Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
କୁମ୍ଭମେଳା ପ୍ରତି ଗୋଟିଏ ବର୍ଗର ଘୃଣାର ମୂଳ କାରଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୁମ୍ଭମେଳା ପ୍ରତି ଗୋଟିଏ ବର୍ଗର ଘୃଣାର ମୂଳ କାରଣ

କୁମ୍ଭମେଳା ପ୍ରତି ଗୋଟିଏ ବର୍ଗର ଘୃଣାର ମୂଳ କାରଣ

ଡ. ସମନ୍ୱୟ ନନ୍ଦ

ଉତ୍ତର ପ୍ରଦେଶର ପବିତ୍ର ନଗରୀ ପ୍ରୟାଗରାଜ ଠାରେ ଆୟୋଜିତ ହୋଇଥିବା କୁମ୍ଭ ମେଳା ସମାପ୍ତ ହୋଇଛି । ୧୩ ଜାନୁଆରୀ ଠାରୁ ଆରମ୍ଭ ହୋଇଥିବା ଓ ୪୫ ଦିନ ଧରି ଚାଲିଥିବା ଏହି କୁମ୍ଭ ମେଳା ବାସ୍ତବରେ ଭବ୍ୟ ଓ ଦିବ୍ୟ ଥିଲା । ଏଥିରେ ସାରା ଭାରତ ଓ ଭାରତ ବାହାରୁ ୬୦ କୋଟିରୁ ଉର୍ଧ ଲୋକ ମାନେ ଆସି ଗଙ୍ଗା- ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି । ସାରା ବିଶ୍ୱରେ ଏଭଳି ଆୟୋଜନ କେଉଁ ଠାର ଆଉ ହେବା ସମ୍ଭବ ନୁହେଁ ଯେଉଁଠାରେ ଏତେ କମ ଦିନ ମଧ୍ୟରେ ୬୦ କୋଟିରୁ ଉର୍ଦ୍ଧ ଏକାଠି ହୋଇ ପାରିବେ ।
ତେବେ କୁମ୍ଭ ମେଳା ଏତେ ଭବ୍ୟ ଓ ଦିବ୍ୟ ହୋଇଥିବା ସତ୍ୱେ ହିନ୍ଦୁ ବିରୋଧୀ ମାନଙ୍କର ଆକ୍ରମଣରୁ ଏହା ବର୍ତି ପାରି ନାହିଁ । ହିନ୍ଦୁ ବିରୋଧୀ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି କୁମ୍ଭ ମେଳାକୁ ନେଇ ଅନେକ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଛି । କେବଳ ସେତିକି ନୁହେଁ ବିଦେଶୀ ମାନଙ୍କ ବିଚାରରେ ଅନୁପ୍ରାଣିତ ଲେଫ୍ଟ ଲିବରାଲ ବର୍ଗର ବୁଦ୍ଧିଜୀବୀ, ଏକାଡେମିସିଆନ ତଥା ଇସଲାମିଷ୍ଟ ମାନେ ମଧ୍ୟ କୁମ୍ଭ ବିରୁଦ୍ଧରେ ମନ୍ତବ୍ୟ ଦେବା ଦେଖିବାକୁ ମିଳିଥିଲା ।
କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ କୁମ୍ଭ ମେଳାର ସର୍ବପ୍ରଥମେ ଔଚିତ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ କୁମ୍ଭ ମେଳାରେ ବୁଡ ପକାଇଲେ କଣ ଲୋକ ମାନଙ୍କର ଦାରିଦ୍ର‌୍ୟ ହ୍ରାସ ପାଇବ । କୋଟି କୋଟି ଲୋକଙ୍କର ଆସ୍ଥା ଓ ବିଶ୍ୱାସ ଉପରେ ସେ ସିଧା ସଳଖ ଆକ୍ରମଣ କରିବାକୁ ପଛାଇ ନ ଥିଲେ । କୋଟି କୋଟି ଲୋକଙ୍କ ଆସ୍ଥା ସହ ଜଡିତ ହୋଇଥିବା କାରଣରୁ ଉତର ପ୍ରଦେଶର ବିରୋଧୀ ଦଳ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ପ୍ରତ୍ୟକ୍ଷ ଭାବେ ଖଡଗେଙ୍କ ପରି ବିରୋଧ ତ କରି ପାରି ନ ଥିଲେ ହେଲେ ସେ ଏହି ମେଳାରେ ଅବ୍ୟବସ୍ଥା ଥିବା ପ୍ରସଙ୍ଗ ଉଠାଇଥିଲେ । ହେଲେ ତାଙ୍କ ଦଳର ସାଂସଦ ଜୟା ବଚ୍ଚନ କୁମ୍ଭ ମେଳା ସମ୍ପର୍କରେ ଯେଉଁ ବକ୍ତବ୍ୟ ଦେଇଥିଲେ ତାହା ଦ୍ୱାରା ସେ ସମସ୍ତଙ୍କୁ ପା କରି ଯାଇଥିଲେ । ସେ ସଂସଦ ଭବନ ପରିସରରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଥିଲେ ଯେ କୁମ୍ଭ ମେଳାର ପାଣି ସର୍ବାଧିକ ଦୂଷିତ । ସେ କହିଥିଲେ ଯେ, ‘ବର୍ତମାନ ସବୁଠାରୁ ଦୂଷିତ ପାଣି କେଉଁଠାରେ ଅଛି । ସେଠାରେ ଘଟିଥିବା ଦଳା ଚକଟା କାରଣରୁ ଯେଉଁ ଲୋକ ମାନଙ୍କର ମୃତ୍ୟୁ ହେଲା ସେମାନଙ୍କର ଶବକୁ ନଦୀରେ ଫିଙ୍ଗି ଦିଆଯାଇଛି । ଏହି କାରଣରୁ ସେଠାକାର ପାଣି ଖୁବ ଦୂଷିତ ହୋଇଯାଇଛି । ’ ସେ ଆହୁରି କହିଥିଲେ ଯେ ‘କୁମ୍ଭରେ ଆସୁଥିବା ସାଧାରଣ ଲୋକ ମାନଙ୍କୁ କୌଣସି ବିଶେଷ ସୁବିଧା ପ୍ରଦାନ କରାଯାଉ ନାହିଁ । ତାଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନାହିଁ । କୋଟି କୋଟି ଲୋକ ଆସୁଛନ୍ତି ବୋଲି ମିଛ କୁହା ଯାଉଛି । ଏତେ ସଂଖ୍ୟାରେ ଲକ ମାନେ ଗୋଟିଏ ସମୟରେ କିପରି ଏକତ୍ରିତ ହୋଇ ପାରିବେ ?’
ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ ଗୋଟିଏ ପାଦ ଆଗକୁ ଚାଲି ଯାଇଥିଲେ । ସେ କୁମ୍ଭକୁ ମୃତ୍ୟୁର କୁମ୍ଭ ବୋଲି କହିଥିଲେ । ହିନ୍ଦୁ ଆସ୍ଥା, ମାନ୍ୟତା ପ୍ରତି ସେ କେତେ ସମ୍ବେଦନଶୀଳ ତାକୁ ସେ ସ୍ପଷ୍ଟ କରି ଦେଇଥିଲେ ।
