Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉଦର ଚର୍ବି ହ୍ରାସ ପାଇଁ ଯୋଗାସନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉଦର ଚର୍ବି ହ୍ରାସ ପାଇଁ ଯୋଗାସନ

ପାଇଁ ଯୋଗାସନ ଚଲାବୁଲା ନ କରିବା ଏବଂ ଖାଦ୍ୟପାନୀୟରେ ଅନିୟମିତତା ହେତୁ ପେଟରେ ଚର୍ବି ଜମା ହୋଇଥାଏ । ଏହାର ପ୍ରଭାବ ବ୍ୟକ୍ତିତ୍ୱ ଉପରେ ପଡ଼େ । ଆଜି ପ୍ରତି ଦଶ ଜଣଙ୍କ ମଧ୍ୟରେ ଜଣେ ପେଟର ଚର୍ବି ବୃଦ୍ଧିକୁ ନେଇ ଚିନ୍ତିତ । ଏହା ନା କେବଳ ଶରୀରର ଗଠନକୁ ଖରାପ କରେ ବରଂ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ଏଥିରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏ ଯୋଗାସନ । ସେତୁବନ୍ଧ ଆସନ: ସେତୁବନ୍ଧକୁ ବ୍ରିଜ୍ ପୋଜ୍ ବି କୁହାଯାଏ । ଏହି ଆସନ କରିବା ଦ୍ୱାରା ପେଟ ଭିତରକୁ ଯିବା ସହ ଅଣ୍ଟା ଯନ୍ତ୍ରଣା, ଥାଇରଏଡ୍ ଏବଂ ଅବସାଦ ଭଳି ସମସ୍ୟା ଦୂର ହୋଇଥାଏ । ଏହି ଆସନକୁ କରିବା ପାଇଁ ପ୍ରଥମେ ସିଧା ହୋଇ ଶୋଇପଡ଼ନ୍ତୁ । ପରେ ନିଜ ଆଣ୍ଠୁକୁ ମୋଡ଼ି ଅଣ୍ଟାକୁ ୯୦ ଡିଗ୍ରୀ ଆକାରରେ ଉଠାନ୍ତୁ । ଏବେ ଆରାମରେ ନିଃଶ୍ୱାସ ନିଅନ୍ତୁ ଛାଡ଼ନ୍ତୁ । ଯେ ପର୍ଯ୍ୟନ୍ତ ସ ମ୍ଭବ ଏହି ସ୍ଥିତିରେ ରୁହନ୍ତୁ । ଏହି ଆସନକୁ ୩- ୫ଥର କରିପାରିବେ । ନୌକାସନ: ଏହି ଆସନ ଦ୍ୱାରା ପେଟ ଚର୍ବି ଖୁବ୍ ଶୀଘ୍ର ହ୍ରାସ ହେବା ସହ ପିଠି ଏବଂ ମେରୁଦଣ୍ଡ ମଜଭୁତ୍ ହୋଇଥାଏ । ଏହି ଆସନ କରିବାକୁ ପ୍ରଥମେ ଶବାସନ ସ୍ଥିତିରେ ଶୋଇପଡନ୍ତୁ । ପରେ ଦୁଇଗୋଡ଼କୁ ମିଶାଇ ୪୫ ଡିଗ୍ରୀ ଉପରକୁ ଉଠାନ୍ତୁ । ଏବେ ହାତକୁ ଆଣ୍ଠୁରେ ଲଗାଇବାକୁ ଧୀରେ ଧୀରେ ଅଣ୍ଟା ଭାଙ୍ଗି ଉଠନ୍ତୁ । ଏହି ସ୍ଥିତି ଅତିକମ୍‌ରେ ୩୦ ସେକେଣ୍ଡ୍ ରୁହନ୍ତୁ । ଏଭଳି ୪-୫ଥର କଲେ ପେଟ ଚର୍ବି ଶୀଘ୍ର ହ୍ରାସ ପାଇବ । ଚକ୍କି ଚଲାସନ: ପ୍ରଥମେ ଭୂଇଁରେ ଆରାମରେ ବସନ୍ତୁ । ଏବେ ଗୋଡ଼କୁ ସମ୍ମୁଖ ଭାଗକୁ ଆଣି ଦୁଇ ପାଶ୍ୱର୍କୁ ମେଲା କରନ୍ତୁ । ଦୁଇ ହାତକୁ ସାମ୍ନାକୁ ଆଣି ଯୋଡ଼ନ୍ତୁ । ଚକ୍କି ପେଶିବା ଭଳି ହାତକୁ ଗୋଲ୍ ଗୋଲ୍ ବୁଲାନ୍ତୁ । ମନେରଖିବେ ଏ ସମୟରେ ହାତ ସହ ଅଣ୍ଟାକୁ ମଧ୍ୟ ଆଗ ପଛ କରି ଗୋଲ ଗୋଲ୍ ବୁଲାଇବେ । ଧନୁରାସନ: ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା ଦୂର କରୁଥିବା ଏହି ଆସନ ପେଟ ଚର୍ବି କମ୍ କରିବାରେ ମଧ୍ୟ ବେଶ୍ ସହାୟକ । ଆସନ କରିବାକୁ ପ୍ରଥମେ ପେଟେଇ ଶୁଅନ୍ତୁ । ଦୁଇଗୋଡ଼କୁ ପଛ ପାଶ୍ୱର୍କୁ ମୋଡ଼ନ୍ତୁ । ଏ ସମୟରେ ଉପରକୁ ଅଣ୍ଟା ଉଠାଇ ଦୁଇ ହାତରେ ଗୋଡ଼କୁ ଧରନ୍ତୁ । ଏ ପୋଜିସନ୍‌ରେ ୧୦ ସେକେଣ୍ଡ୍ ରହିବା ଦ୍ୱାରା ଚର୍ବି ହ୍ରାସ ହୋଇଥାଏ ।

Leave a Reply