ବୋଲି ସମଗ୍ର ବିଶ୍ୱ ସ୍ୱୀକାର କରେ । ୟୁରୋପର ସବୁଠାରୁ ପୁରୁଣା ଗଣିତ ବହି ହେଉଛି ‘କୋଡେକ୍ସ ଓଜଲେନ୍ସ’ ,ଏଥିରେ ଲେଖାଅଛି ଯେ “ଗଣନାର ଚିହ୍ନ (ଅଙ୍କ)ରୁ ଆମେ ଏହାହିଁ ଅନୁଭବ କରୁ ଯେ ପ୍ରାଚୀନ ହିନ୍ଦୁମାନଙ୍କର ବୁଦ୍ଧି ଅତ୍ୟନ୍ତ ତୀକ୍ଷଣ ଥିଲା ତଥା ଅନ୍ୟଦେଶ ମାନେ ଗଣନା ଓ ଜ୍ୟାମିତି କ୍ଷେତ୍ରରେ ତଥା ଅନ୍ୟାନ୍ୟ ବିଜ୍ଞାନରେ ସେମାନଙ୍କ ଠାରୁ ଯଥେଷ୍ଟ ପଛରେ ପଡ଼ିଥିଲେ । ଏହା ନଅ ଅଙ୍କ ବିଶିଷ୍ଟ ଚିହ୍ନ ସମୂହରୁ ସ୍ପଷ୍ଟ ଜଣାପଡେ, ଯାହାର ସହାୟତାରେ ଯେକୌଣସି ସଂଖ୍ୟାକୁ ସୁନ୍ଦର ଭାବରେ ଲେଖିହେବ । ବଡ କଥା ହେଉଛି ଏହା ଯେ ଶୂନ ର ଆବିଷ୍କାର ଭାରତରୁ ହୋଇଛି ଏବଂ ଏହି ଅଙ୍କ ମାନଙ୍କ ମଧ୍ୟରୁ ଶୂନ ଓ ଏକ ର ବ୍ୟବହାର କରି ଆଜି ଆଧୁନିକ ଦୁନିଆଁର ସମସ୍ତ କମ୍ପ୍ୟୁଟର କାମକରୁଛି । ଆଜିକାଲି ଗଣିତ କୁ ଏକ ଶୁଷ୍କ ବିଷୟ ଭାବରେ ଗଣାଯାଉଛି । ମିଶାଣ, ଫେଡାଣ, ଗୁଣନ, ହରଣ, ବର୍ଗ, ଘନ ଏ ସମସ୍ତ ପ୍ରକ୍ରିୟା ଭାରତୀୟ ଶାସ୍ତ୍ର ରେ ଉଲ୍ଲେଖ ଥିବାର ଦେଖାଯାଏ । ବର୍ତ୍ତମାନ ଆମେ ପଢୁଥିବା ପିଥାଗୋରାସ୍ ଙ୍କ ଉପପାଦ୍ୟ ର ସମାନ କଥା କୁ ଭାରତୀୟ ଋଷି ବୋଧାୟନ ଙ୍କ ଉପପାଦ୍ୟ ରେ ଦେଖିବାକୁ ମିଳେ । ବୋଧାୟନ ଉପପାଦ୍ୟ ଥିଲା ତ୍ରିକୋଣମିତିର ଆଧାର ଶିଳା । କାଳ ଗଣନା ରେ ଭାରତୀୟ ଜ୍ଞାନ କୌଶଳ ଅତ୍ୟନ୍ତ ଉଚ୍ଚ ସ୍ଥାନ ହାସଲ କରିଥିଲା । ପରମାଣୁ ଠାରୁ ଆରମ୍ଭ କରି ବର୍ଷ ଯାଏଁ, ନିମିଷ ଠାରୁ ଦିନରାତି ଯାଏଁ ଏବଂ କଳିଯୁଗ ଠାରୁ ମନ୍ୱନ୍ତର ଯାଏଁ ସମସ୍ତ ଗଣନା ଭାରତରେ ପ୍ରଚଳିତ ଥିଲା ଏବଂ ଆଜି ମଧ୍ୟ ପ୍ରଚଳିତ । ଏହି ଭାବରେ ବିଜ୍ଞାନ କ୍ଷେତ୍ରରେ ଭାରତର ଅବଦାନ ଅନେକ । ଯେଉଁ ମାନେ ଭାରତୀୟ ବ୍ୟବସ୍ଥାକୁ ଠିକ ଭାବରେ ବୁଝିନାହାନ୍ତି, ସେମାନେ ଏହିପରି କହନ୍ତି ଯେ ଭାରତୀୟ ମାନଙ୍କର ନିତ୍ୟ କ୍ରିୟା ବା ସାଂସ୍କୃତିକ କର୍ମ ଗୁଡିକ ବିଜ୍ଞାନ ଆଧାରିତ ନୁହେଁ । ବାସ୍ତବରେ ଭାରତୀୟ ସଂସ୍କୃତିର ସମସ୍ତ କ୍ରିୟା ଗୁଡିକ ବିଜ୍ଞାନ ଆଧାରିତ । ଏମିତି ମଧ୍ୟ କୁହାଯାଇପାରେ ଯେ, ବିଜ୍ଞାନର ସମସ୍ତ ତତ୍ତ୍ୱାବଳୀ ଭାରତରୁ ସୃଷ୍ଟି ହୋଇଛି । ଏଣୁ ଆମ ଭାରତକୁ ଜ୍ଞାନର ଗନ୍ତାଘର ବିଶ୍ୱଗୁରୁ ଭାରତ ବୋଲି କୁହାଯାଏ । ଏଣୁ ବୈଜ୍ଞାନିକ ଚିନ୍ତନ ଓ ଅନୁସନ୍ଧାନର ସୃଷ୍ଟି ଭାରତରୁ ହୋଇଛି ବୋଲି କହିବା ଶ୍ରେୟସ୍କର ।

Leave a Reply