କେବଳ ସେତିକି ନୁହେଁ ଲେଫ୍ଟ – ଲିବରାଲ ଓ ଇସଲାମିଷ୍ଟ ଶକ୍ତି ମାନଙ୍କ ପକ୍ଷରୁ କୁମ୍ଭ ବିରୁଦ୍ଧରେ ବ୍ୟାପକ ଅପ ପ୍ରଚାର କରା ଗଲା । ବିଭିନ୍ନ ଖବର କାଗଜରେ କୁମ୍ଭ ବିରୋଧୀ ଓ ହିନ୍ଦୁ ଧର୍ମ ବିରୋଧୀ ଲେଖା ମାନ ପ୍ରକାଶିତ ହେଲା । ଗୋଟିଏ ଲେଖାର ଉଦାହରଣ ଦେଲେ ଯଥେଷ୍ଟ ହେବ । ଏକ ଇଂରାଜୀ ସମ୍ବାଦପତ୍ରରେ ଡ. ସବିତା ଝାଙ୍କ ନାମରେ ଏକ ଲେଖା ପ୍ରକାଶିତ ହେଲା ଯାହାର ଶୀର୍ଷକ ଥିଲା, “ରଶ – ଏଟ ମହାକୁମ୍ଭ ସୋୱଜ ହାଉ ହିନ୍ଦୁଇଜିମ ଇଜ ଲୁଜିଂ ଇଟ ପ୍ଲୁରାଲିଷ୍ଟିକ କ୍ୟାରେକ୍ଟର \” । ଅର୍ଥାତ କୁମ୍ଭରେ କୋଟି କୋଟି ସଂଖ୍ୟାରେ ହିନ୍ଦୁ ମାନେ ଏକତ୍ରିତ ହୋଇ ବୁଡ ପକାଇବା ଦ୍ୱାରା ହିନ୍ଦୁ ଧର୍ମ ତାର ବହୁଳତାବାଦୀ ଚରିତ୍ରକୁ ହରାଉଛି । ଲେଖିକାଙ୍କ ମନରେ କଷ୍ଟ ଥିଲା ଯେ ହିନ୍ଦୁ ସମାଜ ଜାତି – ଭାଷା- ରାଜ୍ୟ ଆଦିରେ ବିଭାଜିତ । ସେମାନେ କେବେ ବି ଏକାଠି ହୋଇ ପାରନ୍ତି ନାହିଁ । ସେମାନେ କିପରି ଏକାଠି ହେଉଛନ୍ତି ? ଏହା ଦ୍ୱାରା ହିନ୍ଦୁ ଧର୍ମ ପ୍ରତି ବିପଦ ସୃଷ୍ଟି ହୋଇଛି । ଲେଖିକା ଜଣେ ଏକାଡେମିସିଆନ ଓ ତାଙ୍କ ବିଷୟରେ ଅଧିକ ଅନୁସନ୍ଧାନ କରିବା ପରେ ଜଣା ପଡିଲା ଯେ ତାଙ୍କର ବାସ୍ତବିକ ନାମ ସବିତା ଝା ନୁହେଁ ବରଂ ସବିତା ଝା ଖାନ । କିଛି ଲେଫ୍ଟ ଲିବରାଲ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯେଉଁ ମାନେ ବେଶୀ କିଛି କରି ପାରୁ ନ ଥିଲେ ସେମାନେ ତାଙ୍କର ସୋସିଆଲ ମିଡିଆରେ କୁମ୍ଭକୁ ନେଇ ଉପହାସ କରୁଥିବା ଦେଖିବାକୁ ମିଳୁଥିଲା ।
ତେବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବିଧାନସଭାରେ କୁମ୍ଭକୁ ନେଇ ଯେଉଁ ବକ୍ତବ୍ୟ ଦେଇଥିଲେ ତାହା ସମ୍ପୂର୍ଣ ଠିକ ବୋଲି ମନେ ହୁଏ । ସେ ବିଧାନସଭାରେ ତାଙ୍କର ଉଦବୋଧନରେ କହିଥିଲେ ଯେ “କୁମ୍ଭ ମେଳାରେ ଯିଏ ଯେଉଁ ବିଷୟ ଖୋଜିଲା ସେ ତାକୁ ସେଇଆ ମିଳିଲା । ଶାଗୁଣାକୁ ଶବ ମିଳିଲା । ଘୁସୁରୀ ମାନଙ୍କୁ ମଇଳା ମିଳିଲା । । ସମ୍ବେଦନଶୀଳ ଲୋକ ମାନଙ୍କୁ ସମ୍ପର୍କର ସୁନ୍ଦର ଚିତ୍ର ମିଳିଲା । ଆସ୍ଥାବାନ ମାନଙ୍କୁ ପୁଣ୍ୟ ମିଳିଲା । ସଜ୍ଜନ ମାନଙ୍କୁ ସଜ୍ଜନତା ମିଳିଲା । ଗରୀବ ମାନଙ୍କୁ ରୋଜଗାର ମିଳିଲା । ବ୍ୟବସାୟୀ ମାନଙ୍କୁ ବେପାର ମିଳିଲା । ଭକ୍ତ ମାନଙ୍କୁ ସଫା ସୁତୁରା ବ୍ୟବସ୍ଥା ମିଳିଲା । ପର୍ଯ୍ୟଟକ ମାନଙ୍କୁ ସୁନ୍ଦର ବ୍ୟବସ୍ଥା ମିଳିଲା । ସଦଭାବନା ଚାହୁଁଥିବା ଲୋକ ମାନଙ୍କୁ ଜାତି ବିହୀନ ବ୍ୟବସ୍ଥା ମିଳିଲା । ଭକ୍ତ ମାନଙ୍କୁ ଭଗବାନ ମିଳିଲେ । ”
ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ଏଥିରୁ ସ୍ପଷ୍ଟ ଯେ ସମସ୍ତେ ନିଜ ନିଜ ସ୍ୱଭାବ ଓ ଚରିତ୍ର ଅନୁସାରେ ଜିନିଷ ଗୁଡିକୁ ଦେଖିଲେ । ଗୋଟିଏ ଘାଟରେ ସମସ୍ତ ତୀର୍ଥ ଯାତ୍ରୀ ବିନା ଭେଦଭାବରେ ସ୍ନାନ କରିବାରେ ଲାଗିଥିଲେ ।

କୁମ୍ଭକୁ ନେଇ ଏତେ ଘୃଣା ଓ ଏତେ ବିଷ ବାନ୍ତି କରାଯିବାର କାରଣ କଣ ? ଭାରତ ବିରୋଧୀ ବାମପନ୍ଥୀ- ଲିବରାଲ- ଇସଲାମିଷ୍ଟ ଓ ସୋରୋସ ସମର୍ôଥତ ତତ୍ୱ ମାନେ ବର୍ଷ ବର୍ଷ ଧରି ହିନ୍ଦୁ ସମାଜ ସମ୍ପର୍କରେ ଏକ ବିଶେଷ ଚିତ୍ର ଦେଖାଇବାକୁ ଚେଷ୍ଟା କରି ସୁନିୟୋଜିତ ଭାବେ କାର୍ଯ୍ୟ କରି ଆସିଛନ୍ତି । ଏହି ନ୍ୟାରେଟିଭଟି ହେଲା ଯେ ହିନ୍ଦୁ ସମାଜରେ ଅନେକ ବିଭାଜନ ରହିଛି । ତେଣୁ ହିନ୍ଦୁ ମାନେ କେବେ ହେଲେ ଏକାଠି ହୋଇ ପାରିବେ ନାହିଁ । ଏହି ବର୍ଗର ଲୋକ ମାନେ ହିନ୍ଦୁ ସମାଜ ସମ୍ପର୍କରେ ଏହି ବିଶେଷ ପ୍ରକାରର ନ୍ୟାରେଟିଭକୁ ସ୍ଥାପିତ କରିବାକୁ ବହୁ ପରିଶ୍ରମ କରି ଆସିଛନ୍ତି । ଏହି ବାବଦରେ ବିଦେଶୀ ଶକ୍ତି ମାନେ ଭାରତରେ ଥିବା ସେମାନଙ୍କର