‘ମୋ ମାଟି ମୋ ଦେଶ’ଅଭିଯାନ

ସ୍ୱାଧୀନତାର ଅମୃତ ମହୋତ୍ସବ ୧୨ ମାର୍ଚ୍ଚ ୨୦୨୧ରେ ଆରମ୍ଭ ହୋଇଥିଲା । ଏହା ୨୦୨୩ ଅଗଷ୍ଟରେ ସମାପନ ହେବ । ୩୦ ଜୁଲାଇରେ ସମ୍ପନ୍ନ ହୋଇଥିବା ମନ୍ କି ବାତ କାର୍ଯ୍ୟକ୍ରମରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମୋ ମାଟି ମୋ ଦେଶ’ଅଭିଯାନ ବିଷୟରେ ସମସ୍ତ ଦେଶବାସୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଛନ୍ତି ।ସ୍ୱାଧୀନତାର ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ ଯୋଜନା ‘ମୋ ମାଟି ମୋ ଦେଶ’ ଅଭିଯାନ ସହିତ ସମାପ୍ତ ହେବ ।
ଏହି ଦେଶର ପ୍ରବିତ୍ର ମାଟି ଆମ ସମସ୍ତଙ୍କୁ ଗୋଟିଏ ରଜ୍ଜୁରେ ବାନ୍ଧି ରଖିଛି । ଏହି ମାଟି ମାଆକୁ ପ୍ରଣାମ ଜଣାଇ ଏ ଜାତିର ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ଯୋଦ୍ଧାମାନଙ୍କୁ ବନ୍ଦନା ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ଆମକୁ ଏହି କାର୍ଯ୍ୟକ୍ରମ ସମ୍ପନ୍ନ କରିବାକୁ ହେବ । ଏହି ଅଭିଯାନ ମାଧ୍ୟମରେ ଗ୍ରାମାଚଂଳରେ ଆମକୁ ୫ଟି ନିମ୍ନଲିଖିତ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ହେବ ।
୧. ଗ୍ରାମସ୍ତରରେ ସେହି ଗ୍ରାମର ସ୍ୱାଧୀନତା ସଂଗ୍ରାମୀ, ସେନାର ଜବାନ, କେନ୍ଦ୍ରୀୟ ପୋଲିସ ଫୋର୍ସ ଏବଂ ରାଜ୍ୟ ପୋଲିସ ଫୋର୍ସଙ୍କ କର୍ମଚାରୀ,ଯେଉଁମାନେ କି ଶହୀଦ ହୋଇଛନ୍ତି, ଇହଧାମ ତ୍ୟାଗ କରିଛନ୍ତି, ସେମାନଙ୍କ ନାମ ଫଳକ ଗାଁରେ ଲଗାଇବାକୁ ହେବ । ଏହି ନାମ ଫଳକରେ ଗୋଟିଏ କୋଣରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ବାର୍ତା ଏବଂ ଅନ୍ୟ କୋଣରେ ଉପରୋକ୍ତ ନାମ ଗୁଡିକ ରହିବ । ଏହାକୁ ସେହି ଗାଁର ନଦୀକୂଳ / ଅମୃତ ସରୋବର / ବିଦ୍ୟାଳୟ / ପଂଚାୟତ କାର୍ଯ୍ୟାଳୟର ଏକ ସ୍ଥାନରେ ଲଗାଇବାକୁ ହେବ । ଏଥିରେ ଯେଉଁ ବୀରମାନଙ୍କ ନାମ ଲେଖା ହେବ ତାହା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଦାନ କରାଯିବ ଏବଂ ସ୍ଥାନୀୟ ପ୍ରଶାସନ ଏହାକୁ ମନରେଗା ଯୋଜନା ଅଧିନରେ ଲଗାଇବାର କାର୍ଯ୍ୟ କରିବେ ।
