Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତୁଳସୀ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତୁଳସୀ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ

ନିତ୍ୟ ବ୍ୟବହାର‌୍ୟ୍ୟ ଦ୍ରବ୍ୟରେ ଆମେ ତୁଳସୀ ଓ କେସରର ବ୍ୟବହାର କରିଥାଉ । ଖାଦ୍ୟ ପଦାର୍ଥର ସ୍ୱାଦ ବଢାଇବା ନିମନ୍ତେ କେସର ଓ ତୁଳସୀର ବ୍ୟବହାର କରାଯାଇଥାଏ । ଏହାସହ ମୁହଁର ସୌନ୍ଦର୍ଯ୍ୟ ବଢାଇବା ନିମନ୍ତେ ଏହାର ବ୍ୟବହାର କରାଯାଇଥାଏ । କେସକୁ ଗରମ କ୍ଷୀରରେ ମିଶାଇ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ହୋଇଥାଏ । କେସରକୁ ନିୟମିତ ରୂପେ କମ ମାତ୍ରାରେ ନେବା ଉଚିତ । କାରଣ ଏହା ଶରୀରର ସନ୍ତୁଳନ ଠିକ ରଖିଥାଏ । ଏହା ରୋଗ ନାଶକ ଔଷଧ ମଧ୍ୟ ଅଟେ । ମହିଳାମାନେ ଏହାର ବ୍ୟବହାର ଦ୍ୱାରା ଅନେକ ରୋଗରୁ ମୁକ୍ତି ପାଇଥାଆନ୍ତି । ତୁଳସୀରେ ପ୍ରାକୃତିକ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି । ଚା\’ରେ ତୁଳସୀ ପତ୍ର ପକାଇ ପିଇବା ଦ୍ୱାରା ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ । ତୁଳସୀ ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏହାକୁ ପ୍ରତ୍ୟେକ ଦିନ ୨ରୁ ୪ଟି ପତ୍ର ଖାଇବା ଉଚିତ । ଅଧିକ ପତ୍ର ଖାଇବା ଦ୍ୱାରା ପେଟ ଗରମ ହୋଇଯାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । – ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ । – ଓଜନ ହ୍ରାସ କରିବା ପାଇଁ ଏହା ଏକ ପ୍ରାକୃତିକ ଉପଚାର । – ଏଥିରେ ଆବଶ୍ୟକ ପୋଷକ ତ ୍ୱ ଭରପୂର ମାତ୍ରାରେ ରହିଛି । – ଏହାସହ ତୁଳସୀ ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ, ଫସଫରସ, ଭିଟାମିନ ସିର ଏକ ଉ ମ ସ୍ରୋତ । – ନିୟମିତ ତୁଳସୀ ଚା\’ ପିଇବା ଦ୍ୱାରା, ଖାଲି ପେଟରେ ୩ ରୁ ୪ଟି ତୁଳସୀ ପତ୍ର ଖାଇବା ଦ୍ୱାରା କିମ୍ବା ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ଆପଣଙ୍କୁ ସୁସ୍ଥ ରଖିବା ପାଇଁ ବେଶ ସହାୟକ ହୋଇଥାଏ । – ତୁଳସୀ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ । – ଓଜନ ପାଇଁ ଏହି ପ୍ରକାରେ ତୁଳସୀକୁ ବ୍ୟବହାର କରନ୍ତୁ । – ଏକ ପାତ୍ରରେ ଏକ ଗ୍ଲାସ ପାଣିରେ ତୁଳସୀର ୪ ରୁ ୫ଟି ପତ୍ର ପକାଇ ବତୁରାଇ ରଖନ୍ତୁ । ସକାଳେ ଏହାକୁ ଛାଣି ପିଅନ୍ତୁ ।

Leave a Reply