ବୌଦ୍ଧିକ କୁଲି ମାନଙ୍କ ଜରିଆରେ ବିପୁଳ ଧନ ରାଶି ଖର୍ଚ କରିଛନ୍ତି । ଏକାଦେମିକ ଜଗତରେ ଏହି ନ୍ୟାରେଟିଭକୁ ସ୍ଥାପିତ କରିବାକୁ ସେମାନେ ଅନେକ ପୁସ୍ତକ ରଚନା କରିବା ସହ ଅନେକ ସେମିନାର ଆୟୋଜନ କରି ଆସିଛନ୍ତି । ଅନେକ ସମ୍ବାଦପତ୍ରରେ ସମ୍ପାଦକୀୟ ପୃଷ୍ଠାରେ ଏହି ନ୍ୟାରେଟିଭକୁ ସ୍ଥାପିତ କରାଇବାକୁ ଅନେକ ଲେଖା ଲେଖାଇଛନ୍ତି । ହେଲେ ପ୍ରୟାଗରାଜର ଏହି କୁମ୍ଭ ଲେଫ୍ଟ- ଲିବରାଲ- ଇସଲାମିଷ୍ଟ ଓ ବିଦେଶୀ ଶକ୍ତି ମାନଙ୍କର ଏହି ନ୍ୟାରେଟିଭକୁ ଧ୍ୱସ୍ତ କରି ଦେଇଛି ।
ପ୍ରୟାଗରାଜର କୁମ୍ଭରେ ୬୦ କୋଟିରୁ ଉର୍ଧ ହିନ୍ଦୁ ତ୍ରିବେଣୀ ସଂଗମ ଠାରେ ସ୍ନାନ କରିଛନ୍ତି । ଏକାଠି ସ୍ନାନ କରିବା ବେଳେ ଓ ଏକାଠି ବୁଡ ପକାଇବା ବେଳେ କିଏ କେଉଁ ଜାତିର କେଉଁ ସମ୍ପ୍ରଦାୟର ତାହା କେହି ପଚାରି ନାହାନ୍ତି । କାହାକୁ ଜାଣିବାର ମଧ୍ୟ କୌଣସି ପ୍ରକାର ଆଗ୍ରହ ମଧ୍ୟ ନାହିଁ । ସମସ୍ତେ ତ୍ରିବେଣୀ ସଂଗମରେ ବୁଡ ପକାଇ ନିଜର ସନାତନ ସଭ୍ୟତା ଓ ସଂସ୍କୃତି ପ୍ରତି ତାଙ୍କର ଗଭୀର ଶ୍ରଦ୍ଧାକୁ ପ୍ରଦର୍ଶିତ କରିଛନ୍ତି । ଏହା ଲେଫ୍ଟ- ଲିବରାଲ- ଇସଲାମିଷ୍ଟ ଓ ବିଦେଶୀ ଶକ୍ତି ମାନଙ୍କୁ ଖୁବ କଷ୍ଟ ଦେଇଛି । ତାଙ୍କ ଦ୍ୱାରା ସ୍ଥାପିତ ନ୍ୟାରେଟିଭ ଖୋଲାଖୋଲି ଭାବେ କୁମ୍ଭରେ ଧ୍ୱସ୍ତ ହୋଇଛି ।
ତାଙ୍କର କଷ୍ଟ ଏଇଥି ପାଇଁ ଅଧିକ ହେଉଛି ଯେ, ଭାରତୀୟ ମାନଙ୍କର ମଧ୍ୟରେ ସାଂସ୍କୃତିକ ପୁନର୍ଜାଗରଣ ହେବାରେ ଲାଗିଛି । କୁମ୍ଭ ମେଳାରେ ଏକାଠି ହୋଇ ୬୦ କୋଟି ହିନ୍ଦୁ ସ୍ନାନ କରିବା ଭାରତର ସାଂସ୍କୃତିକ ପୁନର୍ଜାଗରଣର ପ୍ରତୀକ । ଭାରତର ପୁନର୍ଜାଗରଣ ହେଉଛି । ଭାରତ ତାର ମୂଳକୁ ଫେରୁଛି । ଏହା ହିଁ ଏହି ବର୍ଗକୁ ଗଭୀର ଭାବେ କଷ୍ଟ ଦେଉଛି । ଏହି କଷ୍ଟ କାରଣରୁ ସେମାନେ ଏଭଳି ବ୍ୟବହାର କରୁଛନ୍ତି । ଏହାକୁ ବୁଝିବାକୁ ପଡିବ ।

Leave a Reply