ଅମୃତଭଣ୍ଡା ପତ୍ର ଡେଙ୍ଗୁରୋଗର ମହୈାଷଧି

ସଂପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ମାରାତ୍ମକ ଡେଙ୍ଗୁରୋଗ କାୟା ବିସ୍ତାର କରିବାରେ ଲାଗିଛି । ବିଶେଷକରି କଟକଭୁବନେଶ୍ୱର ଦୈତନଗରୀରେ ଡେଙ୍ଗୁର ପଦପାତ ଆତଙ୍କର କାରଣ ସାଜିଛି । ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ଖୁବ୍ ଉଦ୍‌ବେଗଜନକ ହେବାରେ ଲାଗିଛି । ଜ୍ୱର ହେବା ମାତ୍ରେ ଏହାକୁ ଅବହେଳା ନ କରି ତୁରନ୍ତ ଅଭିଜ୍ଞ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ । ପ୍ରାଥମିକ ଭାବେ ପରୀକ୍ଷଣ ପରେ ଅଥବା ରୋଗର ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଇଲେ ଡେଙ୍ଗୁ ରୋଗର ଚିକିତ୍ସା ଆରମ୍ଭ କରିଦେବା ହିଁ ସର୍ବାଦୈା ବିଜ୍ଞତାର ପରିଚାୟକ । ତେବେ ସହଜ ଲବ୍ଧ ଆୟୁର୍ବେଦ ଚିକିତ୍ସା ପଦ୍ଧତି ପ୍ରାରମ୍ଭରୁ ଅବଲମ୍ବନ କରାଗଲେ, ଅକ୍ଳେଶରେ ଡେଙ୍ଗୁ ରୋଗର ନିରାକରଣ ସମ୍ଭବ ହୋଇପାରିବା ଜଣେ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକ ଭାବେ ମୋର ଯାହା ଅନୁଭୁତି ରହିଛି, ସେଥିରୁ ମୁଁ ଜାଣେ ଯେ, ଡେଙ୍ଗୁ ରୋଗର ଲକ୍ଷଣ ପ୍ରକାଶ ପାଇବା ମାତ୍ରକେ ଏହାକୁ ଅବହେଳା ନ କରି ବଟାଯାଇଥିବା ଅମୃତଭଣ୍ଡା ପତ୍ରର ରସକୁ ସକାଳେ ଓ ସନ୍ଧ୍ୟାରେ ୬୦ ମିଲିଲିଟର ଅନୁପାତରେ ୧୦ରୁ ୧୫ ଦିନ ଧରି ରୋଗୀକୁ ସେବନ କରାଇବା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ରୋଗୀକୁ ବିଶୁଦ୍ଧ ସିଝା ପାଣି ସହ ଜନ୍ତା ରୁଟି ଓ ଅମୃତଭଣ୍ଡାକୁ ଅଳ୍ପ ସିଝାଇ ଖାଇବାକୁ ଦିଆଯିବା ଉଚିତ । କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏହି ପରାମର୍ଶ ଦିଆଯାଇଛି । ଡେଙ୍ଗୁରୁ ଉପଶମ ପାଇଁ ସରକାରୀ ସ୍ୱୀକୃତିପ୍ରାପ୍ତ ସୁଦର୍ଶନ ଘନବଟୀ, ତ୍ରିଭୂବନ କୀର୍ତ୍ତିରସ,ଆନନ୍ଦ ଭୈରବ ରସ, ଗୁଡୁଚି ଘନବଟୀ ବା ସମସମନି ବଟୀ ଆଦି ଆୟୁର୍ବେଦ ଔଷଧ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ସହ ପରାମର୍ଶ କରି ସେବନ କରିବା ଆବଶ୍ୟକ । ନିଜ ତଥା ଆଖପାଖ ପରିବେଶ ପରିଷ୍କାର ରଖିବା ସହ ସର୍ବଦା ଶୋଇବା ବେଳେ ମସାରୀ ଟାଣି ଶୋଇବା ସହ ମଶା ବଂଶ ବିସ୍ତାର ପ୍ରକ୍ରିୟାକୁ ରୋକିବା ଦିଗରେ ପଦକ୍ଷେପ ନିଆଯିବା ଉିଚତ ।

ଡାକ୍ତର ଦୀନବନ୍ଧୁ ମହାରଣା ଡି.ଲିଟ୍‌ପ୍ରାପ୍ତ ଆୟୁର୍ବେଦ ଗବେଷକ, ୧୧୧, ଓଏମ୍‌ପି ଛକ ମାର୍କେଟ, କଟକ ମୋ-୯୪୩୭୦୪୩୧୦୩

Leave a Reply

Your email address will not be published. Required fields are marked *