ଅନୁଗୁଳ ହାଇସ୍କୁଲ ପଡିଆ ଠାରେ ସ୍ୱଦେଶୀ ମେଳା

ଅନୁଗୁଳ: ଅନୁଗୁଳ ହାଇସ୍କୁଲ ପଡ଼ିଅ ।ଠାରେ ମଙ୍ଗଳବାର ସନ୍ଧ୍ର୍ୟାରେ ୪ର୍ଥ ଅନୁଗୁଳ ସ୍ୱଦେଶୀ ମେଳା ଉଦଘାଟିତ ହୋଇ ଯାଇଛି । ସହ ସଂଯୋଜକ ପର୍ଶୁରାମ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ସ୍ୱଦେଶୀ ଆନେ୍ଦାଳନ ଓ ସ୍ୱଦେଶୀ ମେଳାର ଅନେକ ସାମଞ୍ଜସ୍ୟ ରହିଛି । ଉଭୟ ଜାତୀୟତା ଭାବନା ସୃଷ୍ଟି କରିଥାଏୟତେଣୁ ସ୍ୱଦେଶୀ ଅ ।ପଣେଇ ବିଦେଶୀକୁ ତ୍ୟାଗ କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଅନୁଗୁଳ ବାର ଆସୋସିଏସନ ସଭାପତି ଦିଲ୍ଲୀପ କୁମାର ସାହୁ ଯୋଗଦେଇ କହିଲେ ଯେ ଆଧୁନିକ ଯୁଗରେ ଯେଉଁ ବିଦେଶୀ ଜିନିଷ ବ୍ୟବହାର କରାଯାଉଛି ତାହା ରୋଗର କାରଣ ହୋଇଛି । ତେଣୁ ଦେଶୀ ଜିନିଷର ବ୍ୟବହାର କରିବା ସହ ଗାଁ ଗହଳି ଜିନିଷକୁ ପ୍ରାଧାନ୍ୟ ଦେବା ଉପରେ ମତ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବବଣିଜ ସଂଘର ସମ୍ପାଦକ ନିଳାଞ୍ଚଳ ପ୍ରଧାନ ଯୋଗଦେଇ ବ୍ୟବସାୟ କ୍ଷେତ୍ରରେ ଅନୁଗୁଳ ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିବା ନେଇ ମତବ୍ୟକ୍ତ କରିଥିଲେ । ଭାରତୀୟ ବିପଳନ ବିକାଶ କେନ୍ଦ୍ରର ରାଜ୍ୟ ସଂଯୋଜକ ମନୋଜ ନାୟକ ସ୍ୱଦେଶୀମେଳା ଲକ୍ଷ୍ୟ ଉଦେ୍ଦଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି ସ୍ୱଦେଶୀ ମେଳାରେ ଭାରତୀୟ ସାମଗ୍ରୀର ପ୍ର·ର ପ୍ରସାର ହେବା ସହିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ମିଳିବ । ଏହି ମେଳାରେ ଘର କରଣା ଜିନିଷ, ଖାଦ୍ୟ ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ ବିକ୍ରି ହେବା ଫଳରେ କ୍ରେତା ମାନେ ନିଜ ମନ ପସନ୍ଦ ଜିନିଷ କିଣି ପାରିବେୟମେଳାରେ ୧୦୦ ରୁ ଉର୍ଦ୍ଧ୍ୱ ଷ୍ଟଲ ରହିଛି ଯାହାକି ବିଭିନ୍ନ ରାଜ୍ୟର ବ୍ୟବସାୟୀ ମେଳାରେ ଯୋଗ ଦେଇଛନ୍ତି

Leave a Reply

Your email address will not be published. Required fields are marked *