Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଘରେ ଭଙ୍ଗା ମୂର୍ତ୍ତି ରଖିବା ଅଶୁଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଘରେ ଭଙ୍ଗା ମୂର୍ତ୍ତି ରଖିବା ଅଶୁଭ

ବାସ୍ତୁ ନିୟମ ଅନୁଯାୟୀ ଠାକୁରଙ୍କ ଭଙ୍ଗା ମୂର୍ତ୍ତି ବା ଚିରାଫଟା ଫଟୋଚିତ୍ର ଘରେ ରଖିବା ଅଶୁଭ । ଘର ମଧ୍ୟରେ କେବେବି କୌଣସି ଦେବାଦେବୀଙ୍କ ଭଙ୍ଗା ଫଟୋ ବା ମୂର୍ତ୍ତି ରଖନ୍ତୁ ନାହିଁଁ । ଠାକୁରଙ୍କ ମୂର୍ତ୍ତି ବା ଫଟୋ ଯଦି ଭାଙ୍ଗିଯାଏ ବା ନଷ୍ଟ ହୋଇଯାଏ ତାକୁ ତୁରନ୍ତ ଠାକୁର ଘରୁ ବାହାର କରିଦିଅନ୍ତୁ । କାରଣ ଏହା ନକାରାତ୍ମକ ପ୍ରଭାବ ପକାଇଥାଏ । ଯାହା ଫଳରେ ଘରେ ରହୁଥିବା ସଦସ୍ୟଙ୍କ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥାଏ । ଶାସ୍ତ୍ର ଅନୁସାରେ ଏପରି ଫଟୋ ବା ମୂର୍ତ୍ତି ଘରେ ରଖିବା ଅନୁଚିତ୍ । ବିଦ୍ୱାନମାନଙ୍କ ଅନୁସାରେ ମଧ୍ୟ ଏକା କଥା । ଏହାର ପ୍ରଭାବ ଆମ ଭାବନା ତଥା ବି·ର ଉପରେ ପଡ଼େ । ତେଣୁ ଘରେ କେବଳ ସେହିପରି ବସ୍ତୁ ବା ଜିନିଷ ରଖିବା ଉଚିତ୍, ଯେଉଁଥିରେ ଆମର ଭାବନା ସକାରାତ୍ମକ ହୋଇଉଠିବ । ଆମକୁ ଆଗ୍ରହ ଏବଂ ଉତ୍ସାହ ମିଳିବ । ଫଳରେ ଘରେ କେହି ଅଶାନ୍ତିରେ ରହିବେ ନାହିଁ । ଚିନ୍ତାଗ୍ରସ୍ତ ହେବେ ନାହିଁ । ସମସ୍ତଙ୍କ ମଧ୍ୟରେ ସମ୍ପର୍କ ବି ଭଲ ରହିବ । ଏଥିସହ ଘରେ ଧନର ଅଭାବ ବି ହେବ ନାହିଁ କେବେ । ପୁରୁଣା ତଥା ନଷ୍ଟ ହୋଇଯାଇଥିବା ଫଟୋ ବା ମୂର୍ତ୍ତି ମନରେ ବିକାର ଭାବ ସୃଷ୍ଟି କରେ । ଘରର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ କରେ । ପୁଣି ଏହିପରି ଫଟୋ ବା ମୁର୍ତ୍ତିକୁ ପୂଜା ବା କୌଣସି ଶୁଭ କାର୍ଯ୍ୟରେ ବି ତ’ ବ୍ୟବହାର କରାଯାଇପାରେ ନାହିଁ । ତେଣୁ ଏହାକୁ ନଦୀରେ ବିସର୍ଜନ କରିଦେବା ଉଚିତ ହୋଇଥାଏ ।

Leave a Reply