୨. ଦ୍ୱିତୀୟ କାର୍ଯ୍ୟକ୍ରମ ହେଉଛି ସାମୂହିକ ଭାବେ ହେଉ ବା ବ୍ୟକ୍ତିଗତ ଭାବେ ହେଉ ଗାଁର ମାଟି କିମ୍ବା ଦୀପକୁ ହାତରେ ଧରି ‘ପଂଚପ୍ରଣ’ର ପ୍ରତିଜ୍ଞା ନେବା ସହିତ ଏହାର ସେଲ୍‌ଫିକୁ https://merimaatimeradesh.gov.in/  ସାଇଟରେ ଅପ୍‌ଲୋଡ କରିବାକୁ ହେବ । ଯେଉଁମାନେ ସେଲ୍‌ଫି ଅପଲୋଡ କରିବେ ସେମାନେ ସରକାରଙ୍କ ତରଫରୁ ସାର୍ଟିଫିକେଟ ପାଇବେ ।
୩. ତୃତୀୟ କାର୍ଯ୍ୟକ୍ରମ ହେଉଛି ‘ବସୁଧା ବନ୍ଦନ’ । ଏଥିରେ ସେହି ଗ୍ରାମରେ ୭୫ଟି ଗଛ ଲଗାଇ ଏକ ‘ଅମୃତ ବାଟିକା’ ତିଆରି କରିବାକୁ ହେବ । ଏହି ଚାରା ଗୁଡିକ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଯୋଗାଇ ଦେବେ ।
୪. ଚତୁର୍ଥ କାର୍ଯ୍ୟକ୍ରମ ହେଉଛି ସେହି ଗ୍ରାମର ସ୍ୱାଧୀନତା ସଂଗ୍ରାମୀ (ଜୀବତି ହେଉ ବା ମୃତ ତାଙ୍କ ପରିବାର, ଅବସରପ୍ରାପ୍ତ ସେନା କର୍ମଚାରୀ, ଶହୀଦ୍ ହୋଇଥିବା କିମ୍ବା ଅବସର ନେଇଥିବା କେନ୍ଦ୍ର ଓ ରାଜ୍ୟ ପୋଲିସ କର୍ମଚାରୀ ପରିବାର)ମାନଙ୍କ ଦେଶସେବା ପ୍ରତି ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ହେବ ।
୫. ପଂଚମ କାର୍ଯ୍ୟକ୍ରମ ହେଉଛି ୧୫ ଅଗଷ୍ଟରେ ଗାଁରେ ଜାତୀୟ ପତାକା ଉତୋଳନ କରିବା ଏବଂ ଜୀତୟ ସଂଗୀତ ଗାନ କରିବା । ଏହି ସମସ୍ତ କାର୍ଯ୍ୟକ୍ରମ ୯ ଅଗଷ୍ଟରୁ ୧୫ ଅଗଷ୍ଟ ମଧ୍ୟରେ ଆୟୋଜନ କରିବାକୁ ହେବ ।
ସହରାଂଚଳରେ ଏହି କାର୍ଯ୍ୟକ୍ରମ ଗୁଡିକ ସମସ୍ତ ମହାନଗର ପାଳିକା, ନଗର ପାଳିକା, କ୍ୟାଟଂନମେଂଟ ବୋର୍ଡରେ ସ୍ଥାନୀୟ ସଂସ୍ଥା ସହିତ ରାଜ୍ୟ ସଂସ୍ଥା ଗୁଡିକରେ ହେବା ଉଚିତ ।
୯ ରୁ ୧୫ ଅଗଷ୍ଟ ମଧ୍ୟରେ ଯେଉଁ କାର୍ଯ୍ୟ କରିବେ , ସେଥିରେ ଜନସାଧାରଣ ଅଂଶ ଗ୍ରହଣ କରିଥିବା ୨ଟି ବଡ କାର୍ଯ୍ୟକ୍ରମ କରିବାକୁ ହେବ । ଏହା କାର୍ଯ୍ୟାଳୟ, ବିଦ୍ୟାଳୟ, କ୍ଷେତ ଏବଂ ଗାଁମାନଙ୍କରେ ସାମୂହିକ ଭାବରେ ହେଉ ବା ବ୍ୟକ୍ତିଗତ ଭାବରେ ହେଉ ‘ପଂଚପ୍ରଣ’ର ଶପଥ ନିଅନ୍ତୁ, ସେଲ୍‌ଫି ନିଅନ୍ତୁ ଏବଂ ସରକାରଙ୍କ ଏହି ଅଭିଯାନ ୱେବସାଇଟରେ https://merimaatimeradesh.gov.in/  ଅପଲୋଡ କରନ୍ତୁ । କୋଟି କୋଟି ସଂଖ୍ୟାରେ ଏହି ଶପଥ କାର୍ଯ୍ୟକ୍ରମ ହେବା ଆବଶ୍ୟକ ।
‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ୧୩,୧୪ ଏବଂ ୧୫ ଅଗଷ୍ଟ ୨୦୨୩ରେ ଆୟୋଜନ କରାଯିବ । ଗତ ବର୍ଷ ମଧ୍ୟ ଏହି ଅଭିଯାନରେ କୋଟି କୋଟି ଭାରତୀୟ ଅଂଶଗ୍ରହଣ କରିଥିଲେ ଏବଂ ନିଜ ଘରେ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ବର୍ଷ ମଧ୍ୟ ଉକ୍ତ ଅଭିଯାନକୁ ବଡ ଆକାରରେ କରାଯିବା ଉଚିତ । ଏହି ଅଭିଯାନ ଅନ୍ତର୍ଗତ ଗ୍ରାମ ଗୁଡିକରେ ଯୁବକମାନେ ତିରଙ୍ଗା ଯାତ୍ରା (ସାଇକେଲ ଏବଂ ମୋଟର ସାଇକେଲ ଶୋଭାଯାତ୍ରା) ଉକ୍ତଦିନ ମାନଙ୍କରେ ଆୟୋଜନ କରିବାକୁ ହେବ ।
ଅଗଷ୍ଟ ୧୬ ତାରିଖରେ ପ୍ରତ୍ୟେକ ଗ୍ରାମରୁ ସଂଗୃହିତ ମାଟି ବ୍ଲକ ସ୍ତରକୁ ଅଣାଯିବ ଏବଂ ଏହାକୁ ଏକ ‘ଅମୃତ କଳସ’ ମଧ୍ୟରେ ସଂଗୃହିତ ହୋଇ ରଖାଯିବ । ଦେଶର ୭୫୦୦ ବ୍ଲକରୁ ଏହି ଅମୃତ କଳସ ନୂଆଦିଲ୍ଲୀର କର୍ତବ୍ୟ ପଥକୁ ଆମକୁ ପଠାଇବାକୁ ହେବ । ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଏହାର ଆୟୋଜନ କରାଯିବ ।
୭୫୦୦ ବ୍ଲକରୁ ଆସିଥିବା ମାଟି ଦ୍ୱାରା ଦିଲ୍ଲୀର କର୍ତବ୍ୟ ପଥରେ ୨୭,୨୮ ଏବଂ ୨୯ ଅଗଷ୍ଟ ୨୦୨୩ରେ ସ୍ୱାଧୀନତା ସଂଗ୍ରାମୀ, ସହୀଦ ଜବାନ, ସହୀଦ ପୋଲିସ କର୍ମଚାରୀମାନଙ୍କ ସ୍‌ୃତିରେ ଏକ ‘ଅମୃତ ବନ’ ତିଆରି କରାଯିବ ।
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ୭୫୦୦ ଯୁବକ ପ୍ରତିନିଧିଙ୍କୁ କର୍ତବ୍ୟ ପଥରେ ‘ପଂଚପ୍ରଣ’ର ପ୍ରତିଜ୍ଞା କରାଇବେ । ଦେଶର ରାଜଧାନୀ କର୍ତବ୍ୟ ପଥକୁ ପ୍ରତ୍ୟେକ ଗାଁ ଗାଁରୁ ଆସିଥିବା ମାଟିକୁ ପୂଜା କରାଯିବ ଏବଂ ବୀରମାନଙ୍କୁ ବନ୍ଦନା କରାଯିବା ସହିତ ଅମର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ।
‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମକୁ ସରକାରଙ୍କ ଗ୍ରାମ ଉନ୍ନୟନ ମନ୍ତ୍ରଣାଳାୟ, ପଂଚାୟତରାଜ, ସଂସ୍କୃତି ଏବଂ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଆୟୋଜନ କରାଯିବ ।
ଏହା ସଂପୂର୍ଣ୍ଣ ରୂପେ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଜନସାଧାରଣଙ୍କ ସହଯୋଗୀତା ଏବଂ ସହଭାଗିତା ଏକାନ୍ତ ଲୋଡା ।

Leave a Reply

Your email address will not be published. Required fields are marked *